ଆସନ୍ତା 20 ତାରିଖରୁ 4ମାସ ପର୍ଯ୍ୟନ୍ତ 3ଟି ରାଶିର ଲୋକେ ରୁହନ୍ତୁ ସାବଧାନ, ଆରମ୍ଭ ହେଲା ଖରାପ ସମୟ

ସାଙ୍ଗମାନେ ସବୁ ବ୍ୟକ୍ତିଙ୍କ ଜୀବନରେ ଭଲ ଓ ଖରାପ ସମୟ ଆସିଥାଏ । ଆପଣଙ୍କୁ ଲାଇଫ ରେ ଆସିବାକୁ ଥିବା ସୁଖ ଏବଂ ଦୁଃଖ ପଛରେ ଆପଣଙ୍କ ରାଶି ସହିତ ଜଡିତ ଗ୍ରହ ଓ ନକ୍ଷତ୍ରଙ୍କର ହାତ ରହିଥାଏ । ଏପରି କୁହାଯାଏ କି ଏହି ଗ୍ରହ ନକ୍ଷତ୍ର ଏହା ନିଶ୍ଚିନ୍ତ କରିଥାନ୍ତି କି ଆସନ୍ତା ସମୟରେ ଆପଣଙ୍କ ସହିତ କଣ କଣ ହେବାକୁ ଯାଉଛି । ଏପରି ସ୍ଥଳରେ କିଛି ରାଶୀମାନଙ୍କର ଖରାପ ସମୟ ଆରମ୍ଭ ହେବାର ଯୋଗ ବନୁଛି ।

ଆସନ୍ତା ୨୦ ତାରିଖ ରୁ ଆରମ୍ଭ କରି ୪ ମାସ ପର୍ଯ୍ୟନ୍ତ କିଛି ରାଶିଙ୍କ ଜୀବନରେ ଦୁଃଖ ଓ ସମସ୍ଯା ଆସିପାରେ । ତେବେ ଆପଣମାନଙ୍କୁ ଡରିବାର ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣଙ୍କୁ କିଛି ଉପାୟ ମଧ୍ୟ କହିବୁ ଯାହା ଆପଣଙ୍କର ଆସୁଥିବା ଖରାପ ସମୟକୁ ଟାଳି ଦେବ । ତେବେ ଆସନ୍ତୁ ଜାଣିବା ସେହି ରାଶୀମାନଙ୍କ ବିଷୟରେ ।

ବୃଷ ରାଶି: ଏହି ରାଶିର ଲୋକଙ୍କ ପାଇଁ ଧନର ଅଭାବ ଦେଖା ଦେଇପାରେ । ଏହି ସମୟରେ ଆପଣ ଧନ ସମ୍ବନ୍ଧୀୟ କୌଣସି କାର୍ଯ୍ୟକୁ ବହୁତ ଭାବି ଚିନ୍ତି କରିବାର ଅଛି । ଆପଣଙ୍କ ରାଶିରେ ଏହି ସମୟରେ ଧନର କ୍ଷତି ହେବାର ସଙ୍କେତ ଅଛି । ଏହି ଧନହାନି ଆପଣଙ୍କୁ କୌଣସି ବି କ୍ଷତିରୁ ହୋଇପାରେ । ତା ସହିତ ଆପଣଙ୍କୁ ଆପଣଙ୍କ ମୂଲ୍ଯବାନ ବସ୍ତୁକୁ ଦାୟିତ୍ଵର ସହିତ ରଖିବାର ଆବଶ୍ୟକତା ରହିଛି । କାହିଁକି ନା ଆପଣଙ୍କର ହଜିବା ବା ଚୋରୀ ହେବାର ଯୋଗ ବନୁଛି ।

ଯଦି ଆପଣ ଧନ ହାନିରୁ ବଞ୍ଚିବାକୁ ଚାହୁଞ୍ଚନ୍ତି ତେବେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ଆରାଧନା କରନ୍ତୁ । ଏବଂ ତାଙ୍କୁ ହଳଦିଆ ମିଠାର ଭୋଗ ଲଗାନ୍ତୁ । ଏହି ପ୍ରସାଦକୁ ପ୍ରଥମେ ଗୋଟିଏ ଧଳା ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ ଓ ଏହା ପରେ ଆପଣ ଏହାକୁ ଖାଆନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଉପରେ ଥିବା ଧନ ହାନି ଜନିତ ସମସ୍ୟା ଦୂର ହୋଇଯିବ ।

ସିଂହ ରାଶି: ଏହି ରାଶିର ଜାତକ ନିଜ ବାଣୀକୁ ବହୁତ କଣ୍ଟ୍ରୋଲ ରେ ରଖିବାର ଆବଶ୍ୟକତା ରହିଛି । ଆପଣଙ୍କର କୌଣସି ନିଜର ବ୍ୟକ୍ତିଙ୍କ ସହିତ ମତାନ୍ତର ବା ଝଗଡା ହୋଇପାରେ । ଏହି ଝଗଡା କାରଣରୁ ଆପଣଙ୍କ ଜୀବନରେ ଅଶାନ୍ତି ଦେଖା ଦେବ । ଏହି ଝଗଡା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବି ନକରାତ୍ମକ ପ୍ରଭାବ ପକାଇପାରେ ।

ଏଥିରୁ ବଞ୍ଚିବା ପାଇଁ ଆପଣ ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ସମସ୍ତଙ୍କ ସହିତ ମଧୁରତା ସହିତ କଥାବାର୍ତ୍ତା କରନ୍ତୁ । ଏହା ସହିତ ଆପଣ ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କୁ ୨ ଟି ଧୂପ କାଠି ଅବଶ୍ୟ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ବାଣୀ ଉପରେ ନିୟନ୍ତ୍ରଣ ରହିବ ଓ କଥାରେ ମଧୁରତା ଆସିବ ।

ମକର ରାଶି: ଏହି ରାଶିର ଲୋକଙ୍କୁ ନିଜ ସ୍ଵାସ୍ଥ୍ୟକୁ ନେଇ ଅଧିକ ସଚେତନ ରହିବାର ଆବଶ୍ୟକତା ରହିଛି । ଏହି ସମୟରେ ଆପଣଙ୍କ ସ୍ଵାସ୍ଥ୍ୟକୁ କୌଣସି ନା କୌଣସି କାରଣରୁ କ୍ଷତି ପହଞ୍ଚିପାରେ । ଏଥିପାଇଁ ଆପଣ ସମୟ ସମୟରେ ଆପଣଙ୍କର ମେଡିକାଲ ଚେକ ଅବଶ୍ୟ କରାନ୍ତୁ ଏହା ସହିତ କୌଣସି ରୋଗ ଦେଖାଗଲେ ତାହାକୁ ହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯେତେଦୂର ସମ୍ଭବ ଏହି ସମୟରେ କୌଣସି ଦୂର ଯାତ୍ରାରୁ ଦୂରେଇ ରୁହନ୍ତୁ ଓ ବାହାର ର ଖାଦ୍ଯ କମ ପରିମାଣରେ ଖାଆନ୍ତୁ ।

ଏହା ସହିତ ପ୍ରତ୍ଯେକ ବୁଧବାର ଦିନ ଗଣେଶଙ୍କ ପାଖରେ ଦୀପଟିଏ ଲଗାଇବା ଦ୍ଵାରା ସେ ଆପଣଙ୍କର କୌଣସି ପ୍ରକାରର ଅଘଟଣ ହେବାରୁ ରକ୍ଷା କରିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *