Special Story: ଭାରତର ସବୁଠୁ ଧନୀ ସେଲୁନବାଲା! ଚଢନ୍ତି ଏହି ଦାମୀ ଦାମୀ କାର…. ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

କର୍ଣ୍ଣାଟକ ବ୍ଯାଂଲୋରର ରମେଶ ଯିଏ ଜୀବନର ଗୋଟିଏ ପାହାଚରୁ ଡେଇଁ ନୂଆ ପୃଥିବୀରେ ବଞ୍ଚୁଥିବା ଏକ ନିଆରା ମଣିଷ । କିନ୍ତୁ ସେ ପୂର୍ବରୁ ଯେଉଁଠି ଥିଲେ ତାକୁ ଭୁଲି ନାହାନ୍ତି ବରଂ ସେଠି ମଧ୍ୟ ପାଦ ରଖିଛନ୍ତି । କାରଣ ସେ ପ୍ରଥମ ପାହାଚରେ ଛିଡା ହୋଇ ଆଗକୁ ବଢିବାକୁ ସୁଯୋଗ ପାଇଥିଲେ । ରମେଶ ବର୍ତ୍ତମାନ ଜଣେ କୋଟିପତି । ତାଙ୍କର ବେଶଭୁଷା ଓ ଗାଡିରୁ ଏହା ସ୍ପଷ୍ଟ ହେଉଛି । ପିଲା ଦିନୁ ତାଙ୍କ ପରିବାରର ଆର୍ଥିକ ଅଭାବ ଦୂର କରିବା ପାଇଁ ଘର ଘର ବୁଲି ପେପର ଓ କ୍ଷୀର ବିକ୍ରି କରୁଥିଲେ ଯେଉଁଥିରୁ ସେ ମାସକୁ ୧୦୦ ଟଙ୍କା ରୋଜଗାର କରୁଥିଲେ ।

ତାଙ୍କ ମା ମଧ୍ୟ ଅନ୍ୟ ଘରେ କାମ କରୁଥିଲେ । ହାତରେ କଇଁଚି ଓ କ୍ଷୁର ଧରି ସେଲୁନ କରୁଥିଲେ ରମେଶ । କିନ୍ତୁ ଆଜିକା ଡେଟରେ ତାଙ୍କର ଲାଇଫ ଷ୍ଟାଇଲ ଏତେ ଅଲଗା ହୋଇଛି ଯାହାକୁ ଦେଖିଲେ ଲାଗୁନି କି ସେ ସେଲୁନ କରି ଏତେ ବଡ ଲୋକ ହୋଇଛନ୍ତି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କେତେ ପ୍ରକାରର ନାମିଦାମି ଗାଡି ରହିଛି ଯାହା ରମେଶ ନିଜର ମେହନତ ରେ କରିଛନ୍ତି । ସେଲୁନ ଦୋକାନ କରିବା ସହ ରମେଶଙ୍କର ପାଖାପାଖି ୪୦୦ଟି ଗାଡି ରହିଛି । ନିଜ ଗାଡିକୁ ରମେଶ ଭଡାରେ ଦେଇଥାନ୍ତି ।

ଦିନକୁ ଗୋଟିଏ ଗାଡିର ଭଡା ୫୦ହଜାର ଟଙ୍କା ରମେଶ ପାଆନ୍ତି । କିନ୍ତୁ ରମେଶ ନିଜର ପ୍ରତହମ ରୋଜଗାରା ଆଜି ବି ଭୁଲି ନାହାନ୍ତି । ଏ ସେଲୁନ ଦୋକାନ ପ୍ରଥମେ ତାଙ୍କର ବାପା କରିଥିଲେ ଓ ପରେ ତାଙ୍କ ଦାଦା କରୁଥିଲେ । ଏହା ପରେ ରମେଶ ସେଲୁନ ଦୋକାନକୁ ନୂଆ ରୂପ ଦେଇ ଭଲ ରୋଜାଗର କରିଥିଲେ । ନିଜର ୟୁନିକ ହେୟାର କଟା ପାଇଁ ତାଙ୍କ ଦୋକାନରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଲା । ସକାଳ ୬ଟା ରେ ଦୋକାନ ଖୋଲା ହୋଇ ରାତି ୨ଟା ହୋଇଯାଏ । କେବେ କେବେ ଆଜି ସକାଳରୁ କାଲି ସକାଳ ମଧ୍ୟ ହୋଇଯାଏ ।

ସେଲୁନ ଭଲ ଚାଲିବା ପରେ ୧୯୯୩ରେ ସେ ମାରୁତି ଓମିନୀ ଗାଡି ଲୋନରେ କିଣିଥିଲେ । ଲୋନ ସୁଝି ନ ପାରିବାରୁ ରମେଶ ତାଙ୍କର ଆଣ୍ଟିଙ୍କ ପରାମର୍ଶ ଅନୁଯାୟୀ ଗାଡି ଭଡାରେ ଲଗାଇବା ପରେ ସବୁ କିଛି ବଦଳି ଯାଇଥିଲା । ଯାହା ପାଇଁ ଆଜି ଟାଙ୍କ ପାଖରେ ୪୦୦ଟି ଗାଡି ରହିଛି । ହେଲେ ଆଜି ବି ସେ ସେଲୁନ ଯାଇ ଚୁଟି କାତନତି । ଲୋକ ମାନେ ନିଜର କୌଳିକ ବୃତ୍ତିକୁ ଅନାଦେଖା କରୁଛନ୍ତି । କିନ୍ତୁ ରମେଶ ସେମାନଙ୍କ ଠାରୁ ଭିନ୍ନ ଅଟନ୍ତି । ଯିଏ ଆଜି ବି ନିଜର ଜୀବନର ପ୍ରଥମ ପାହାଚ ମାନେ ରଖିଛନ୍ତି । ନିର୍ଦିଷ୍ଟ ଲକ୍ଷ୍ୟ ରଖିଥିବାରୁ ରମେଶ ଆଜି ଏ ସ୍ଟେଜରେ ପହଞ୍ଚି ପାରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କ ରମେଶଙ୍କ ବୃତ୍ତିକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *