ମଙ୍ଗଳବାର ଦିନ ତୁଳସୀ ମୂଳରେ ପାଣି ଢାଳିବା ପୂର୍ବରୁ କରନ୍ତୁ ଏହି କାମ, ଚମକିବ ଆପଣଙ୍କ ଭାଗ୍ୟ

ହିନ୍ଦୁ ଧର୍ମରେ ଗୃହରେ ତୁଳସୀ ଗଛ ଲଗାଇବା ବହୁତ ମହତ୍ଵ ମନାଯାଇଛି । ଏହାକୁ ତୁଳସୀ ମାତା ବୋଲି କହି ମଧ୍ୟ ସମ୍ବୋଧିତ କରିଥାଉ । କୁହାଯାଏ କି ଯେଉଁ ଗୃହରେ ତୁଳସୀ ଗଛ ଲଗାଯାଏ ସେହି ଗୃହରେ ସୁଖ, ଶାନ୍ତି ଓ ସମୃଦ୍ଧି ମିଳିଥାଏ । ତୁଳସୀ ଗଛକୁ କେବେ ମଧ୍ୟ ଶୁଖିବାକୁ ଦେବ ନାହିଁ । ସେଥିପାଇଁ ସବୁଦିନ ନିୟମାନୁଯାଇ ପାଣି ଢାଳିବା ଉଚିତ୍ ଓ ପୂଜା ମଧ୍ୟ କରିବା ଉଚିତ୍ । ଏହାଛଡା ସକାଳେ ଓ ସନ୍ଧ୍ୟାରେ ଦୀପ, ଧୂପ ଦେବା ଦରକାର ।

ଆପଣ ମଧ୍ୟ ତୁଳସୀ ଗଛରେ ପାଣି ଦେଉଥିବେ, କିନ୍ତୁ ଆପଣ କଣ ଜାଣିଛନ୍ତି କି ମଙ୍ଗଳବାର ଦିନ ତୁଳସୀ ଗଛ ମୂଳରେ ପାଣି ଦେବା ପୂର୍ବରୁ ଯଦି ନିମ୍ନରେ ଦିଆଯାଇଥିବା କାର୍ଯ୍ୟଟି କରିବେ ତେବେ, ଆପଣଙ୍କ ଭାଗ୍ୟ ଚମକି ଉଠିବ, ସବୁ କାର୍ଯ୍ୟ ପୂରଣ ହେବ । ଜୀବନରେ ପରିଶ୍ରମ କରିବା ଜରୁରୀ ଅଟେ । ବେଳେବେଳେ ଦୁର୍ଭାଗ୍ୟ ହେତୁ ଏହି ପରିଶ୍ରମର ଫଳ ମିଳେ ନାହିଁ ।

ମନ ନିରାଶ ହୋଇଯାଏ ଓ କେତେ ଲୋକମାନେ ଡିପ୍ରେଶନ ମଧ୍ୟ ହୋଇଯାଆନ୍ତି । କିଛି ଲୋକମାନେ ପରିଶ୍ରମ କମ୍ କରନ୍ତି କିନ୍ତୁ ଭଲ ଭାଗ୍ୟ ହେତୁ ପରିଶ୍ରମର ଫଳ ଅଧିକ ପାଇଥାନ୍ତି । ଯଦି ଆପଣଙ୍କ ଭାଗ୍ୟ ଖରାପ ଥାଏ, ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥାଏ ତେବେ ଆପଣ ଏହି ଉପାୟକୁ ଉପଯୋଗ କରିଲେ ଦୁର୍ଭାଗ୍ୟ ଦୂର ହୋଇ ଶୁଭ ଫଳ ପ୍ରାପ୍ତି ହୁଏ ।

ମଙ୍ଗଳବାର ଦିନ ତୁଳସୀ ଗଛ ମୂଳରେ ପାଣି ଦେବା ପୂର୍ବରୁ ଭଗବାନ ହନୁମାନଙ୍କ ପୂଜା ଅବଶ୍ୟ କରନ୍ତୁ । ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିବା ଏକ ବିଶେଷ ମହତ୍ଵ ଅଛି । ତୁଳସୀ ଦେବୀ ସକାରାତ୍ମକ ପ୍ରଦାନ କରନ୍ତି ଓ ହନୁମାନ ନକରାତ୍ମକକୁ ନଷ୍ଟ କରିଦିଅନ୍ତି ।

ଏହିପରି ଏହି ଦୁଇଟି ଏକତ୍ର ପୂଜା କରିବା ଦ୍ଵାରା ଦୁର୍ଭାଗ୍ୟ ନଷ୍ଟ ହୋଇ ସୌଭାଗ୍ୟଫଳ ମିଳେ । ପ୍ରଥମେ ମଙ୍ଗଳବାର ଦିନ ସକାଳୁ ସ୍ନାନ କରି ହନୁମାନଙ୍କ ପୂଜା କରିବା ସମୟରେ ଗୋଟିଏ ତେଲ ଦୀପ ଓ ଆଉ ଗୋଟିଏ ଘିଅ ଦୀପ ଦୁଇଟି ସାମ୍ନାରେ ରଖନ୍ତୁ ।

ତେଲ ଦୀପରେ ହନୁମାନଙ୍କୁ ଆଳତି କରନ୍ତୁ । ଏବେ ମୁଣ୍ଡ ଲଗାଇ ପ୍ରଣାମ କରି ନିଜର ସମସ୍ୟା ବିଷୟରେ ଜଣାନ୍ତୁ । ଏହାପରେ ଘିଅ ଦୀପକୁ ଉଠାଇ ଆଣି ତୁଳସୀ ଗଛ ମୂଳରେ ରଖି ତା ମୂଳରେ ପାଣି ଦେଇ ପୂଜା କରନ୍ତୁ । ଏହିପରି କରିଲେ ଭଗବାନ ହନୁମାନ ନକରାତ୍ମକକୁ ନଷ୍ଟ କରିଦିଅନ୍ତି ଓ ତୁଳସୀ ଦେବୀ ସକାରାତ୍ମକ ପ୍ରଦାନ କରନ୍ତି । ଆପଣଙ୍କ ଦୁର୍ଭାଗ୍ୟ ଦୂର ହୋଇଯିବ ।

ପ୍ରତ୍ୟେକ ମଙ୍ଗଳବାର ଦିନ ହେଇ ପୂଜା କରିବାକୁ ହେବ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *