ଆମେ ଜାଣିଛୁ ୧୨ ମାସରେ ୧୩ ପର୍ବ । ତେବେ ସେହି ପର୍ବ ମାନଙ୍କ ମଧ୍ୟରୁ ଦୋଳ ପୂର୍ଣ୍ଣିମା ଅନ୍ୟତମ । ଏହି ପର୍ବ ରେ ଭଗବାନ ଶ୍ରୀକୃଷ୍ଣ ଓ ରାଧା ଙ୍କୁ ଫଗୁ ଲଗାଇ ବିମାନ ରେ ବସାଇ ପରିକ୍ରମା କରାଯାଇଥାଏ । ଏହି ବିମାନକୁ ଗୋପାଳ ପିଲା ମାନେ ନେଇ ପରିକ୍ରମା କରାଇଥାନ୍ତି । ତେବେ ଏହି ପର୍ବ ଫଗୁଣ ମାସର ଶୁକ୍ଳପକ୍ଷ ଦଶମୀ ତିଥି ରେ ଆରମ୍ଭ ହୋଇ ହୋଲି ପର୍ବ ବା ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ । ତେବେ ଏହି ପର୍ବ ର ପ୍ରାଧାନ୍ୟ ବହୁତ ରହିଥାଏ ହିନ୍ଦୁ ଧର୍ମ ରେ । ସମସ୍ତେ ନିଜର ଶତ୍ରୁତା ଭୁଲି ପରସ୍ପରକୁ ରଙ୍ଗ ଲଗାଇ ହୋଲି ପର୍ବ ପାଳନ କରିଥାନ୍ତି ।
ତେବେ ଏହି ପର୍ବ କୁ ପ୍ରେମ ର ପର୍ବ ମଧ୍ୟ କୁହାଯାଏ । ଆମ ଜୀବନରେ ଦୁଃଖ ଓ କଷ୍ଟ ଆଦି ଲାଗି ରହିଥାଏ । କିନ୍ତୁ ଜୀବନରେ ଦୁଃଖ ବା କଷ୍ଟ ସବୁ ସମୟରେ ରହି ନ ଥାଏ । ଏହି ଦୁଃଖ ଆମ ଜୀବନରେ ଆମର ଗ୍ରହ ଦୋଷ ଯୋଗୁଁ ହୋଇଥାଏ । ତେବେ ଏହି ଗ୍ରହ ଦୋଷ କିଛି ଶୁଭ ମୁହୂର୍ତ୍ତ ବା ଭଗବାନ ଙ୍କ କୃପା ରୁ କଟିଥାଏ ।
ତେଣୁ ସେହି ଭଳି ଏହି ପବିତ୍ର ଦୋଳ ପୁର୍ଣିମା ଦିନ କିଛି ରାଶି ମାନଙ୍କ ର ଗ୍ରହ ଦୋଷ କଟିବାକୁ ଯାଉଛି । ତେବେ ପ୍ରଥମ ରାଶି ହେଉଛି କନ୍ୟା ରାଶି – ଆପଣ ମାନେ ଦେଖୁଥିବେ ଆପଣ ଗତ କିଛି ଦିନ ଧରି ଯେକୌଣସି କାର୍ଯ୍ୟ କରିବାକୁ ଯାଉଥିବେ ସେଥିରେ ଆପଣ ବିଫଳ ହେଉଥିବେ । ତେଣୁ ଏହା ଆପଣଙ୍କ ଗ୍ରହ ଦୋଷ ପାଇଁ ହେଉଛି ।
ତେବେ ଏହି ଦୋଳ ପୁର୍ଣିମା ଦିନ ଠାରୁ ଆପଣଙ୍କ ର ଗ୍ରହ ଦୋଷ ଦୁରେଇଯିବ । ଆପଣ ଯେଉଁ ବି କାର୍ଯ୍ୟ କରିବେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ରୁ ସଫଳତା ପାଇବେ । ଆପଣଙ୍କୁ ଧନ ପ୍ରାପ୍ତି ହେବ । ଆପଣଙ୍କ ବ୍ୟବସାୟ ରେ ଉନ୍ନତି ହେବ । ଆପଣଙ୍କ ର ଚାକିରୀରରେ ଆପଣଙ୍କ ସହକର୍ମୀଙ୍କ ସହୋଯୋଗ ମିଳିବ ।
ଦ୍ଵିତୀୟ ରାଶି ହେଉଛି ସିଂହ ରାଶି – ଏହି ରାଶିର ବ୍ୟକ୍ତିମାନଙ୍କ ର ସବୁ ପାରିବାରିକ ସମସ୍ୟା ଦୂର ହେବ । ଯେଉଁମାନଙ୍କୁ ବିବାହ ଜନିତ ସମସ୍ୟା ରହୁଛି ବା ବିବାହ ରେ ବିଳମ୍ବ ହେଉଛି ସେମାନଙ୍କ ପାଇଁ ଉଚିତ ବିବାହ ପ୍ରସ୍ତାବ ଆଶିବ । ଏହି ରାଶିର ଲୋକମାନେ ନିଜର ବ୍ୟବସାୟ ବା କାର୍ଯ୍ୟ କ୍ଷେତ୍ର ରେ ବହୁତ ଲାଭ ପାଇବେ । ତୃତୀୟ ରାଶି ହେଉଛି କୁମ୍ଭ ରାଶି – ଏହି ରାଶିର ଲୋକମାନେ କୌଣସି ବାହାର ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କୁ ଜୀବନ ସାଥୀ ର ସମ୍ପୂର୍ଣ୍ଣ ସହଯୋଗ ମିଳିବ ।
ଆପଣଙ୍କ ପାରିବାରିକ ସମସ୍ୟା ଦୂର ହେବ । ଯେଉଁମାନେ ଅର୍ଥ ଉପାର୍ଜନ ପାଇଁ କିଛି ଚାକିରି ବା ବ୍ୟବସାୟ ସନ୍ଧାନରେ ଅଛନ୍ତି ସେମାନଙ୍କୁ ଏବେ ଭଲ ଅଫର ମିଳିବ । ଯେଉଁ ମାନେ କାର୍ଯ୍ୟ ସମ୍ପର୍କରେ କିଛି ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ ଏବେ ସେହି ଯୋଜନା ରେ ସଫଳତା ପାଇବେ । ତେବେ ଏହି ତିନୋଟି ରାଶି ଙ୍କର ଏବେ ସବୁ ଗ୍ରହ ଦୋଷ ଖଣ୍ଡନ କରିଥାନ୍ତି । ତେବେ ଏହି ତିନୋଟି ରାଶିର ଲୋକ ମାନଙ୍କର ଜୀବନରେ ଥିବା ସମସ୍ୟା ସବୁ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ରୁ ଦୂର ହୋଇଯିବ ।