ନମସ୍କାର ବନ୍ଧୁଗଣ, ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ତାଙ୍କ ପୂଜା ନିମତେ ସମସ୍ତେ ସକାଳେ ଉଠି ଫୁଲ ତୋଳିଥାନ୍ତି । କେହି କେବେ ମଧ୍ୟ ଫୁଲ ତୋଳିବାର ନିୟମ ରଖନ୍ତି ନାହି । ହୁଏତ ଏହା ବିଷୟରେ କାହାକୁ ଜଣାନଥିବ । ଯାହାଫଳରେ ଜୀବନରୁ ଦୁଖ କଷ୍ଟ ଦୂରେଇବା ବଦଳରେ ଅଧିକ ହେବାକୁ ଲାଗୁଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଫୁଲ ତୋଳିବାର ସମସ୍ତ ନିୟମ ବିଷୟରେ । ଯାହାକୁ ଆପଣ ପାଳନ କରି ଭଗବାନଙ୍କୁ ସନ୍ତୁଷ୍ଟ କରିପାରିବେ । ଆଉ ଡେରି ନକରି ଆସନ୍ତୁ ଜାଣିବା ।
ପ୍ରଥମ: ବୀନା ଅନୁମତିରେ କାହା ଫୁଲ ଗଛରୁ ଫୁଲ ଚୋରୀ କରି ଆଣି ପୂଜାରେ ଲଗାଇବା ଉଚିତ ହୋଇନଥାଏ । ଏହା ଶାସ୍ତ୍ର ବିରୋଧୀ ହୋଇଥାଏ । ଦିତୀୟ: ଫୁଲ ତୋଳିବା ସମୟରେ ଚପଲ ପିନ୍ଧି ତୋଳିବା ଫୁଲ ଅନୁଚିତ ଅଟେ । ଏବଂ ଦେହରେ ତେଲ ଲଗାଇ ମଧ୍ୟ ଫୁଲ ତୋଳିବା ବାରଣ ଅଟେ । ତୃତୀୟ: ଅଗଧୁଆ ସମୟରେ ଫୁଲ ତୋଳିବେ ।
କିନ୍ତୁ ହାତ ପାଦ ମୁହଁ ଭଲ ଭାବରେ ଧୋଇ ହୋଇ ତୋଳିବେ । ରାତିରେ ପିନ୍ଧିଥିବା ବସ୍ତ୍ର କୁ ବଦଳି ଧୁଆ ହୋଇଥିବା ବସ୍ତ୍ରକୁ ପରିଧାନ କରି ସକାଳୁ ଫୁଲ ତୋଳନ୍ତୁ । ଚତୁର୍ଥ: ସୂର୍ଯ୍ୟ ପରାଗ, ଚନ୍ଦ୍ର ଗ୍ରହଣ ଏବଂ ଶୁଦ୍ଧିକ୍ରିୟା ଦିନ ଅଗଧୁଆ ଫୁଲ ତୋଳିବା ବାରଣ ଅଟେ । ଏହି କଥାକୁ ସବୁବେଳେ ଧ୍ୟାନରେ ରଖନ୍ତୁ । ଏହି ନିୟମକୁ ପାଳନ କରିବା ଦ୍ଵାରା ଭଗବାନ ସନ୍ତୁନ୍ତ ରୁହନ୍ତି ।
ପଞ୍ଚମ: ଅନେକ ଲୋକ ପୂର୍ବ ଦିନର ଫୁଲ ବା ଫୁଲ କଢ ତୋଳି ରଖିଥାନ୍ତି । ଏହାକୁ ପରଦିନ ପୂଜାରେ ଲଗାନ୍ତି । ଏହା ସମ୍ପୂର୍ଣ ଭାବେ ଶାସ୍ତ୍ର ବିରୋଧୀ ଅଟେ । କାରଣ ଫୁଲ ଗୋଟିଏ ଦିନ ପରେ ବାସି ହୋଇଯାଇଥାଏ । ଦୁଇଟି ଫୁଲକୁ କେବଳ ପୂର୍ବ ଦିନ ତୋଳି ରଖିପାରିବେ । ତାହା ହେଉଛି ପଦ୍ମ ଓ ସ୍ଵର୍ଣ ଚମ୍ପା ।
ଷଷ୍ଠ: ଯଦି ଫୁଲକୁ କୌଣସି ଅଶୌଚ ବ୍ୟକ୍ତି ଛୁଇଁ ଅପବିତ୍ର କରିଦିଅନ୍ତି ତେବେ ଏହାକୁ ଆପଣ ପାଣିରେ ଧୋଇ ପୂଜାରେ ଲଗାଇପାରିବେ । ଧୂଳିବାଲି ହୋଇଥିବା ଫୁଲକୁ ମଧ୍ୟ ଆପଣ ଧୋଇ ପୂଜା କରିପାରିବେ । ସପ୍ତମ:ଫୁଲ ତୋଳିବା ପୂର୍ବରୁ ୩ଟି ମନ୍ତ୍ର ଉଚାରଣ କରି ତୋଳନ୍ତୁ । ପ୍ରଥମ: ଓଁ ବରୁଣାୟ ନମଃ । ଦିତୀୟ: ଓଁ ବୋମାୟ ନମଃ । ତୃତୀୟ: ପୃଥିବେୟ ନମଃ । ଏହି ମନ୍ତ୍ରକୁ ଆପଣ ଜପ କରି ଗାଧୋଇ ସାରିବା ପରେ ଫୁଲ ତୋଳନ୍ତୁ ।
ଏହି ଫୁଲକୁ ଭଗବାନ ଶ୍ରଦ୍ଧାର ସହ ଗ୍ରହଣ କରନ୍ତି । ଆପଣଙ୍କ ଉପରେ ତାଙ୍କର କୃପା ସର୍ବଦା ରଖିଥାନ୍ତି । ଏହି ସମସ୍ତ ନିୟମ ଗୁଡିକୁ ପାଳନ କରନ୍ତି । ଆପଣଙ୍କ ଉପରେ ଭଗବାନ ନିଶ୍ଚିନ୍ତ ପ୍ରସନ୍ନ ରହିବେ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିହାତି ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।