ଏହି 5ଟି ସଂକେତ ମିଳିଲେ ଜାଣିବେ ଆପଣଙ୍କ ଆଖ ପାଖରେ ହିଁ ଅଛନ୍ତି ମହାଦେବ, ଆପଣଙ୍କୁ ମିଳୁଛି କି ଏହି ସଂକେତ?

ଅନେକ ସମୟରେ ପୂଜା ପାଠ କରିବା ପରେ ମଧ୍ୟ ଭଗବାନଙ୍କ କୃପା ଲାଭ ହୁଏ ନାହିଁ । ଯାହା କାରଣରୁ ଭଗବାନଙ୍କ ଉପରେ ଭରସା ଉଠି ଯାଇଥାଏ । କିନ୍ତୁ ଭଗବାନ ଆମକୁ ଏମିତି କିଛି ସଂକେତ ଦେଇଥାନ୍ତି ଯାହାକୁ ଆମେ ସହଜରେ ବୁଝିପାରି ନ ଥାଉ । ଯାହାକୁ ଭଗବାନ ଏମିତି କିଛି ମାଧ୍ୟମରେ ଜଣାଇଥାନ୍ତି ଯାହା ଆମ କଳ୍ପନା ବାହାରେ ହୋଇଥାଏ । କିନ୍ତୁ ଏହାକୁ ବୁଝି ପାରିଲେ ବ୍ୟକ୍ତି ଭାଗ୍ୟଶାଳୀ ହେବା ସହ ତାର ଭାଗ୍ଯର ଉଦୟ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ମହାଦେବଙ୍କ କୃପା ପ୍ରାପ୍ତ ହେବା ପୂର୍ବରୁ କେଉଁ ସଂକେତ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯେବେ ବ୍ୟକ୍ତି ଉପରେ ମହାଦେବଙ୍କ କୃପା ରହିଥାଏ ସ୍ଵପ୍ନ ମାଧ୍ୟମରେ ବ୍ୟକ୍ତିକୁ ଭବିଷ୍ୟ ସହ ଜଡିତ ଘଟଣା ବିଷୟରେ ଆଭାସ ହୋଇଥାଏ । ଆମ ନିଦ୍ରା ଅବସ୍ଥାରେ ଯେଉଁ ସ୍ଵପ୍ନ ଦେଖିଥାଉ ତାହା ଅବଚେତନ ହୋଇଥାଏ । ଯେବେ ବ୍ୟକ୍ତି ନିରନ୍ତର ଶିବଙ୍କ ସାଧନାରେ ବା ଭକ୍ତିରେ ଲୀନ ରହିଥାଏ ତାର ମନ ଊର୍ଜାରେ ଭରି ରହିଥାଏ । ଯେଉଁ ସ୍ଵପ୍ନ ବ୍ରହ୍ମ ମୂହର୍ତ୍ତରେ ଆସିଥାଏ ତାହା ନିଶ୍ଚିନ୍ତ ଭାବେ ସଫଳ ହୋଇଥାଏ ଓ ଶିବଙ୍କ ଆଶୀର୍ବାଦ ରହିବାର ସୂଚନା ମିଳିଥାଏ ।

୨- ଯେବେ ଆପଣ ଧ୍ୟାନ କରିବା ସମୟରେ ମନରେ ହଠାତ ବିଚାର ଆସିଥାଏ ବା ଧ୍ୟାନ ପରେ ଆପଣ ତୁରନ୍ତ କିଛି କହିଲେ ତାହା ଘଟିଥାଏ । ତେବେ ଏହା ଶିବଙ୍କ କୃପା ଲାଭ ହେବାର ଅନ୍ୟ ଏକ ସଂକେତ ଅଟେ । ଆପଣଙ୍କ ମନରେ ଖରାପ ଚିନ୍ତଧାର ନଷ୍ଟ ହେବା ସହ ଇଶ୍ଵରଙ୍କ ଊର୍ଜା ସହ ସକ୍ରିୟ ହୋଇଥାନ୍ତି । ଆପଣଙ୍କ ମନରେ ଶିବଙ୍କ ଦିବ୍ୟ ଅନୁଭୂତି ଭରି ରହିଥାଏ । ସେହି ସମୟରେ ଆପଣ ଯାହା କହିଲେ ତାହ ସତ୍ୟ ହୋଇଥାଏ ।

୩- ପ୍ରତେକ ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ରହିଥାଏ ଯେଉଁଠିରୁ ବାହାରିବା ମୁସ୍କିଲ ହୋଇଥାଏ । ଯେବେ ଆପଣ ଶିବ ଭକ୍ତିରେ ଲୀନ ହୋଇଥାନ୍ତି ସେହି ସମୟରେ ଆପଣଙ୍କ ମନରେ ଏମିତି ଚିନ୍ତାଧାରା ଆସିଥାଏ ଯାହା ଆପଣଙ୍କର ସମସ୍ଯା ସହ ଯୋଡି ହୋଇ ରହିଥାଏ । ଦଇବି କୃପାରୁ ଆପଣଙ୍କୁ ଏମିତି ସଂକେତ ମିଳିଥାଏ ଯାହା ଆପଣଙ୍କର ସବୁ ସମସ୍ୟାର ସମାଧାନ କରିଥାଏ । ଏହା ସମ୍ଭବ ହୋଇଥାଏ ଶିବଙ୍କ କୃପା କାରଣରୁ ।

୪- ବ୍ରହ୍ମ ମୂହୁର୍ତ୍ତ ଏମିତି ଏକ ସମୟ ଯେବେ ଦେବତାଙ୍କ ଜାଗୃତ ସମୟ ହୋଇଥାଏ । ଏହି ସମୟରେ ବ୍ଯକ୍ତିର ନିଦ ସ୍ଵତ ଖୋଲିଲେ ସାଧାରଣ କଥା ନୁହେଁ । ଏହି ସମୟରେ ଆପଣଙ୍କ ମନରେ ଦଇବି ଶକ୍ତି ପହଞ୍ଚିଥାଏ ଓ ଆପଣଙ୍କ ନିଦ ଖୋଲି ଯାଇଥାଏ । ଏହା ଶିବଙ୍କ ଇସାରା ହୋଇଥାଏ କି ଭଗବାନଙ୍କ ଭକ୍ତିରେ ଲୀନ ହେବା ପାଇଁ ।

୫- ସ୍ଵପ୍ନରେ ଯଦି ଶିବଲିଙ୍ଗ, ଶିବଙ୍କ ଜଳାଭିଷେକ କରିବା ବା ଶିବ ମନ୍ଦିର ନଜର ଆସିଲେ ବହୁତ ବଡ ସଂକେତ ହୋଇଥାଏ ଶିବ ଙ୍କ କୃପା ଆପଣଙ୍କ ଉପରେ ରହିଛି । ସ୍ଵପ୍ନରେ ଶିବଙ୍କ ଡମୁରୁ, ସାପ, ତ୍ରିଶୂଳ ନଜର ଆସିଲେ ଶିବଙ୍କ କୃପା ମିଳିବାର ସଂକେତ ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *