ଗୁରୁଜନ ଲୋକ ବା ଶେଷ୍ଠ ଲୋକଙ୍କ ନିକଟରେ ବସିବା ସମୟରେ କେବେବି ଉଚ୍ଚ ଆସନରେ ବସିବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହୋଇଥାଏ । ଛେଳି, ବିଲେଇ, ଓଟ, ଗଧ, ଘୁଷୁରୀ ,ଓ କୁକୁର ଆଦିଙ୍କ ଖୁରାର ଧୂଳି ଘରେ ପଡିବା ଉଚିତ ନୁହେଁ ଏହା ଘର ପାଇଁ ଅଶୁଭ ହୋଇଥାଏ । ହାତୀ , ଘୋଡା , ଗାଈ , ବ୍ରାହ୍ମଣ ଓ ଧାନର ଧୂଳି ଘରେ ପଡିବା ଅତ୍ୟନ୍ତ ଶୁଭ ହୋଇଥାଏ ଓ ସେହି ଘର ପବିତ୍ର ମଧ୍ୟ ହୋଇଥାଏ ।
ଯେଉଁ ଲୋକ ଗାଈ ଖୁରାର ଧୂଳି ମଥାରେ ଲଗାଇଥାଏ ସେହି ଵ୍ୟକ୍ତିର ଶୁଭ ହୋଇଥାଏ ଓ ତୀର୍ଥ ସ୍ନାନରର ଫଳ ପ୍ରାପ୍ତି ହୋଇଥାଏ । ଉପବାସ ଦିନ ବାରମ୍ବାର ପାଣି ପିଇବା , ପାନ ଖାଇବା ଓ ଅଧିକ ସମୟ ଶୋଇକି ରହିବ ଦ୍ୱାରା ଉପବାସ ର ସମସ୍ତ ପୁଣ୍ୟ ନଷ୍ଟ ହୋଇଥାଏ ।
ଉପବାସ ଦିନ କେବେବି କାଠିରେ ଦାନ୍ତ ଘଷିବା ଓ କାହା ସହ କଲି ଝଗଡା କରିବା ଉଚିତ ନୁହେଁ । ଏହା ଅତ୍ୟନ୍ତ ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ । ଯଦି ତୀର୍ଥ ସ୍ଥାନ ରେ ତୀର୍ଥ ଯାତ୍ରୀ ମାନେ ସ୍ନାନ, ଦାନ ଓ ଜପତପ ଆଦି ନକରନ୍ତି ତେବେ ରୋଗ ବୈରାଗ୍ୟ ସହିତ ଦାରିଦ୍ରତା ମଧ୍ୟ ଦେଖାଦେଇଥାଏ ।
ଶ୍ରାଦ୍ଧ କରିବା ଦ୍ୱାରା ପିତୃ ପୁରୁଷ ମାନେ ମନୁଷ୍ୟକୁ ପୁତ୍ର, ଧନ, ବିଦ୍ୟା , ଆୟୁ , ଆରୋଗ୍ୟ ଓ ଅଲୌକିକ ସୁଖ ଇତ୍ୟାଦି ପ୍ରଦାନ କରିଥାନ୍ତି । ଶାସ୍ତ୍ର ଅନୁସାରେ ପୂର୍ବାହ୍ନରେ ଶୁକ୍ଳ ପକ୍ଷ ରେ ରାତ୍ରିରେ ନିଜର ଜନ୍ମ ଦିନରେ ଓ ଯୁଗ୍ମ ଦିନରେ କେବେବି ପିତୃ ପୁରୁଷଙ୍କ ଶ୍ରାଦ୍ଧ କରିବା ଉଚିତ ନୁହେଁ ।
ଶାସ୍ତ୍ର ଅନୁସାରେ ନ୍ୟାୟ ରେ ଅର୍ଜିତ ଧନର ଦଶ ଭାଗ ଠାକୁରଙ୍କ ପ୍ରସନ୍ନତା ପାଇଁ କୌଣସି ସତ କାର୍ଯ୍ୟ ରେ ଲଗାଇବା ଉଚିତ । ଯେଉଁ ମନୁଷ୍ୟ ସ୍ତ୍ରୀ ପୁତ୍ର ଆଦି ପାଳନୀୟ ପରିବାରକୁ ଦୁଃଖ ଦେଇ ଦାନ କରିଥାଏ ସେହି ଦାନ ମୃତ୍ୟୁ ପରେ ଦୁଃଖ ଦାୟୀ ହୋଇଥାଏ । ଗାଈ ,ବ୍ରହ୍ମଣ , ରୋଗୀ ଲୋକଙ୍କୁ କିଛି ଦେଉଥିବା ସମୟରେ ଯଦି କୌଣସି ବ୍ୟକ୍ତି ମନାକରେ ।
ତେବେ ସେ ମୃତ୍ୟୁ ପରେ ପ୍ରେତ ହୋଇଥାଏ । ନଖର ଜଳ, ସ୍ନାନ କରିବା ପରେ ବସ୍ତ୍ର ରୁ ପଡୁଥିବା ଜଳ, କେଶ ରୁ ପଡୁଥିବା ଜଳ ଯଦି ଆପଣଙ୍କ ଶରୀରରେ ପଡିଥାଏ ତେବେ ଏହା ଆପଣଙ୍କ ପୁଣ୍ୟ ନଷ୍ଟ କରିଥାଏ । ଯେଉଁ ଲୋକ କଂସେଇ ହାତରୁ ଯଦି କୌଣସି ପଶୁ ବା ପକ୍ଷୀର ଜୀବନ ବଞ୍ଚାଇଥାଏ ।
ସେହି ଲୋକ ଏହି ଜନ୍ମରେ ସୁଖର ଜୀବନ ବିତାଇବା ପରେ ମୃତ୍ୟୁ ପରେ ସ୍ୱର୍ଗ କୁ ପ୍ରାପ୍ତି ହୋଇଥାଏ । କେଵବି କୌଣସି ଦେବତାଙ୍କ ଚରିତ୍ର ଉପରେ କଳଙ୍କ ଏବଂ ବିଦ୍ରୋହ ଲଗାଇବା ଉଚିତ ନୁହେଁ । ଏହା ଅଶୁଭ ଓ ଅମଙ୍ଗଳକାରୀ ଅଟେ ।