ବାଟରେ ଶବ ଯାତ୍ରା ଦେଖିବା ମାତ୍ରେ କରନ୍ତୁ ଏହି 3ଟି କାମ, ସବୁ ମନସ୍କାମନା ହେବ ପୂର୍ଣ୍ଣ- Krishna Vani

ନମସ୍କାର ବନ୍ଧୁଗଣ । ବାଟରେ ଶବ ଯାତ୍ରା ଦେଖିବା ସମୟରେ ଏମିତି କିଛି କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହେବ । ଭଗବାନ ଶ୍ରୀକୃଷ୍ଣଙ୍କ କହିଥିବା ଅମର ବାଣୀ ଅନୁସାରେ ମୃତ୍ୟୁ ଏକ ଏପରି ଶବ୍ଦ, ଯାହ ଆମ ମାନଙ୍କୁ କଷ୍ଟ ଲାଗିଲେ ବି ଏହା ସତ୍ୟ ହୋଇଥାଏ । ଏହି ନିରାଟ ସତ୍ୟ କଥାକୁ ସମସ୍ତଙ୍କୁ ସ୍ଵୀକାର କରିବାକୁ ପଡିଥାଏ । ଧରା ପୃଷ୍ଟରେ ଯେଉଁ ମାନେ ବି ଜନ୍ମଗ୍ରହଣ କରିଛନ୍ତି । ସେମାନଙ୍କୁ ଆଜି ନ ହେଲେ କାଲି ଏହି ଧରା ପୃଷ୍ଟରୁ ଫେରିବାକୁ ପଡିଥାଏ ଅର୍ଥାତ ଦିନେ ନା ଦିନେ ସମସ୍ତଙ୍କ ଜୀବନରେ ମୃତ୍ୟୁ ଆସିଥାଏ ।

ମୃତ୍ୟୁ ପରେ ଆତ୍ମାର ପୁଣି ଥରେ ଜନ୍ମ ହେବା କଥା ବି ସତ୍ୟ ଅଟେ । ପ୍ରଥମ ନିୟମ ବାଟରେ ଯଦି କେବେ ଶବ ଯାତ୍ରା ଯିବାର ଦେଖିବେ, ତାହେଲେ ତାହାକୁ ପ୍ରଣାମ କରିବା ସହିତ ତୁଣ୍ଡରେ ଶିବ ଶିବ ଶବ୍ଦ ଉଚାରଣ କରନ୍ତୁ । ଏହା କରିବା ଦ୍ଵାରା ଯେଉଁ ମୃତ ଆତ୍ମା ଦେହ ତ୍ୟାଗ କରିଥାଏ । ସେ ନିଜ ସାଥିରେ ପ୍ରଣାମ କରିଥିବା ଲୋକଟିର ସମସ୍ତ ଦୁଖ, କଷ୍ଟ ଓ ଅଶୁଭ ଲକ୍ଷଣ ନେଇଯାଇଥାଏ ଏବଂସେହି ବ୍ୟକ୍ତିକୁ ଶିବ କହିବା ମାନେ ତାଙ୍କୁ ମୁକ୍ତି ମିଳୁ ।

ଯେଉଁ ମାନେ ଏହି ନିୟମକୁ ପାଳନ କରିବେ, ସେହି ମାନଙ୍କର ଶୁଭ ହେବା ସହିତ ଘୁରି ବୁଲୁଥିବା ଆତ୍ମାକୁ ଶାନ୍ତି ମିଳିଥାଏ । ଏହା ମଧ୍ୟ ଧ୍ୟାନ ରଖିବା ଉଚିତ ଯେ କି ଗଲା ବାଟରେ ଗାଁଟିଏ ନିଶ୍ଚୟ ପଡୁଥିବ । ଦିତୀୟରେ ଯଦି ଆପଣଙ୍କ ଯିବା ବାଟରେ ଶବ ଯାତ୍ରାଟିଏ ଦେଖନ୍ତି, ତେବେ ସେଇଠି କିଛି ସମୟ ଠିଆ ହୋଇ ଠାକୁରଙ୍କୁ ପ୍ରାଥନା କରନ୍ତୁ । ଏହା ହିନ୍ଦୁ ଧର୍ମର ଏକ ପ୍ରମୁଖ ନିୟମ ଅଟେ ।

ସେଇଠି ଠାକୁରଙ୍କ ଆଗରେ ପ୍ରାଥନା କରିବା ଦ୍ଵାରା ସେହି ମୃତ ଆତ୍ମାକୁ ଶାନ୍ତି ପ୍ରାପ୍ତ ହୋଇଥାଏ । ଧାର୍ମିକ ଏବଂ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶବ ଯାତ୍ରା ଦେଖିବା ଶୁଭ ହୋଇଥାଏ । କାରଣ ମାନ୍ୟତା ଏହା ଅଛିକି ଯେଉଁ ବ୍ୟକ୍ତି ଶବ ଯାତ୍ରା ଦେଖିଥାଏ, ତାହାର ଅଟକି ରହି ଥିବା କାର୍ଯ୍ୟ ପୁରା ହୋଇଥାଏ ଏବଂ ତାର ଜୀବନର କିଛି ଦୁଖ ଲାଘବ ହୋଇଯାଇଥାଏ । ସେହି ବ୍ୟକ୍ତିଟିର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ।

ଯଜ୍ଞ ସଦୃଶ ଫଳ ମିଳିଥାଏ । ତୃତୀୟ ନିୟମ ଅନୁସାରେ ପୁରାଣରେ ଅଛିକି ଯେଉଁ ବ୍ୟକ୍ତି ବ୍ରାହ୍ମଣର ଶବ ଉଠାଇ ଥାଏ । ତାଙ୍କର ପ୍ରତେକ ପାଦର ଚାଲିରେ ଯଜ୍ଞ ସଦୃଶ ପୂଣ୍ୟ ଫଳ ମିଳିଥାଏ । ସେହି ବ୍ୟକ୍ତି ପାଣିରେ ଥରେ ମାତ୍ର ବୁଡ ପକାଇଲା ମାନେ ତାର ସମସ୍ତ ପାପ ଧୋଇ ହୋଇ ଯାଇଥାଏ ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଯଦି କେହି ବ୍ରାହ୍ମଣ ଅନ୍ୟ ଏକ ବ୍ରାହ୍ମଣର ଶବକୁ କୌଣସି ପ୍ରକାର ସ୍ଵାର୍ଥ ରାଖୀ କିମ୍ବା ଟଙ୍କା ଲୋଭରେ ଉଠାଇ ଥାଏ । ତେବେ ୧୦ ଦିନ ପର୍ଯ୍ୟନ୍ତ ଅଶୁଦ୍ଧ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ କମେଣ୍ଟ କରିକି ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *