ଆଲମୀରା କେଉଁ ଦିଗରେ ରଖିଲେ ବଢିଥାଏ ଧନ? ହୁଏ ନାହିଁ କେବେ ଧନର ଅଭାବ- Vastu Tips

ବନ୍ଧୁଗଣ ନମସ୍କାର । ଆଜିର ସୂଚନା ଅନୁସାରେ କହିବାକୁ ଯାଉଅଛୁ କି, ଘରର ଟ୍ରେଜେରୀ ତଥା ଆଲମୀରା କେଉଁ ଦିଗରେ ରଖିବା ଉଚିତ ହୋଇଥାଏ । ସମସ୍ତଙ୍କ ଘର ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଜାଗାରେ କଣ ହବା କଥା କିମ୍ବା କେଉଁ ଜାଗାରେ କଣ ରଖିବା କଥା ଏହି ବିଷୟରେ ଜାଣିରଖିବା ଉଚିତ । ଏହାଦ୍ବାରା ଆପଣଙ୍କ ପରିବାରରେ ଯେପରି କୌଣସି ପ୍ରକାର ସମସ୍ଯା ଉପୁଜିବା ନାହିଂ ଏବଂ ପରିବାରରେ ସମସ୍ତଙ୍କର ମଙ୍ଗଳ ହେବ । ଯାହାଦ୍ୱାରା ଆପଣ ଆର୍ଥିକ ଓ ମାନସିକ ଭାବେ ଠିକ ରହିବେ ।

ଉତ୍ତର ଦିଗ ହେଉଛି ଧନର ଦିଗ । ମା ମହାଲକ୍ଷ୍ମୀ ଏବଂ କୁବେର ହେଉଛନ୍ତି ଧନର ଦେବତା । ଉତ୍ତର ଦିଗର ଅଧିପତି ହେଉଛନ୍ତି ମା ମହାଲକ୍ଷ୍ମୀ ଓ କୁବେର ଦେବତା । ଦକ୍ଷିଣ ଦିଗର ଅଧିପତି ହେଉଛନ୍ତି ଜମ ଦେବତା । ଯଦି ଉତ୍ତର ଦିଗରେ ମା ଲକ୍ଷ୍ମୀ ଓ କୁବେର ଦେବତା ରହିଲେ, ତାହେଲେ ତାଙ୍କର ନଜର ଦକ୍ଷିଣ ଦିଗରେ ପଡିବ । ଆପଣ ଯଦି ନିଜର ଟଙ୍କା, ସୁନା, ଗହଣା ତଥା ମୁଲ୍ଯବାନ ଜିନିଷ ରଖୁଥିବା ଜାଗା ଯାହାକୁ ଆମେ ଆଲମାରି ବୋଲି କହୁଛୁ ।

ସେହି ଆଲମାରୀକୁ ଯଦି ଆମେ ଉତ୍ତର ଦିଗରେ ରଖିବୁ ତାହେଲେ ତାହା ଖୋଲିବା ବେଳକୁ ତା ଭିତରେ ଥିବା ଜିନିଷ ଉପରେ ଦକ୍ଷିଣ ଦିଗରେ ବିରାଜିତ ଥିବା ଜମ ଦେବତାଙ୍କ ନଜର  ଆଲମାରି ଭିତରେ ଥିବା ଜିନିଷ ଉପରେ ପଡିବ । ଯଦି ଆମେ ସେହି ଆଲମାରୀକୁ ଆପଣମାନେ ଦକ୍ଷିଣ ଦିଗରେ ରଖନ୍ତି, ତାହେଲେ ସେଇ ଆଲମାରି ଖୋଲିବା ବେଳକୁ ଉତ୍ତର ମୁହାଁ ଖୋଲିବ ।

ଯେହେତୁ ଉତ୍ତର ଦିଗରେ ମା ଲକ୍ଷ୍ମୀ ଓ କୁବେର ଦେବତା ବିରାଜିତ ଅଛନ୍ତି, ତେବେ ତାଙ୍କ ଶୁଭ ନଜର ଆପଣଙ୍କ ଆଲମାରୀରେ ଥିବା ଜିନିଷ ଉପରେ ପଡିବ । ଯାହା ଦ୍ଵାରା ଆପଣଙ୍କର ଟଙ୍କା, ସୁନା, ରୂପା ଗହଣା ବୃଦ୍ଧି ପାଇବ । ପଶ୍ଚିମ କୋଣ ଓ ଦକ୍ଷିଣ କୋଣ ମିଶି ଯେଉଁ କୋଣ ସୃଷ୍ଟି ହୋଇଥାଏ, ସେହି କୋଣକୁ ଆମେ ନୈରୁତ୍ତ କୋଣ ବୋଲି କହିଥାଉ ।

ସେହି କୋଣରେ ଯଦି ଆମେ ଧନ ରଖିବା, ତାହେଲେ ଆପଣଙ୍କର ଧନର ବୃଦ୍ଧି ହେବ । ଯଦି କୌଣସି କାରଣରୁ ସେହି ନୈରୁତ୍ତ କୋଣରେ ଆଲମାରୀକୁ ରଖିପାରୁନାହାନ୍ତି । ତାହେଲେ ଦକ୍ଷିଣ କାନ୍ଥକୁ ଲଗେଇ ଆପଣମାନେ ଆଲମାରୀକୁ ରଖିପାରିବେ  ।

ଯାହା ଦ୍ଵାରା ତାହା ଖୋଲିବା ବେଳକୁ ତା ଉପରେ କୁବେର ଦେବତା ଓ ମା ଲକ୍ଷ୍ମୀଙ୍କ ନଜର ତା ଉପରେ ପଡିବ । ଆପଣଙ୍କ ଘର ଧନ ଧାନ୍ୟରେ ପୂରି ଉଠିବ । ଯଦି ଆପଣଙ୍କ ଘରେ ଶଙ୍ଖ ଅଛି, ତାହେଲେ ତାର ପଛ ଭାଗକୁ ଉତ୍ତର ଦିଗରେ ରଖିବା ଭଲ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ ପୋଷ୍ଟକୁ ଲାଇକ୍ କରିବା ସହ କମେଣ୍ଟ କରିକି ମଧ୍ୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *