ଭଡାଘରେ ରହୁଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Vastu Shastra

ଆମେ ସମସ୍ତେ ରହିବା ପାଇଁ ଏହା ବାସ ଘର ଖୋଜିଥାଉ ତେବେ ସବୁ ସ୍ଥାନରେ ଆମର ନିଜର ବାସ ଘର ହେବ ଏହା ଅସମ୍ଭବ ଅଟେ । ଯଦି ଆପଣଙ୍କର ନିଜର ବାସ ସ୍ଥାନ ଠାରୁ ଅନ୍ୟ ସ୍ଥାନକୁ କୌଣସି କାରଣ ବଶତଃ ସ୍ଥାନାନ୍ତରିତ ହେଲା ତେବେ ଆପଣ ନିଶ୍ଚୟ ଏକ ଘର ଭଡା ରେ ନେଇ ବାସ କରିବେ । ତେବେ ଭଡା ଘର ନେବା ସମୟରେ ଅନେକ ଚିନ୍ତା ବା ପ୍ରଶ୍ନ ମନକୁ ଆସିଥାଏ । ଯେପରି କି ଆମେ ତ ପ୍ରତେକ ଲୋକଙ୍କ ର ଘରର ସମ୍ଭନ୍ଧରେ ଜାଣି ନ ଥାଉ ।

ତେବେ ଯଦି ତାଙ୍କର ଘର କିଛି ବାସ୍ତୁ ଦୋଷ ରହିଥାଏ ତେବେ ଏହା ର ପ୍ରଭାବ ଯିଏ ଭଡା ରେ ରହିଥାନ୍ତି ତାଙ୍କ ଉପରେ ପଡିଥାଏ କି ନାହିଁ । ଯଦି ଘରର କିଛି ବାସ୍ତୁ ଦୋଷ ରହିଥାଏ ତେବେ ଏହାର ପ୍ରଭାବ ଘରର ମାଲିକଙ୍କ ଉପରେ ପଡିଥାଏ । କାରଣ ସେହି ସ୍ଥାନ ଓ ସେହି ଘର ଘରର ମାଲିକଙ୍କ ଗୋତ୍ର ଓ ନାମରେ ହୋଇଥାଏ ।

ତେବେ ସେଥିରେ ଭଡା ରହୁଥିବା ଲୋକଙ୍କର କୌଣସି ଅନିଷ୍ଟ ହୋଇନଥାଏ । ଯେଉଁ ଘରର ମାଟି କୁ ସ୍ପର୍ଶ ହୋଇ ରହିଥାଏ ବା ଯାହାକୁ ଆମେ ଗ୍ରାଉଣ୍ଡ ଫ୍ଲୋର ବୋଲି କହିଥାଉ ସେହି ଘରେ ବେଶୀ ବାସ୍ତୁ ଦୋଷ ରହିଥାଏ । ଯଦି ଆପଣ ଆଗ୍ନେୟ କୋଣ ନିକଟରେ ସ୍ୱାମୀ ଓ ସ୍ତ୍ରୀଙ୍କ ଶୋଇବା ଘର କରିଥାନ୍ତି ଏହା ଅତ୍ୟନ୍ତ ଅଶୁଭ ଅଟେ ।

କିନ୍ତୁ ଏହା କେବଳ ଘରର ମାଲିକଙ୍କ ପାଇଁ । ସେହି କକ୍ଷରେ ସ୍ୱାମୀ ଓ ସ୍ତ୍ରୀଙ୍କ ଛଡା ଅନ୍ୟ କେହି ବି ରହିପାରନ୍ତି । ଛୋଟ ଛୁଆ, ବୃଦ୍ଧ ଲୋକ ବା ଅତିଥି ଆଦି । ତେଣୁ ଯିଏ ଭଡାରେ ରହିବେ ସେହି ସ୍ୱାମି ସ୍ତ୍ରୀ ରହିପାରିବେ କାରଣ ସେମାନେ ସେହି ଘରର ଅଂଶ ନୁହନ୍ତି ।

ଘରର ମାଲିକ ଯଦି କୌଣସି ପୂଜା ଯଜ୍ଞ ଆଦି କରିଥାନ୍ତି ଏହାର ସୁଫଳ ଭଡାରେ ଥିବା ଲୋକଙ୍କୁ ମଧ୍ୟ ମିଳିଥାଏ । ଆପଣ ଯଦି ନୂଆ କରି ଘର ବଦଳେଇଛନ୍ତି ବା ଭଡା ଘରକୁ ଯିବା ଆଗରୁ ପ୍ରଥମେ ସେହି ଘରକୁ ଗୋବର ପାଣି ରେ ପୋଛି ଦିଅନ୍ତୁ ।

ଏହା ପରେ ପ୍ରତେକ କକ୍ଷ ରେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ । ଏକା କୁଡୁଆ ରେ ନିର୍ମାଲ୍ୟ ରଖି ଏହାକୁ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗିବା ଦ୍ୱାରା ଘରକୁ କୌଣସି ନକାରାତ୍ମକ ଉର୍ଜା ଆସି ନ ଥାଏ । ଯଦି ବି ଥାଏ ତାହା ଦୂର ହୋଇଯାଇଥାଏ ।

ଘରର ଏଐଶ୍ୱଣ୍ୟ କୋଣ ବା ଆଗ୍ନେୟ କୋଣ ରେ ଓଂ ଅଗ୍ନିଦେବାୟ ନମଃ ଓଁ ଆଗ୍ନେୟ ନମଃ ମନ୍ତ୍ର ଉଚାରଣ କରି ଏକ ଦୀପ ପ୍ରଜ୍ଵଳନ କରି ସେଥିରେ ଫୁଲ, କୁଂକୁମ ଆଦି ଅର୍ପଣ କରନ୍ତୁ । ଏହା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *