Bela Patra Health Benefits- ସକାଳୁ 2ଟି ବେଲପତ୍ର ଖାଇବା ଦ୍ଵାରା ଶରୀରରେ ଯାହା ହେବ ଦେଖି ଆଶ୍ଚର୍ଯ୍ୟ ହେବେ ଆପଣ!

ବେଲପତ୍ରକୁ ଔଷଧ ଭାବେ ବ୍ୟବହାର କରା ଯାଇଥାଏ । ଏହା ଆମର ସୁନ୍ଦରତା ବଢାଇବା ସହ ପେଟ ଜନିତ ଅନେକ ସମସ୍ୟାରେ ବହୁତ ଉପଯୋଗୀ ହୋଇଥାଏ । ବେଲପତ୍ର କେବଳ ପୂଜା ହୁଏ ନାହିଁ ବରଂ ଏହାକୁ ଆମେମାନେ ସେବନ ମଧ୍ୟ କରିଥାଉ । ଏହାର ସେବନ କରିବା ଦ୍ଵାରା ଶରୀରରୁ ଅନେକ ପ୍ରକାରର ରୋଗ ଦୂର ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ବେଲପତ୍ରର କିଛି ଫାଇଦା ବିଷୟରେ କହିବାକୁ ଯାଉଛୁ । ଏହା ସହ ବେଲପତ୍ର ଖାଇବା ଦ୍ଵାରା କେଉଁ କେଉଁ ରୋଗ ଦୂର ହୋଇଥାଏ ତାହା ମଧ୍ୟ କହିବୁ ।

୧- ଯଦି ଅଧିକ ଜ୍ଵର ହୋଇଥାଏ ତେବେ ବେଲପତ୍ର ର କାଢା ସେବନ କରିଲେ ଏହା ଦୂର ହୋଇଥାଏ । ଏହା ବ୍ୟତୀତ ଯଦି ଶରୀରରେ କୌଣସି ଜାଗାରେ ମହୁମାଛି ବା ବିରୁଡି କାମୁଡି ଦେଇଥାଏ ତେବେ ସେହି ଜାଗାରେ ବେଲପତ୍ରର ରସ ଲଗାଇଲେ ଏହା କଷ୍ଟ ଦୂର କରିଥାଏ ।

୨- ବେଲପତ୍ର ହୃଦ ରୋଗୀଙ୍କ ପାଇଁ ବହୁତ ଭଲ ହୋଇଥାଏ । ଏହାର କାଢା ବନାଇକି ସେବନ କରିଲେ ହୃତପିଣ୍ଡକୁ ଶକ୍ତ କରିବା ସହ ହାର୍ଟ ଆଟାକରୁ ରକ୍ଷା କରିଥାଏ । ଶ୍ଵାସ ରୋଗୀଙ୍କ ପାଇଁ ବି ବେଲପତ୍ର ବହୁତ ଉପକାରୀ ହୋଇଥାଏ । ଏହି ପତ୍ରର ରସ ସେବନ କରିଲେ ଶ୍ଵାସ ସମସ୍ୟା ଦୂର ହୋଇଥାଏ ।

୩- ବେଲପତ୍ର ଶରୀରର ତାପକୁ ନିୟନ୍ତ୍ରଣ କରିବାରେ ବହୁତ ଲାଭଦାୟକ ହୋଇଥାଏ । ତେଣୁ ଶରୀରର ତାପ ଯଦି ବଢିଯାଏ ବା ମୁହଁରେ ଛଉ ହୋଇଥାଏ ତେବେ ବେଲପତ୍ର ସେବନ କରନ୍ତୁ ।

୪- ଅର୍ଶ ରୋଗୀଙ୍କ ପାଇଁ ବେଲପତ୍ର କୌଣସି ଅମୃତ ଠାରୁ କମ ନୁହେଁ । ଅର୍ଶ ରୋଗ ହୋଇଥିଲେ ବେଲପତ୍ରକୁ ଶୁଖାଇ ଏଥିରେ ମିଶ୍ରି ମିଶାଇ ଏହାର ଗୁଣ୍ଡ ତିଆରି କରନ୍ତୁ । ଏହି ଗୁଣ୍ଡକୁ ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ସେବନ କରିଲେ ଅର୍ଶ ଯୋଗୁଁ ହେଉଥିବା କଷ୍ଟରୁ ନିବାରଣ ପାଇହେବ ।

୫- ଯଦି ଆପଣକ ମୁହଁରେ ଦାଗ ବା ଚିହ୍ନ ଥାଏ ତେବେ ବେଲପତ୍ର ଲେପ ତିଆରି କରି ବ୍ୟବହାର କରିଲେ ଏହା ଦୂର ହୋଇଥାଏ । ଏହି ଲେପ ତିଆରି କରିବା ପାଇଁ ବେଲପତ୍ରକୁ ନେଇ ଏହାର ପେଷ୍ଟ ତିଆରି କରି ମୁହଁରେ ଲଗାଇ ୩୦ ମିନିଟ ଯାଏଁ ରଖି ଧୋଇ ଦିଅନ୍ତୁ ।

୬- ଯଦି ଆପଣ ନିଜର ଚେହେରାକୁ କୋମଳ ରଖିବାକୁ ଚାହୁଁଛନ୍ତି ତେବେ ଏକ ଚାମଚ ବେଲପତ୍ର ରସରେ ଏକ ଚାମଚ ମହୁ ମିଶାଇ ଏହାକୁ ପାଣିରେ ମିଶାଇ ସେବନ କରିଲେ ମୁହଁରେ ପ୍ରାକୃତିକ ଉପାୟରେ ସୁନ୍ଦରତା ଆସିଥାଏ ।

୭- ଖରା ଦିନରେ ଝାଳ ବାହାରିବା କାରଣରୁ ଶରୀରରେ ଦୁର୍ଗନ୍ଧ ବାହାରିଥାଏ । ଅନେକ ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଏ । ଏମିତି କ୍ଷେତ୍ରରେ ବେଲପତ୍ରର ପେଷ୍ଟ ପ୍ରସ୍ତୁତ କରି ସ୍ନାନ କରିବାର ଗୋଟେ ଘଣ୍ଟା ପୂର୍ବରୁ ଲଗାଇ ଧୋଇ ଦିଅନ୍ତୁ ।

୮- ଯଦି ଆପଣଙ୍କର କେଶ ସମୟ ପୂର୍ବରୁ ଝଡିଯାଏ ବା ହେୟାର ଫଲ ହେଉଥାଏ ତେବେ ପ୍ରତିଦିନ ୨ଟି ବେଲପତ୍ର ଖାଇଲେ କେଶ ଜନିତ ସମସ୍ୟା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *