ଅଟାରେ ମିଶାଇ ଏହି ଜିନିଷ ଲଗାଇ ଦିଅନ୍ତୁ ଘରେ, 5 ବର୍ଷ ପର୍ଯ୍ୟନ୍ତ ଗୋଟେ ବି ଅସରପା ଦେଖା ଯିବେନି 

ନମସ୍କାର ବନ୍ଧୁଗଣ, ଅସରପା ଏକ ଛୋଟ କୀଟ । କିନ୍ତୁ ଏହା ଯଦି ଆପଣଙ୍କ ଘରକୁ ଆସିଯାଇଥାଏ ତେବେ ଆପଣଙ୍କଉ ବହୁତ ହଇରାଣରେ ପକାଇଦେଇଥାଏ । ସବୁଠାରୁ ବେଶି ଚିନ୍ତାର ବିଷୟ ହୋଇଥାଏ ଯଦି ଆସରପା ଆପଣଙ୍କ ରୋଷେଇ ଘରେ ବାସନ ଉପରେ ଏଣେ ତେଣେ ଚାଲେ । ଏହାଦ୍ୱାରା ଆପଣଙ୍କୁ ରୋଗ ହେବାର ସମ୍ଭାବନା ରହିଥାଏ । ତେଣୁ ଆପଣ ନିଜର ଏହି ଚିନ୍ତାକୁ ଦୂର କରନ୍ତୁ ଆମର ଏହି ଅସରପା ଘଉଡାଇବା ଉପାୟ ଦ୍ଵାରା ।

ପ୍ରଥମେ ଆପଣ ଚାରି ଚାମଚ ଅଟା ନିଅନ୍ତୁ । ଆପଣ ଚାହିଁଲେ ଏହା ବଦଳରେ ମଇଦା ମଧ୍ୟ ବ୍ୟବହାର କରିପାରିବେ । ଦିତୀୟ ସାମଗ୍ରୀ ଭାବରେ ଏଥିରେ ଦୁଇ ଚାମଚ ଚିନି ମିଶାନ୍ତୁ । ଅସରପା ମାନଙ୍କୁ ମିଠା ଖାଦ୍ୟ ବହୁତ ଅଧିକ ପସନ୍ଦ । ତେଣୁ ଏହା ସେମାନଙ୍କୁ ଆକର୍ଷିତ କରିବ ଏହି ଉପାୟ ପାଖକୁ ଆଣିବା ପାଇଁ ।

ତୃତୀୟ ସାମଗ୍ରୀ ଆପଣ ଏଥିରେ ମିଶାନ୍ତୁ ତିନି ଚାମଚ ବୋରିକ ପାଉଡର । ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।  ଆପଣଙ୍କୁ ଏହି ବୋରିକ ପାଉଡର କୌଣସି ବି ଔଷଧ ଦୋକାନରୁ ସହଜରେ ମିଳିଯାଇପାରିବା । ଏହା ବିଲକୁଲ ମଧ୍ୟ ବିଷାକ୍ତ ନୁହେଁ । ତେଣୁ ଆପଣ ଏହାକୁ ଆଣି ଆପଣଙ୍କ ଘରେ ବିନା ଚିନ୍ତାରେ ରଖି ପାରିବେ ।

ଆପଣ ଏବେ ସେହି ମିଶ୍ରଣରେ ଅଳ୍ପ ପାଣି ଦେଇ ଅଟା ଚକଟିବା ଭଳି ସମସ୍ତ ଜିନିଷକୁ ଚକଟନ୍ତୁ । ଧ୍ୟାନ ରଖିବେ ବେଶି ପାଣି ଦେବା ଉଚିତ ନୁହେଁ । ଅଟା ଚକଟିବା ଭଳି ଆପଣ ଏହାକୁ ଚକଟି ଦିଅନ୍ତୁ । ଆପଣ ଚକଟା ଯାଇଥିବା ଏହି ଉପାୟର ଛୋଟ ଛୋଟ ଗୁଲି କରିଦିଅନ୍ତୁ । ଏବେ ଏହି ଉପାୟଟି ସମ୍ପୂର୍ଣ ପ୍ରସ୍ତୁତ ।

ଏବେ ଆପଣ ଏହାକୁ ଯେଉଁ ଜାଗାରେ ଅସରପା ହେଉଛନ୍ତି ସେହି ଜାଗାରେ ଆପଣ କରିଥିବା ଗୁଲି ମଧ୍ୟରୁ ଗୋଟିଏ ନେଇ ଲଗାଇ ଦିଅନ୍ତୁ । ଆପଣ ଏହାର ପ୍ରୟୋଗ କରନ୍ତୁ । ଏହା ଫଳରେ ଆପଣଙ୍କ ଘରକୁ ଅସରପା ମାନେ ଆଉ କେବେ ଆସିବେ ନାହିଁ । ଆପଣ ହାତରେ କିଛି ତେଜପତ୍ର ନେଇ ତାହାକୁ ଚୁରି ଦିଅନ୍ତୁ । ଏବଂ ଏହାକୁ ଆପଣଙ୍କ ଘରେ ଅସରପା ହେଉଥିବା ସ୍ଥାନରେ ରଖି ଦିଅନ୍ତୁ ।

ତେଜପତ୍ରର ଗନ୍ଧ ଅସରପା ମାନଙ୍କୁ ଆପଣଙ୍କ ଘରୁ ଘଉଡାଇବାରେ ସାହାର୍ଯ୍ୟ କରିଥାଏ । ଏହା ବହୁତ ଲାଭକାରୀ ସାବ୍ୟସ୍ତ ହୋଇଥାଏ ଅସରପା ମାନଙ୍କୁ ଘରୁ ବିଦା କରିବାରେ । ତେଣୁ ଆପଣ ଏହି ଦିତୀୟ ଉପାୟଟିକୁ ମଧ୍ୟ ବ୍ୟବହାର କରି ଘରୁ ଅସରପା ମାନଙ୍କ ସଂଖ୍ୟାକୁ ଲୋପ କରିପାରିବେ । କିନ୍ତୁ ଆପଣଙ୍କୁ ଅସରପା ଯିବାର ଦେଢ ମାସ ପରେ ଏହାକୁ ଆଉ ଥରେ କରିବାକୁ ପଡିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *