ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ କେଉଁ ଦୋଷ ଲେଖା ଅଛି ଆପଣଙ୍କ ରାଶିରେ- Jyotish Shastra

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ସବୁବେଳେ ଲୋକମାନେ ପ୍ରାୟ ଲୋଭ , ବ୍ୟଭିଚାର , ସ୍ୱାର୍ଥ ଆଦି ଖରାପ ଜିନିଷ ରେ ଘେରି ହୋଇ ରହିଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ର କିଛି ଦୋଷ ତାର ରାଶି ଉପରେ ମଧ୍ୟ ନିର୍ଭର କରିଥାଏ ।

ତେବେ ଆଜି ଆପଣଙ୍କୁ ରାଶି ଅନୁସାରେ କଣ ଦୋଷ ହୋଇଥାଏ ତାହା ଜଣାଇବୁ । ମେଷ ରାଶି ର ଲୋକମାନଙ୍କୁ ଅନ୍ୟ ରାଶି ମାନଙ୍କ ଉପରେ ବହୁତ କ୍ରୋଧ ଆସିଥାଏ । ଏମାନଙ୍କର ସ୍ଵଭାଵ କୁ ବୁଝିବା କାହା ପକ୍ଷରେ ମଧ୍ୟ ସମ୍ଭବ ହୋଇନଥାଏ । ଏମାନେ ଯେଉଁ କାମ କୁ କରିଥାନ୍ତି ତା ଭିତରେ ପୁରା ପଶି ଯାଇଥାନ୍ତି ।

ବୃଷ ରାଶି ଏମାନେ ଖାଲି ନିଜ ଉପରେ ହିଁ ଧ୍ୟାନ ଦେଇଥାନ୍ତି । ଏମାନେ ନିଜକୁ ବହୁତ ଭଲ ପାଇଥାନ୍ତି । ଏମାନେ ସେହି କାମ ଭିତରେ ପୁରା ପସିଯାଇଥାନ୍ତି ଯେଉଁ କାମ ଏମାନଙ୍କୁ ପସନ୍ଦ ହୋଇଥାଏ ।

ମିଥୁନ ରାଶି ର ଲୋକ ବହୁତ ବେଇମାନ ହୋଇଥାନ୍ତି ଏବଂ ଆପଣ ଏମାନଙ୍କୁ ଜାଣି ହିଁ ପାରିବେନି କାରଣ ଏମାନେ ଦ୍ଵି ସ୍ଵଭାଵ ରାଶି । ଏମାନଙ୍କୁ ଏହା କହିହେବ କି ଏମାନେ ଗୋଟେ ଲୋକରେ ଦୁଇଟି ବ୍ୟବହାର ଦେଖାଯାଇଥାଏ ଏବଂ ମିଛ କହିବାରେ ଏମାନଙ୍କୁ କେହି ହରାଇ ପାରିବେ ନାହିଁ ।

କର୍କଟ ରାଶି ର ଲୋକମାନେ ଭୁଲ ଈଶ୍ୱର ଏବଂ ଭୁଲ ଲୋକଙ୍କୁ ଭଲପାଇଥାନ୍ତି । ଏମାନେ ନିଜ ଲୋକଙ୍କୁ ପାଇବା ପାଇଁ କିଛି ବି କରିପାରନ୍ତି । ଏମାନେ ଭାବନ୍ତି ତାଙ୍କର ଜୀବନସାଥୀ ସବୁଠାରୁ ଭଲ । ତାଙ୍କ ନିଜ ଲୋକ ମଧ୍ୟରେ ତାଙ୍କୁ କୌଣସି ଦୋଷ ଦେଖାଯାଇନଥାଏ । ଏହି କାରଣ ରୁ ଏମାନେ ମୁର୍ଖ ବୋଲି ମଧ୍ୟ ଜଣାପଡନ୍ତି ।

ସିଂହ ରାଶି ଏମାନଙ୍କ ପାଖକୁ ଯିଏ ବି ଆସନ୍ତି ସିଏ ନିଜ ଆଡୁ ଆସନ୍ତି । ଏମାନେ ନିଜର ଶକ୍ତି ତା ଉପରେ ଖର୍ଚ୍ଚ କରନ୍ତି ଯିଏ ବିଳମ୍ବ ରେ ଫାଇଦା ଦେଇଥାଏ । ଏମାନେ ଭାବନ୍ତି ସବୁ କାମ ଏମାନେ ଠିକ ରେ କରନ୍ତି କିନ୍ତୁ ଏହା ସତ୍ୟ ହୋଇନଥାଏ । ସିଂହ ରାଶି ବହୁତ ଅଭିମାନି ଏବଂ ଏମାନେ ଏକା ରୁହନ୍ତି । ନିଜ ଲୋକଙ୍କୁ ମଧ୍ୟ ଏମାନେ ନଜର ଅନ୍ଦାଜ କରିଦିଅନ୍ତି ।

କନ୍ୟା ରାଶି ର ଲୋକମାନଙ୍କୁ ସବୁ ସ୍ଥାନ ରେ ପ୍ରସିଦ୍ଧ ହେବା ପସନ୍ଦ ହୋଇଥାଏ । ଏମାନେ ସବୁ ଜାଗାରେ ଆକର୍ଷଣ ର କେନ୍ଦ୍ର ହେବାପାଇଁ ଚାହିଁଥାନ୍ତି । ଏମାନେ ନିଜର ଇର୍ଷା କୁ ଲୁଚାଇବା ପାଇଁ ବହୁତ ଚେଷ୍ଟା କରିଥାନ୍ତି । ତାଙ୍କର ଏହି କଥା କାହା ଆଗକୁ ନ ଆସୁ ଏମାନେ ଚାହିଁଥାନ୍ତି ।

ତୁଳା ରାଶିର ଲୋକମାନଙ୍କୁ ଜାଣିବା ବହୁତ କଷ୍ଟକର ହୋଇଥାଏ । ଏମାନେ ସୁନ୍ଦରତା କୁ ସବୁବେଳେ ଧ୍ୟାନ ଦେଇଥାନ୍ତି । ସେମାନେ ଭାବନ୍ତି ତାଙ୍କ ଛଡା ଆଉ କେହି ସୁନ୍ଦର ନାହାନ୍ତି ।

ଧନୁ ରାଶିର ଲୋକ କେବେବି କେଉଁ ଜଣଙ୍କ ପାଖରେ ରହିନଥାନ୍ତି । ସମସ୍ତଙ୍କ ପ୍ରତି ତାଙ୍କ ଲାଳସା ତାଙ୍କୁ ଗୋଟେ ସମ୍ପର୍କରେ ରହିବାକୁ ଦେଇନଥାଏ ।

ମକର ରାଶି ର ଲୋକମାନଙ୍କୁ ନିଜ କାମ ପ୍ରତି ପ୍ରେମ ଥାଏ । ଏମାନେ କାମ ପଇସା ପାଇଁ କରିଥାନ୍ତି ଯାହାଫଳରେ କି ଆଉ କାହା ଆଗରେ ଏମାନଙ୍କୁ ହାତ ପତାଇବାକୁ ପଡିନଥାଏ ।

କୁମ୍ଭ ରାଶି ମାନେ ଭାବିଥାନ୍ତି କି ତାଙ୍କ ଭଳି ଆଉ କାହାକୁ ବି ଭଗବାନ ଏହି ଦୁନିଆରେ କିଛି ବନାଇ ନାହାନ୍ତି । ଏମାନେ ଭାବନ୍ତି ସବୁ ପରିସ୍ଥିତି କୁ ଏମାନେ ସାମ୍ନା କରିପାରିବେ । ଏହି ଭୁଲ ଧାରଣା ଏମାନଙ୍କ ମୁଣ୍ଡରେ ସବୁବେଳେ ରହିଥାଏ ।

ମୀନ ରାଶି ର ଲୋକମାନଙ୍କୁ ସ୍ୱପ୍ନ ଦେଖିବା ବହୁତ ପସନ୍ଦ ହୋଇଥାଏ । ଦିନରେ ସ୍ୱପ୍ନ ଦେଖିବା ଟା ଏମାନଙ୍କୁ ଅଳସୁଆ କରିଦେଇଥାଏ । ଯାହାଫଳରେ ଏମାନେ ସବୁ କାମରେ ପଛରେ ରହିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *