ଆମ ଭାରତର ବେଶ ଭୁଷା ବିଶ୍ୱ ମଧ୍ୟରେ ଭିନ୍ନ ଅଟେ । ଆମର ଏଠିକାର ଲୋକମାନଙ୍କ ପୋଷାକ ଆଦି ଅନ୍ୟ ଦେଶ ଠାରୁ ଭିନ୍ନ ଅଟେ । ତେବେ ଆମର ଭାରତୀୟ ବିବାହିତ ନାରୀ ମାନଙ୍କର ଅନେକ ଅଳଂକାର ମାନ ରହିଥାଏ । ଯାହା ସେମାନେ ପିନ୍ଧିବା ଅତ୍ୟନ୍ତ ଆବଶ୍ୟକ । ସେହି ଭଳି ଦୁଇଟି ଅଳଙ୍କାର ହେଉଛି ପାଉଁଜି ଓ ଝୁଣ୍ଟିଆ । ତେବେ ଆଜି ଆମେ ଏହି ସମ୍ବନ୍ଧରେ କିଛି ନିୟମ ଆପଣଙ୍କୁ କହିବୁ । ନିଜର ଚିହ୍ନଆ ବା ଅଚିହ୍ନଆ ସ୍ତ୍ରୀ ଲୋକଙ୍କୁ କେବେବି ନିଜର ପାଉଁଜି ବା ଝୁଣ୍ଟିଆ ପିନ୍ଧିବା ପାଇଁ ଦେବେ ନାହିଁ ।
ଏହା ଦ୍ୱାରା ସ୍ୱାମୀର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ସହ ଆୟୁଷ ମଧ୍ୟ କମିଥାଏ । ସ୍ୱାମୀର ଚରିତ୍ର ମଧ୍ୟ ବଦଳିଥାଏ । ଏହା ଛଡା ଘରକୁ କଳି ଓ କ୍ଳେଶର ଆଗମନ ହୋଇଥାଏ । ପାଉଁଜି ବା ଝୁଣ୍ଟିଆ ସର୍ବଦା ରୂପାର ପିନ୍ଧିବା ଉଚିତ । କାରଣ ଏହା ଚନ୍ଦ୍ରଙ୍କ ର ଧାତୁ ଅଟେ ।
ତେଣୁ ଏହା ଶୀତଳ ରହିଥାଏ । ଆମର ଆୟୁର୍ବେଦ ରେ କୁହାଯାଇଛି ରୁପା ଜିନିଷ ଆମ ଶରୀର ପାଇଁ ଖୁବ ସହାର୍ଯ୍ୟକାରୀ । ତେବେ ପାଦର ଦ୍ବିତୀୟ ଆଙ୍ଗୁଳିରେ ଟାଇଟ ଓ ରୂପାର ମୁଦି ପିନ୍ଧିବା ଦ୍ୱାରା ଏହା ର ରୁପା ଧାତୁ ଘସି ହୋଇ ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ ।
ଯାହାଦ୍ୱାରା ଆପଣଙ୍କ ହାଡ଼, ଗର୍ଭାଶୟ ଆଦି ମଜବୁତ ରହିଥାଏ । ଶରୀରର ମଧ୍ୟ ସୁସ୍ଥ ରହିଥାଏ ଓ ଋତୁଶ୍ରାବ ମଧ୍ୟ ସଠିକ ସମୟରେ ହୋଇଥାଏ । ପାଉଁଜି ସର୍ବଦା ଏପରି ପରିଧାନ କରିବେ ଯେମିତିକି ଏଥିରୁ ଶବ୍ଦ ବାହରୁଥିବ । କାରଣ କୁହାଯାଏ କି ପାଉଁଜି ର ଶବ୍ଦ ରେ ହିଁ ସକାରତ୍ମକ ଉର୍ଜା ସୃଷ୍ଟି ହୋଇଥାଏ ।
ଏହା ଦ୍ୱାରା ମା ଲଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଘରକୁ ସୁଖ ସମୃଦ୍ଧି ଧନ ଆଦିର ଆଗମନ ହୋଇଥାଏ । ପାଉଁଜି ବା ମୁଦି କେବେବି ଭଙ୍ଗା ବା ଛିଣ୍ଡା ଓ ବିନା ଶବ୍ଦ ର ପାଉଁଜି ପିନ୍ଧିବା ଉଚିତ ନିହେଁ । ଏହା ଅତ୍ୟନ୍ତ ଅଶୁଭ ଅଟେ । ଏହା ଦ୍ୱାରା ଘରେ ନକାରାତ୍ମକ ବଢିଥାଏ ।
ପାଉଁଜି ଓ ଝୁଣ୍ଟିଆ ନବବିବାହିତ ନାରୀ ମାନେ ପିନ୍ଧିବା ଉଚିତ । କାରଣ ନବବିବାହିତ ନାରୀ ନିଜକୁ ଷୋହଳ ଶୃଙ୍ଗାର ରେ ସଜେଇ ରଖିବା ଦ୍ୱାରା ସେହି ଘରେ ସୁଖ ଶାନ୍ତି ରହିଥାଏ । ଏହା ଛଡା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟ ରେ ପ୍ରେମ ମଧ୍ୟ ବୃଦ୍ଧି ହୋଇଥାଏ ।
ପାଉଁଜି ଯଦି ନ ପିନ୍ଧିଥାନ୍ତି ତେବେ ଏହା ଘର ପାଇଁ ଅଶୁଭ ହୋଇଥାଏ ଏହା ଦ୍ୱାରା ଘରେ ସକାରତ୍ମକ ଭାବ କମିଥାଏ ଓ ନକାରାତ୍ମକ ବୃଦ୍ଧି ପାଇଥାଏ । ଯାହାଭି ଆପଣ ଦେଖୁଛନ୍ତି ତାହା ଆମ ପାଇଁ ବହୁତ ଭଲ କିମ୍ବା ଖରାପ ହୋଇ ପାରେ ମାତ୍ର ଆପଣ ଏହି ନିୟମ ପାଳନ କରିବା ଭଲ ହେବ ଆପଣଙ୍କ ପାଇଁ ।