ଶକୁନ ଓ ଅପଶକୁନ ସହ ଜଡିତ 10 ଟି ଭୟଙ୍କର କଥା,ସମସ୍ତେ ଜାଣିବା ନିହାତି ଆବଶ୍ୟକ- Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଶୁଭ ଓ ଅଶୁଭ କଥା ବିଷୟରେ ଆଲୋଚନା କରିବାକୁ ଯାଉଛୁ ଯାହା ଆମେ ଜାଣିବା ନିହାତି ଜରୁରି ଅଟେ । ଯଦି ଝିଟିପିଟି ମୁଣ୍ଡରେ ପଡେ ତେବେ ତାହା ରାଜ୍ୟ ଲାଭର ସଂକେତ ଦେଇଥାଏ । ପିଠିରେ ପଡିଲେ ଐଶ୍ଚର୍ଜ୍ୟ ଲାଭ, ଦକ୍ଷିଣ ହାତ ଓ ଗୋଡରେ ପଡିଲେ ଶୁଭ ହୋଇଥାଏ । ଝିଟପିଟି ବାମ ହାତ ବା ଗୋଡରେ ପଡିଲେ ଅଶୁଭ ହୋଇଥାଏ । ଯଦି ବକ୍ଷରେ ପଡିଥାଏ ମୃତ୍ୟୁ ସମାନ ଦଣ୍ଡ ମିଳିଥାଏ । ଶନିବାର ଦିନ ଲୁହା, କୋଇଲା, ଚମଡା ଜିନିଷ, ଲୁଣ କିଣନ୍ତୁ ନାହି ।

ରବିବାର ଦିନ ବେଲ ଗଛରେ ନାଲି ରଙ୍ଗର ଫୁଲ ରଖି ଦୀପ ଜଳାଇ ପୂଜା କରିବା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା ପୂରଣ ହେବେ । ଜାତକରେ ଯଦି କାଳସର୍ପ ଦୋଷ ରହିଛି ବା ବିବାହରେ ବିଳମ୍ବ ହେଉଛି ତେବେ ସ୍ନାନ କରିବା ପୂର୍ବରୁ ପାଖରେ କର୍ପୁର ରଖନ୍ତୁ । ଘର ଆଗରେ କେବେ ପଥର ଜମା କରନ୍ତୁ ନାହି । କଣ୍ଟା ଓ କ୍ଷୀର ବାହାରୁଥିବା ଗଛ ଘରେ ଆଗରେ ରଖିବା ଅନୁଚିତ ।

ମହିଳା ସିନ୍ଦୁର ପିନ୍ଧିବା ସମୟରେ ହାତରୁ ଫରୁଆ ଖସିଯାଏ ବା ମଙ୍ଗଳସୂତ୍ର ଚିଡିଯାଏ ତେବେ ମା ବୃନ୍ଦାବତୀଙ୍କ ପାଖରେ ଦୀପ ଜାଳିବା ସହ ବେଗୁନିଆ ଡାଳ ଭାଙ୍ଗିଲେ ଅଶୁଭ ସମୟ କତିଯାଏ । ମହିଳା ସିନ୍ଦୁର ପିନ୍ଧିବା ସହ ଗଭାରେ ଧଳା ରଙ୍ଗର ଫୁଲ ପିନ୍ଧାନ୍ତୁ । ଏହା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ପୁରୁଷ ପୂଜା କରିବା ସମୟରେ ମା ଦୂର୍ଗାଙ୍କ ଫୋଟୋରେ ସିନ୍ଦୁର ଲାଗିବା ଅନୁଚିତ ।

ନାରୀମାନେ ହନୁମାନଙ୍କ ଫୋଟୋରେ ସିନ୍ଦୁର ଲଗାଇବା ଅନୁଚିତ । ଯଦି ଆପଣଙ୍କର ଅଶୁଭ ସମୟ ଚାଲୁଥାଏ ତେବେ ପଶ୍ଚିମ ଦିଗକୁ ମୁଖ କରି ଓସ୍ତ ଗଛ ମୂଳେ ଲଗାତାର ୨୧ ଦିନ ଯାଏଁ ଜଳ ଦିଅନ୍ତୁ । ଏହା କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଘରେ ଅଶୁଭ ହେଉଥିଲେ ଭଗବାନ ଗଣେଶଙ୍କୁ ଦୁବ ଓ ଲଡୁ ଅର୍ପଣ କରନ୍ତୁ ।

ଯଦି ଆପଣ ଚାହୁଁଛନ୍ତି ଏକ ବର୍ଷ ଯାଏଁ ସମୟ ଭଲରେ ରହିବ ତେବେ ରଜ ସଙ୍କ୍ରାନ୍ତି ଦିନ ହଳଦିଆ ଚିତା ଉପରେ ନାଲି ରଙ୍ଗର ଚିତା ଆଙ୍କନ୍ତୁ । ଏମିତି କରିବା ଦ୍ଵାରା ବର୍ଷକ ଯାକ ଆପଣ ସୁଖ ଶାନ୍ତିରେ ସମୟ ଅତିବାହୀତ କରିବେ । ଯାତ୍ରା କରିବା ସମୟରେ କୌଣସ ଲୋକେ ଛିଙ୍କି ଦିଅନ୍ତି ବା ଝିଟିପିଟି ଶବ୍ଦ କରେ ବା ଆଗରେ ପଡିଯାଏ ତେବେ ଏହା ଅତ୍ୟନ୍ତ ଶୁଭ ମାନାଯାଏ । କୌଣସି ପ୍ରକାରର ଅର୍ଥ ଜନିତ ସମସ୍ଯା ରହିଛି ତେବେ ସ୍ନାନ କରୁଥିବା ଜଳରେ କଳା ରାଶି ପକାଇ ସ୍ନାନ କରନ୍ତୁ ।

ଶନିବାର ଦିନ କଳା ରାଶିକୁ କଳା କପଡା ରେ ବାନ୍ଧି କାହାକୁ ଦାନ କରନ୍ତୁ । ଏପରି କରିବା ଦ୍ଵାରା ଅର୍ଥ ଜନିତ ସମସ୍ଯା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *