ଆଜି ଆମେ ଜାଣିବା ଗର୍ଭବତୀ ମହିଳାଙ୍କ ର କେଉଁ କେଉଁ ଲକ୍ଷଣରୁ ଜଣା ପଡିଥାଏ କି ତାଙ୍କର ଗର୍ଭ ରେ ପୁଅ ବା ଝିଅ ଅଛି । ଆମ ଭାରତରେ ଭ୍ରୁଣ ହତ୍ୟା ବହୁତ ହେଉଅଛି । ତେଣୁ ଏହି ସବୁ କଥା ଭ୍ରୁଣ ହତ୍ୟାର ସପକ୍ଷରେ ନୁହେଁ । ସନ୍ତାନ ପୁଅ ହେଉ ବା ଝିଅ ସବୁ ସମାନ ଅଟେ । ତେଣୁ ଭ୍ରୁଣ ହତ୍ୟା ଏକ ଦଣ୍ଡନୀୟ ଅପରାଧ ଅଟେ । ଏଥିପାଇଁ ବହୁତ କଠିନ ଶାସ୍ତି ରହିଅଛି ।
ତେବେ କିଛି ଗବେଷଣା ବା କିଛି ବୟସ୍କ ଲୋକଙ୍କ ଅଭିଜ୍ଞତା ରୁ ଏହି ଲକ୍ଷଣମାନ କୁହା ଯାଇଛି । ଯେଉଁ ମହିଳାଙ୍କ ପେଟ ଗୋଲାକାର ଓ ବାହାରକୁ ଥାଏ ତେବେ ଗର୍ଭରେ ପୁଅ । ଯାହାର ପେଟ ଗୋଲାକାର ଓ ଚଉଡା ହୋଇଥାଏ ତେବେ ସେମାନଙ୍କର କନ୍ୟା ରହିଥାଏ ।
ପ୍ରେଗନେନ୍ସି ସମୟରେ ପ୍ରଥମ ୩ ମାସ ଯେଉଁ ମହିଳା ବହୁତ ଦୁଃଖୀ ରୁହନ୍ତି ଓ ବେଳେ ବେଳେ ମନ ଦୁଃଖ ରଖନ୍ତି ତାଙ୍କର ପୁଅ ରହିଥାଏ । ଯେଉଁ ମହିଳାଙ୍କର ପ୍ରେଗନେନ୍ସି ସମୟ ବହୁତ ଖୁସିରେ ବ୍ୟତୀତ ରହିଥାଏ ସେମାନଙ୍କର ଝିଅ ହୋଇଥାଏ । ସାଧାରଣତଃ ଏକ ଗବେଷଣା ରୁ ଜଣା ପଡିଥାଏ ମହିଳାଙ୍କ ଖାଦ୍ୟ ପେଟରେ ଥିବା ଶିଶୁର ଲିଙ୍ଗ ଉପରେ ନିର୍ଭର କରିଥାଏ ।
କାରଣ ଝିଅ ଭ୍ରୁଣ ଅପେକ୍ଷା ପୁଅ ଭ୍ରୁଣ କୁ ବେଶୀ ଜାଗା ଦରକାର ହୋଇଥାଏ । ଯେଉଁ ମହିଳା ଖାଦ୍ୟକୁ ଘୃଣା କରୁଥିବେ ବା ଯାହାଙ୍କର ବାନ୍ତି ବେଶୀ ହେଉଥିବ ତାଙ୍କର ଗର୍ଭରେ ପୁଅ ରହିଥାଏ । ଯେଉଁମାନଙ୍କର ବାନ୍ତି କମ ହୋଇଥାଏ ତାଙ୍କ ଗର୍ଭରେ ଝିଅ ରହିଥାଏ ।
ଏକ ଗବେଷଣା ରୁ ଜଣା ପଡିଥାଏ ଆପଣ ଯଦି ସକାଳର ପ୍ରଥମ ପରିସ୍ରା ରେ ଖାଇବା ସୋଢ଼ା ମିଶାଇବେ ଏଥିରେ ଯଦି ଫେଣ ସୃଷ୍ଟି ହେବ ତେବେ ଗର୍ଭରେ ଝିଅ ରହିଥାଏ । ଯଦି ଖାଇବା ସୋଢ଼ା ମିଶାଇବା ଦ୍ୱାରା କିଛି ହୋଇ ନ ଥାଏ ତେବେ ଗର୍ଭରେ ପୁଅ ରହିଥାଏ ।
ଯଦି ଗର୍ଭବତୀ ମହିଳାଙ୍କୁ ମିଠା ଖାଇବାକୁ ଇଛା ହେଉଥାଏ ତେବେ ଏହା ଝିଅ ହେବାର ସଙ୍କେତ ହୋଇଥାଏ । ଯଦି ତାଙ୍କୁ ଖଟା, ତେଲ ମସଲା ଆଦି ଖାଇବାକୁ ଇଛା ହୁଏ ତେବେ ଗର୍ଭରେ ପୁଅ ରହିଥାଏ ।
ଯଦି ଗର୍ଭବତୀ ମହିଳାଙ୍କ ମୁହଁରେ ଅନେକ ବ୍ରଣ ହୋଇଥାବ ବା ମୁହଁ ର ଗ୍ଲୋ ନ ଥାଏ ତେବେ ଗର୍ଭରେ ପୁଅ ରହିଥାଏ । ଯଦି ମୁହଁ ସୁନ୍ଦର ଦେଖାଯାଏ ତେବେ ଗର୍ଭରେ ଝିଅ ରହିଥାଏ ।