ବଡ ମଣିଷ ହେବାକୁ ଚାହୁଁଥିଲେ ଏହି 3ଟି କଥାକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ- Chanakya Niti

ନମସ୍କାର ବନ୍ଧୁଗଣ, ଦୁନିଆରେ ସମସ୍ତେ ବଡ ଲୋକ ହେବାକୁ ଚାହାନ୍ତି କିନ୍ତୁ ହୋଇପାରନ୍ତି ନହିଁ । କାହିଁକି ନା ସେମାନଙ୍କ ପାଖରେ କିଛି କଥାର ଅଭାବ ରାହିଯାଏ, ଯୋଉଟା ସେମାନେ ଜାଣିପାରନ୍ତି ନାହିଁ ହେଲେ ଆଜି ଆମେ ଆପଣଙ୍କୁ ଜଣାଇବୁ । .ସେହି ଅଭାବ ରହିଥିବା କଥାକୁ ଆପଣ କେମତି ଧ୍ୟାନ ରେ ରଖି ନିଜକୁ ସୁଧାରିପାରି ବଡ ମଣିଷ ହେବେ । ତେବେ ଆସନ୍ତୁ ଏବେ ଜାଣିବା ଏହା ବିଷୟରେ, ଆଚାର୍ଯ୍ୟ ଚାଣକ୍ୟ ଏହା ଉପରେ ବିସ୍ତାର ରୂପେ ବର୍ଣନା କରିଛନ୍ତି ।

କହିଛନ୍ତି କି, ଯେଉଁ ମଣିଷକୁ ଏହା ଜଣାଥାଏ କି କେଉଁ ସମୟରେ କଣ କହିବାର ଅଛି ସେହି ବ୍ୟକ୍ତି ବୁଦ୍ଧିମାନ ଅଟନ୍ତି । ମୂର୍ଖ ବ୍ୟକ୍ତିମାନେ ଯେଉଁ ସ୍ତାନ ବି ହେଉ ନା କାହିଁକି ଅଭଦ୍ର ଭାଷାର ପ୍ରୟୋଗ କରନ୍ତି । ମନକୁ ଯାହା ଆସେ ନ ଭାବି ନ ଚିନ୍ତି କହି ଚାଲନ୍ତି ଏବଂ ନିଜ ମୂର୍ଖତାର ପରିଚୟ ଦିଅନ୍ତି ।

ଯେଉଁ ବ୍ୟକ୍ତି ଜ୍ଞାନୀ ଅଟନ୍ତି ସେମାନେ ସବୁବେଳେ ଥଣ୍ଡା ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି । ସେମାନଙ୍କୁ ଏହା ଜଣା ଥାଏ କି କେଉଁ ଜାଗାରେ କଣ କହିବେ । ନିଜ ମୁହଁ ସେତେବେଳେ ଖୋଲନ୍ତି ଯେତେବେଳେ କୌଣସି ବିଷୟର ସମ୍ପୂର୍ଣ ତଥ୍ୟ ରଖିଥାନ୍ତି । ତେଣୁ ଚାଣକ୍ୟ କହିଛନ୍ତିକି ସଭା ସମାରୋହରେ ଭାବିଚିନ୍ତି କଥା କହିବା ଦରକାର । ଏବଂ ଏହା ମଧ୍ୟ କହିଛନ୍ତିକି କାହାକୁ ଭଲ ପାଇବା ଦରକାର ।

ପ୍ରାୟ ଲୋକ ଭୁଲ ଲୋକଙ୍କୁ ଭଲ ପାଇ ନିଜ ଜୀବନକୁ ନଷ୍ଟ କରିଦିଅନ୍ତି । ଚାଣକ୍ୟ କହିଛନ୍ତି କି ଯେଉଁ ବ୍ୟକ୍ତି ଙ୍କୁ ଏହା ଜଣା ଥାଏ କି କେଉଁ ବ୍ୟକ୍ତିକୁ ଭଲ ପାଇବେ ଓ କେଉଁ ବ୍ୟକ୍ତିକୁ ଭଲ ପାଇବା ଦେବେ ସେହି ବ୍ୟକ୍ତି ନିଜ ଜୀବନରେ ସଫଳତା ଲାଭ କରନ୍ତି । ଯେଉଁବ୍ୟକ୍ତି ଗୋଟେ ମୂର୍ଖ ବ୍ୟକ୍ତିକୁ ଭଲ ପାଇଥାଏ ସେହି ବ୍ୟକ୍ତି ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । କାହାର ସୁନ୍ଦର ରୂପକୁ ଦେଖି ଭଲ ପାଅ ନହିଁ ।

ପ୍ରଥମେ ସେହି ବ୍ୟକ୍ତି କୁ ଜାଣ, ତା ସ୍ଵଭାବକୁ ଜଣା ଏବଂ ଯେତେବେଳେ ସେହି ବ୍ୟକ୍ତି ଉପରେ ସମ୍ପୂର୍ଣ ବିଶ୍ବାସ ଆସେ ସେତେବେଳେ ହିଁ ଭଲ ପାଅ । ସୁନ୍ଦରତା ତ କିଛି ସମୟ ପାଇଁ ହିଁ ଥାଏ କିନ୍ତୁ ସ୍ଵଭାବ ମରିବା ପର୍ଯ୍ୟନ୍ତ ରୁହେ । ଯଦି ଆପଣ ଏକ ବେଇମାନକୁ ଭଲ ପାନ୍ତି ତେବେ କେଉଁ ଭି ସମୟ ରେ ସେ ଆପଣଙ୍କ ହାତ ଛାଡିପାରେ । ସବୁବେଳେ ସ୍ନେହଭାବନା ସେହି ବ୍ୟକ୍ତି ଉପରେ ରଖନ୍ତୁ ଯେଉଁ ବ୍ୟକ୍ତି ଆପଣଙ୍କୁ ଭଲ ପାଉଥିବେ ।

କାହିଁକି ନ ସମାଜ ରେ ଏମିତିବି ଲୋକ ଅଛନ୍ତି ଯେଉଁ ମାନେ ନିଜ ସ୍ଵାର୍ଥ ପାଇଁ ଆପଣଙ୍କ ସହ ସମ୍ପର୍କ ରଖନ୍ତି । କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ କଠୋର କଥା କହିଲେ ମଧ୍ୟ ଠିକ ରାସ୍ତା ଦେଖେଇଥାନ୍ତି । ସେହି କଠୋରତା ପାଇଁ ଆପଣ ତାଙ୍କଠୁ ଦୂରେଇ ଯାନ୍ତି । ତେଣୁ ସବୁବେଳେ ଉଚିତ ଲୋକର ପରିଚୟ ଜାଣିବା ଶିଖନ୍ତୁ । ଏବଂ ଏହା ଜାଣି ରଖନ୍ତୁକି କେଉଁଠାରେ କ୍ରୋଧ କରାଯିବ ।

ଏହି କ୍ରୋଧ କାରଣରୁ ଏନେକ ବ୍ୟକ୍ତି ଆପଣଙ୍କ ଠାରୁ ଦୂରେଇ ଯାନ୍ତି । ତେଣୁ ଗୋଟେ ବୁଦ୍ଧିମାନ ବ୍ୟକ୍ତି କୁ ଏହା ଜଣା ରହିବା ଦରକାର କେଉଁ ସମୟରେ ରାଗିବା ଉଚିତ । ବେଳେ ବେଳେ ନିଜ ରାଗ କୁ ଆୟତ୍ତରେ ନ ରାଖୀ ପରି ବହୁତ ବଡ ବଡ ଭୁଲ କରିବସନ୍ତି । ଯାହାଦ୍ୱାରା ପରିବାର ମଧ୍ୟ ନଷ୍ଟ ହୋଇଯାଏ । ଏବଂ କିଛି ବ୍ୟକ୍ତି ଏତେ ରାଗିଯାନ୍ତିକି ନିଜ ସ୍ତ୍ରୀ ସହ ହିଁ ଅତ୍ୟାଚାର କରନ୍ତି ଏବଂ ନିଜ ଛୁଆପିଲାଙ୍କର ବି ବିନାଶ କରିଦିଅନ୍ତି । ତେଣୁ ସର୍ବଦା ଏହି ସବୁ କଥାର ଧ୍ୟାନ ରଖନ୍ତୁ । ଯଦି ଆପଣମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *