1 ମିନିଟରେ ଦାନ୍ତର ପୋକ ଓ ଯନ୍ତ୍ରଣା କମ କରିବାର ଘରୋଇ ଉପାୟ- Tooth Cavity

ଆଜି କାଲି ଦୁନିଆରେ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନେ ସଠିକ ଭାବେ ନିଜ ଶରୀର ଯତ୍ନ ନେଇ ପାରୁ ନାହାନ୍ତି । ବ୍ୟାୟାମ, ଯୋଗ, ଠିକ ସମୟରେ ଶୋଇବା, ସକାଳୁ ଶୀଘ୍ର ଉଠିବା, ଖାଦ୍ୟ ଠିକ ସମୟ ରେ ଖାଇବା ଆଦି କରୁ ନାହାନ୍ତି । ଯାହା ଫଳରେ ଏବେ ର ମଣିଷ ର ଶରୀରରେ ବିଭିନ୍ନ ରୋଗ ମାନ ଦେଖା ଯାଉଛି । ବିଭିନ୍ନ ପ୍ରକାରର ଭାଇରସ ଆସୁଛି । ଆଗ ର ଲୋକମାନଙ୍କ ଶରୀର ଏତେ ଅସୁସ୍ଥ ହେଉନଥିଲା କାରଣ ସେମାନେ ନିଜ ଶରୀର ପ୍ରାକୃତିକ ଭାବେ ଯତ୍ନ ନେଉଥିଲେ ।

ତେବେ ଏତେ ସାରା ରୋଗ ମଧ୍ୟରୁ ଦାନ୍ତ ରେ ମଧ୍ୟ ଏବେ ଅନେକ ରୋଗ ଦେଖିବାକୁ ମିଳୁଛି । ଯେପରି ଦାନ୍ତ ମାଢ଼ିରୁ ରକ୍ତ ବାହାରିବା । ଶୀଘ୍ର ଦାନ୍ତ ଭାଙ୍ଗିବା, ଦାନ୍ତ ରେ ପୋକ ଲାଗିବା , ଦାନ୍ତ ବିନ୍ଧିବା ଆଦି ।

ତେବେ ଆଜି ଏହି ସବୁର ଉପଚାର ଜାଣିବା ସେ ବି ଆୟୁର୍ବେଦିକ ଉପାୟରେ । ତେବେ ଆୟୁର୍ବେଦ ଗ୍ରନ୍ଥ ଯାହାକୁ ଭାର୍ଗବ ଲେଖିଥିଲେ । ଏହା ର ନାମ ଅଷ୍ଟାଙ୍ଗ ହୃଦ୍ୟମ । ତେବେ ଏଥିରେ ଏହି ସବୁ ଦାନ୍ତ ଜଡିତ ସମସ୍ୟାର ସମାଧାନ ଲେଖା ହୋଇଛି । ତେବେ ଦାନ୍ତ ରେ ପୋକ ଲାଗିବା ଯାହାକୁ ଆମେ କହୁ ତାହା ପ୍ରକୃତରେ ପୋକ ନଥାଏ ଏହା ଦାନ୍ତ ସଢିଯାଇ କଳା ହୋଇଥାଏ ଓ ଏହାକୁ ଆମେ ପୋକ ଭାବିଥାଉ ।

ତେବେ ଏହି ସବୁ ସମସ୍ୟା ହେବାର କାରଣ ଗୁଡିକ ହେଉଛି ଜଲ୍ଦି ଜଲ୍ଦି ଓ ଜୋରେ ବ୍ରସ କରିବା, ଏହା ଫଳରେ ଦାନ୍ତ ମାଢିରୁ ରକ୍ତ ବାହାରିଥାଏ ଯାହାକୁ ପାଇରିଆ କୁହାଯାଏ । ଖାଦ୍ୟକୁ ନ ଚୋବାଇ ଖାଇବା, ସକାଳ ଓ ସନ୍ଧ୍ୟା ଦାନ୍ତ ନ ଘଷିବା ଦ୍ୱାରା ଏହି ସବୁ ସମସ୍ୟା ହୋଇଥାଏ । ତେବେ ଯଦି ଆପଣଙ୍କୁ ପାଇରିଆ ହୋଇଥାଏ ତେବେ ଆପଣ କିଛି ଲବଙ୍ଗ ନେବେ ଏହାକୁ ହେମ ଦସ୍ତା ରେ କୁଟି ଗୁଣ୍ଡ କରିଦେବେ ଏବଂ ଏହାକୁ ଦାନ୍ତ ଘଷିବା ସମୟରେ ବ୍ୟବହାର କରିବେ ୧ ସପ୍ତାହ ମଧ୍ୟ ରେ ଏହା ଭଲ ହୋଇଯିବ ।

ଯଦି ଦାନ୍ତ ସଢିଯାଇ ଥାଏ ବା ଅନ୍ୟ କୌଣସି କାରଣରୁ ବିନ୍ଧୁଥାଏ ତେବେ ଆପଣ ଲବଙ୍ଗ ତେଲକୁ ନେଇ ତୁଲା ରେ ଲଗାଇ ଦାନ୍ତରେ ରଖିଦେବେ । ବିନ୍ଧା କମାଇ ଥାଏ । ଏହା ଛଡା ଆପଣ ପିଆଜକୁ କାଟି ଦାନ୍ତରେ ରଖିପାରିବେ ଯଦି ପିଆଜ ଖଣ୍ଡ ରଖିବାରେ ଅସୁବିଧା ହୁଏ ତେବେ ଆପଣ ପିଆଜର ରସ କୁ ତୁଲା ରେ ନେଇ ରଖି ପାରିବେ । ପିଆଜରେ ଆଣ୍ଟିଙ୍କସିଡେଣ୍ଟ, ଆଣ୍ଟିଇନ୍ଫ୍ଆମେଟର, ଥାଏ ।

ପିଜୁଳି କଅଁଳ ପତ୍ର କୁ ନେଇ ଆପଣ ହାଲକା ଓ ଧିରେ ଧୀରେ ଚୋବାଇବା ଦ୍ୱାରା ଦାନ୍ତ ବିନ୍ଧା କମିଥାଏ । ପିଜୁଳି ପତ୍ର ରେ ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ, ଆଣ୍ଟିଇନଫ୍ଲାମେଟର ଥାଏ । ଯାହା ଦାନ୍ତ ବିନ୍ଧା କମେଇ ଥାଏ । ଓ ଏହା ଦାନ୍ତର ମାଢି ଓ ଦାନ୍ତ କୁ ମଜବୁତ ରଖେ । ଆପଣ ପେଷ୍ଟ ରେ ସାଧା ଲୁଣ ବା ସେନ୍ଧା ଲୁଣ ଓ ସୋରିଷ ତେଲ ମିଷେଇକି ଦାନ୍ତ ଘସନ୍ତୁ । ଏହା ମଧ୍ୟ ଦାନ୍ତ ପାଇଁ ଭଲ ଅଟେ । ଏହା ଛଡା ଖାଦ୍ୟ କୁ ଚୋବାଇ ଖାଇବେ ଓ ଏହା ସହ ଖାଦ୍ୟକୁ ଧ୍ୟାନ ଦେଇ ଖାଇବେ । ଏହା ସହିତ ଦାନ୍ତ କୁ ସକାଳ ଓ ସନ୍ଧ୍ୟା ଦାନ୍ତ ଘଷିବେ । ଏପରି କରିବା ଦ୍ୱାରା ଦାନ୍ତ ସଫା ଓ ଭଲ ଓ ମଜବୁତ ରହେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *