ଗରୁଡ଼ ପୁରାଣରେ ଗୋଟିଏ ପଟେ କର୍ମ ଆଦିକୁ ପ୍ରାଧାନ୍ୟ ଦିଆଯାଉଥିବା ସମୟରେ ଅନ୍ୟପଟେ ଆତ୍ମଜ୍ଞାନ ର ପ୍ରତିପାଦନ ମଧ୍ୟ କରା ଯାଇଛି । ପରମାତ୍ମାଙ୍କ ଧ୍ୟାନ ହିଁ ଆତ୍ମଜ୍ଞାନ ର ସର୍ବଶ୍ରେଷ୍ଠ ବଳ ଅଟେ । କମୃତ୍ୟୁ ପରେ ମଣିଷ କେବଳ ୨ ଟି ସ୍ଥାନକୁ ଯାଇଥାଏ । ଗୋଟିଏ ହେଉଛି ନର୍କ ବା ପ୍ରେତ୍ୟନି ଆଉ ଗୋଟିଏ ହେଉଛି ସ୍ୱର୍ଗ ବା ପରମାତ୍ମା ଙ୍କ ଶରଣ । ତେବେ ମଣିଷ ର ମୃତ୍ୟୁ ପରେ ହିଁ ମଣିଷ ର ସ୍ଥାନ ନିର୍ଣ୍ଣୟ କରାଯାଏ । ତେବେ ମଣିଷକୁ ପ୍ରେତ୍ୟନି ରୁ ମୁକ୍ତି ପାଇବା ପାଇଁ ହିଁ ।
ଦାନ, ଧର୍ମ, ପିଣ୍ଡ, ଶ୍ରାଦ୍ଧ, ଅନୁଷ୍ଠାନ ଆଦି କରା ଯାଇଥାଏ । କିନ୍ତୁ ଗରୁଡ଼ ପୁରାଣ ରେ ଏପରି ୫ ଟି କାର୍ଯ୍ୟ ଉଲ୍ଲେଖ ଅଛି ଯାହା କରିବା ଦ୍ୱାରା ମଣିଷ ର ମୃତ୍ୟୁ ଶୀଘ୍ର ହୋଇଥାଏ । ଓ ମନୁଷ୍ୟ ମୃତ୍ୟୁ ପରେ ପ୍ରେତ୍ୟନି ରେ ରହିଥାଏ । ୧ମ କାର୍ଯ୍ୟ ହେଉଛି ରାତିରେ ଦହିର ସେବନ କରିବା ।
ଆୟୁର୍ବେଦରେ ମଧ୍ୟ କୁହାଯାଇଛି ଯେ ରାତିରେ ଦହିର ସେବନ କରିବା ଦ୍ୱାରା ବିଭିନ୍ନ ରୋଗ ହୋଇଥାଏ । ରାତିରେ ଦହି ଖାଇବା ଦ୍ୱାରା ଆମେ ଖାଇକି ଅଳ୍ପ ପରିଶ୍ରମ କରିଥାଉ ଓ ଶୋଇଥାଉ ଜାହାଫଳରେ ଖାଦ୍ୟ ହଜମ ହୋଇ ନ ଥାଏ ଓ ଦହି ମଧ୍ୟ ଭଲରେ ପାଚନ ହୋଇ ନ ଥାଏ । ଏହା ଅନେକ ରୋଗ ସୃଷ୍ଟି କରିଥାଏ ଓ ମୃତ୍ୟୁ ଶୀଘ୍ର ହୋଇଥାଏ ।
୨ୟ କାର୍ଯ୍ୟ ହେଉଛି ଶୁଷ୍କ ମାଂସ ଖାଇବା । ଶୁଷ୍କ ମାଂସ ର ଅର୍ଥ ଯେପରି ମାଂସ ବାସି ହୋଇଗଲେ ସେଥିରେ ବିଭିନ୍ନ କିଟାଣୁ ଆଦି ସୃଷ୍ଟି ହୋଇ ବିଭିନ୍ନ ରୋଗ କରିଥାଏ ସେହିପରି ଶୁଷ୍କ ମାଂସ ଖାଇବା ଦ୍ୱାରା ବିଭିନ୍ନ ବ୍ୟାକ୍ଟେରିଆ ଓ କିଟାଣୁ ଜନିତ ରୋଗ ହୋଇଥାଏ । ଯାହା ଦ୍ୱାରା ମୃତ୍ୟୁ ଶୀଘ୍ର ହୋଇଥାଏ ।
୩ ୟ କାର୍ଯ୍ୟ ଯେଉଁ ମଣିଷ ସକାଳେ ବହୁତ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରୁହନ୍ତି ଏହା ମଧ୍ୟ ଶୀଘ୍ର ମୃତ୍ୟୁ ର କାରଣ ଅଟେ । କାରଣ ସକାଳ ସମୟରେ ଭଲ ଅମ୍ଳଜାନ ମିଳିଥାଏ ଯାହା ଶରୀର ପାଇଁ ଭଲ ଅଟେ । ଏହା ବ୍ରହ୍ମ ମୁହୂର୍ତ୍ତ ଅଟେ ତେଣୁ ଏହି ସମୟରେ ସକାରତ୍ମକ ଉର୍ଜା ର ପ୍ରଭାବ ବେଶୀ ରହିଥାଏ । ତେଣୁ ବ୍ରହ୍ମ ମୁହୂର୍ତ୍ତରେ ସର୍ବଦା ଉଠିବା ଉଚିତ ।
୪ର୍ଥ କାର୍ଯ୍ୟ ଶବ ଦାହ ସ୍ଥାନ ରେ ବେଶୀ ସମୟ ରହିବା ଉଚିତ ନୁହେଁ କାରଣ ସେଠାରେ ନକାରାତ୍ମକ ଉର୍ଜା ରହିଥାଏ ତେଣୁ ସେହିଭଳି ସ୍ଥାନରେ ବେଶୀ ସମୟ ରହିବା ଦ୍ୱାରା ମୃତ୍ୟୁ ଶୀଘ୍ର ହୋଇଥାଏ । ୫ମ କାର୍ଯ୍ୟ ଯେଉଁ ମଣିଷ ସକାଳୁ ମୈଥୁନ ବା କୌଣସି ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖେ ତେବେ ସେମାନଙ୍କର ଶୀଘ୍ର ମୃତ୍ୟ ହୋଇଥାଏ କାରଣ ଆମ ପୂର୍ବ ପୁରୁଷ ମାନେ କହିଛନ୍ତି ।
ସକାଳ ସମୟରେ ଯୋଗ ,ବ୍ୟାୟାମ ଆଦି କରିବା ଉଚିତ କାରଣ ଏହା ବ୍ରହ୍ମ ମୁହୂର୍ତ୍ତ ଅଟେ । ତେଣୁ ଏହି ସମୟରେ ଏହି ମୈଥୁନ ବା କାମସୂତ୍ର ଆଦି କରିବା ଦ୍ୱାରା ଶିରୀର ବହୁତ ଶୀଘ୍ର ହାଲିଆ ହୋଇଯାଇଥାଏ ଓ ଏପରି କରିବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଏ ଓ ରୋଗ ପ୍ରତିରୋଧ ପାଇଁ ଶକ୍ତି ରହେ ନାହିଁ ତେଣୁ ବ୍ରହ୍ମ ମୁହୂର୍ତ୍ତ ରେ ଏପରି କାର୍ଯ୍ୟ ନ କରି ବ୍ୟାୟାମ ବା ଯୋଗ କରିବା ଉଚିତ । ତେବେ ଏହି ୫ ଟି କାର୍ଯ୍ୟ ଯେଉଁ ମନୁଷ୍ୟ କରୁଥିବେ ସେମାନଙ୍କ ର ମୃତ୍ୟୁ ଶୀଘ୍ର ହୋଇଥାଏ ।