ଅର୍ଜୁନ ର ମୃତ୍ୟୁ ରେ କଣ ପାଇଁ ହସିଲେ ଗଙ୍ଗା! କାରଣ ଜାଣି ହେବେ ଆଶ୍ଚର୍ଯ୍ୟ…. Mahabharat Rahasya

ମହାଭାରତ ରେ ସବୁଠାରୁ ବଡ଼ ଧନୁର୍ଦ୍ଧର ଥିଲେ ଅର୍ଜୁନ। ତାଙ୍କୁ ମହାଭାରତ ଯୁଧ୍ୟ ରେ କେହି ବି ପରାସ୍ତ କରି ପାରି ନଥିଲେ। କିନ୍ତୁ ଆଜି ଆମେ ଏକ ଏପରି ଘଟଣା ଶୁଣିବା ଯେଉଁଥିରେ ଅର୍ଜୁନ ପରାସ୍ତ ହୋଇଥିଲେ ଓ ଏହା ସହ ମୃତ୍ୟୁବରଣ ମଧ୍ୟ କରିଥିଲେ । ମହାଭାରତ ଯୁଧ୍ୟ ରେ ବିଜୟ ହେବା ପରେ ଯୁଧିଷ୍ଠିର ଙ୍କୁ  ହସ୍ତିନା ପୁର ର ରାଜା ଘୋଷଣା କରାଗଲା । ଏହା ପରେ ଶ୍ରୀ କୃଷ୍ଣଙ୍କ ନିର୍ଧେଶ ରେ ଯୁଧିଷ୍ଠିର ଅଶ୍ୱମେଘ ଯଜ୍ଞ କରାଇଲେ। ସେହି ଅଶ୍ୱମେଘ ଯଜ୍ଞ ର ଅଶ୍ୱ କୁ ଅର୍ଜୁନଙ୍କ ନେତୃତ୍ୱ ରେ ରଖାଗଲା ।

ଅଶ୍ୱ ଯେଉଁ ରାଜ୍ୟ ରେ ରହୁଥାଏ ସେହି ରାଜ୍ୟର ରାଜା ମାନେ ନିଜ ସ୍ବଇଛା ରେ ନିଜର ରାଜ୍ୟକୁ ହସ୍ତିନା ପୁର ର ଅଧିନ ରେ କରିଦେଉଥିଲେ । ଯେଉଁ ରାଜା ମାନେ ଏପରି କରୁ ନ ଥିଲେ ସେମାନଙ୍କ ସହ ଅର୍ଜୁନ ଯୁଧ୍ୟ କରି ପରାସ୍ତ କରି ଦେଉଥିଲେ । ଏଜି ପରି ଭ୍ରମଣ କରୁ କରୁ ଦିନେ ଅଶ୍ୱ ମଣିପୁର ରେ ପହଁଚିଲା ।

ମଣିପୁର ରେ ଭବରୁବହନ ରାଜା ଥିଲେ। ଭବୃବାହନ ଅର୍ଜୁନ ଓ ଚିତ୍ରଙ୍ଗଦ ଙ୍କ ପୁତ୍ର ଥିଲେ । ସେ ଯେତେବେଳେ ଜାଣିଲେ ଅର୍ଜୁନ ତାଙ୍କ ରାଜ୍ୟକୁ ଆଗମନ କରିଛନ୍ତି ସେ ତୁରନ୍ତ ଯାଇ ଅର୍ଜୁନଙ୍କୁ ସ୍ୱାଗତ କରିବାକୁ ବାହାରିଲେ । ଅର୍ଜୁନ ଏହା ଦେଖି କହିଲେ । ଅବି ମୁଁ ତୁମ ପିତା ନୁହେଁ ହସ୍ତିନା ପୁରର ଅଧିକାରୀ ଭାବେ ଆସିଛି ।

ତେଣୁ ତୁମେ ମୋର ସ୍ୱାଗତ ନ କରି ମୋ ସହ ଯୁଧ୍ୟ କର । ଏହା ଶୁଣି ଅର୍ଜୁନଙ୍କ ର ଦ୍ଵତୀୟ ପତ୍ନୀ ଉନୁପ ମଧ୍ୟ ସେଠାକୁ ଆସିଲେ ଓ ଭବୃବହନ କୁ କହିଲେ ହେ ପୁତ୍ର ତୁମ ପିତା ଉଚିତ କହିଛନ୍ତି । ଯଦି ତୁମେ ତୁମ ପିତାଙ୍କର ସହ ଯୁଧ୍ୟ ନ କରିବ ତେବେ ଏହା ତାଙ୍କର ଅପମାନ ହେବ ।

ଏହା ଶୁଣି ଭବୃବହନ ଅର୍ଜୁନଙ୍କ ସହ ଯୁଧ୍ୟ କରିଲା । ବହୁତ ଦିନ ଯୁଧ୍ୟ ହେବା ପରେ ଭବୃବାହନ ମା କାମାକ୍ଷଦେବୀଙ୍କ ଦ୍ୱାରା ପ୍ରାପ୍ତ ଅସ୍ତ୍ରରେ ଅର୍ଜୁନଙ୍କ ଶିରଛେଦ କରିଲେ । ଏହା ଦେଖି ଗଙ୍ଗା ମାତା ହସିଲେ । ଅର୍ଜୁନଙ୍କ ମୃତ୍ୟୁ କଥା ଶୁଣି ଶ୍ରୀକୃଷ୍ଣ ଓ ମାତା କୁନ୍ତୀ ମଣିପୁର ଆସିଲେ । କୁନ୍ତି ଅର୍ଜୁନଙ୍କୁ ଧରି କାନ୍ଦିବା ଦେଖି ଗଙ୍ଗା ମାତା ହସିଲେ ।

ଏହା ଦେଖି ଶ୍ରୀକୃଷ୍ଣ ଗଙ୍ଗାଙ୍କୁ ହସିବାର କାରଣ ପଚାରିଲେ । ଗଙ୍ଗା କହିଲେ ଅର୍ଜୁନ ନିଜର କର୍ମଫଳ ଭୋଗ କରିଛି । ମୋ ପୁତ୍ର ଭୀସ୍ମ ତାକୁ ନିଜ ପୁତ୍ର ଭଳି ସ୍ନେହ ଦେଇଥିଲା କିନ୍ତୁ ଅର୍ଜୁନ ଯୁଧ୍ୟ କ୍ଷେତ୍ରରେ ଭୀଷ୍ମ କୁ ଅସହାୟ ଅବସ୍ଥାରେ ଦେଖି ଶ୍ରୀଖଣ୍ଡି ରୂପ ନେଇ ଛଳନା ରେ ମାରିଥିଲା ତେଣୁ ମୋ ନିର୍ଦ୍ଦେଶ ରେ କାମାକ୍ଷା ଦେବୀ ସେହି ଅସ୍ତ୍ର ଭବୃବାହନ କୁ ପ୍ରଦାନ କରିଥିଲେ । ଏହା କଣ ନ୍ୟାୟ ଅଟେ କି ।

ଶ୍ରୀକୃଷ୍ଣ ଏହା ଶୁଣି ଗଙ୍ଗାଙ୍କୁ କହିଲେ ତୁମେ ଜଣେ ମା ଠାରୁ ପ୍ରତିଶୋଧ ନେବା ଅନ୍ୟାୟ ଅଟେ । ଭୀଷ୍ମ ନିଜେ ଅର୍ଜୁନଙ୍କୁ ନିଜ ମୃତ୍ୟୁ ରହସ୍ୟ କହିଥିଲେ କାରଣ ସେ ଜାଣିଥିଲେ ସେ ଯେପର୍ଯ୍ୟନ୍ତ ଜୀବିତ ରହିବେ ମହାଭାରତ କେବେ ଶେଷ ହେବ ନାହିଁ । ଏହା ଶୁଣି ଗଙ୍ଗା ନିଜ ଭୁଲ ବୁଝି ଶ୍ରୀକୃଷ୍ଣଙ୍କୁ ଏହି ଭୁଲ ର ଉପାୟ ପଚାରିଲେ ଏହା ପରେ ଉନୁପ ଦ୍ୱାରା ନାଗମଣି ରେ ଅର୍ଜୁନଙ୍କ ଶିର ଯୋଡିହୋଇଥିଲା ଓ ଅର୍ଜ୍ଜୁନ ପୁନର୍ବାର ଜୀବିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *