ଭଲ ଲୋକଙ୍କ ସହ ଖରାପ କାହିଁକି ହୋଇଥାଏ ? Sri Krishna Vaani

ଭଲ ଲୋକଙ୍କର ମୃତ୍ୟୁ ବହୁତ ଜଲ୍ଦି କଣ ପାଇଁ ହୋଇଥାଏ ? ଆଜିକାଲି ଯେଉଁ ମାନେ ଧର୍ମ କର୍ମରେ ଲୀନ ରହୁଛନ୍ତି ସେମାନଙ୍କର ଜୀବନ ଖୁସିରେ ରହୁ ନାହିଁ । ବରଂ ଯେଉଁମାନେ ପାପ କାମ କରୁଛନ୍ତି ସେମାନଙ୍କର ଜୀବନ ଖୁସିରେ ବ୍ୟତୀତ ହେଉଛି । ତେବେ ବନ୍ଧୁଗଣ ଏମିତି କାହିଁକି ହୋଇଥାଏ ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚିନ୍ତ ଉଠିଥିବ । ତେବେ ଆଜି ଆମେ ଆପଣଙ୍କୁ ଭଲ ଲୋକଙ୍କ ସହ ଖରାପ ସବୁବେଳେ କାହିଁକି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯାହାର ବର୍ଣ୍ଣନା ଭଗବାନ କୃଷ୍ଣ ଗୀତାରେ କରିଛନ୍ତି ।

ତେବେ ଗୀତା ଅନୁସାରେ ଅର୍ଜୁନଙ୍କ ମନରେ ଯେବେ ଯାହା ପ୍ରଶ୍ନ ଉଠିଥାଏ ତାହାର ଉତ୍ତର ପାଇଁ ସେ ଭଗବାନ କୃଷ୍ଣଙ୍କ ପାଖକୁ ଆସିଥାନ୍ତି । ଗୋଟେ ସମୟରେ ଅର୍ଜୁନ ଭଗବାନ କୃଷ୍ଣଙ୍କ ପାଖକୁ ଆସି କହିଲେ, ଭଲ ଲୋକଙ୍କ ସହ ସବୁବେଳେ ଖରାପ କାହିଁକି ହୋଇଥାଏ ଆଉ ଖରାପ ଲୋକେ ସର୍ବଦା ଖୁସିରେ ରହିଥାନ୍ତି ।

ଅର୍ଜୁନଙ୍କ ମୁଖରୁ ଏହି କଥା ଶୁଣି ଭଗାବାନ କୃଷ୍ଣ ଉତ୍ତର ଦେଲେ ମନୁଷ୍ୟ ଯାହା ଦେଖିଥାଏ ତାହା ଅନୁଭବ କରିପାରେ ନାହିଁ । ଯାହାକୁ କଥା ମାଧ୍ୟମରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ବୁଝାଇଲେ କି ପ୍ରତେକ ପ୍ରାଣୀକୁ ତାର କର୍ମ ଅନୁଯାଇ ଫଳ ମିଳିଥାଏ । ଯିଏ ଭଲ କାମ କରିଥାଏ ଭଲ ଫଳ ଓ ଖରାପ କାମ କରିଲେ ଖରାପ ଫଳ ପ୍ରାପ୍ତ ହୋଇଥାଏ ।

ଏହି କଥା କହି ଭଗବାନ କୃଷ୍ଣ କହିଲେ ଏକ ନଗରରେ ଦୁଇ ଜଣ ବ୍ୟକ୍ତି ଥିଲେ । ଜଣେ ବ୍ୟବସାୟୀ ଥିଲା ଯିଏ ଧର୍ମକର୍ମ ଓ ପୂଜା ପାଠରେ ସମୟ ବ୍ୟତୀତ କରୁଥିଲା । ସେହି ବ୍ୟବସାୟୀ ଜଣକ ପ୍ରତିଦିନ ମନ୍ଦିର ଯିବା ସହ ଦାନ ଧର୍ମ କରିଥାଏ । ସେ ନିତ୍ୟ ଭଗବାନଙ୍କ ପୂଜା ନିଷ୍ଠାର ସହ କରିଥାଏ । ଅନ୍ୟ ଜଣେ ବ୍ୟକ୍ତି ପ୍ରତିଦିନ ମନ୍ଦିର ଯାଇଥାଏ କିନ୍ତୁ ପୂଜା ପାଠ କରିବା ପାଇଁ ନୁହେଁ ବରଂ ଚପଲ ଜୋତା ଚୋରୀ କରିବା ପାଇଁ ।

ତାର ଦାନ, ନୀତିରେ କିଛି ଲେନଦେନ ନ ଥାଏ । ଦିନେ ବର୍ଷା ଅଧିକ ହେବା କାରଣରୁ ମନ୍ଦିର କେହି ଯାଇପାରିଲେ ନାହିଁ କେବଳ ପଣ୍ଡିତ ଯାଇଥିଲେ । ଏହି କଥା ଜାଣିବା ପରେ ଦ୍ଵିତୟ ପୁରୁଷ ଯିଏ ଧର୍ମ କର୍ମ କରେ ନାହିଁ ମନ୍ଦିରକୁ ଯାଇ ପଣ୍ଡିତ ଠୁ ଲୁଚି ସମସ୍ତ ସୁନା ଗହଣା ଚୋରୀ କରି ନେଇ ଆସିଲା । ସେହି ସମୟରେ ଧର୍ମକର୍ମରେ ବିଶ୍ଵାସ କରୁଥିବା ବ୍ୟପାରୀ ଭଗବାନଙ୍କ ଦର୍ଶନ କରିବାକୁ ଯାଇଥିଲା ।

କିନ୍ତୁ ଦୁର୍ଭାଗ୍ୟ ବଶତଃ ପଣ୍ଡିତ ତାକୁ ଚୋର ଭାବିଲେ । ପଣ୍ଡିତ ପାଟି କରି ସବୁ ଲୋକଙ୍କୁ ଡାକିବା କାରଣରୁ ସମସ୍ତେ ତାର ଅପମାନ କରିବାର ଦେଖି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଗଲା । ମନ୍ଦିରରୁ ବାହାରିବା ପରେ ବ୍ୟକ୍ତିର ଦୁର୍ଘଟଣା ହୋଇଗଲା । ଏହା ପରେ ସେ ଛୋଟେଇ ଛୋଟେଇ ରାସ୍ତାରେ ଯିବା ସମୟରେ ଦୁଷ୍ଟ ବ୍ୟକ୍ତି ସହ ତାର ଭେଟ ହେଲା । ଯିଏ ମନ୍ଦିରର ଧନ ଚୋରୀ କରିଥିଲା ।

ସେ ଖୁସିରେ ନାଚି ନାଚି କହୁଥାଏ କି ଆଜି ମୋର ଭାଗ୍ୟ ଖୋଲିଗଲା । ଦୁଷ୍ଟ ଲୋକର ସେହି କଥା ଶୁଣିବା ପରେ ସେ ଆଶ୍ଚର୍ଯ୍ୟ ହେଲା ଓ ଘରକୁ ଯାଇ ରାଗରେ ଭଗବାନଙ୍କ ସବୁ ଫୋଟୋ ଫୋପାଡି ଦେଲା ଓ ଭଗବାନଙ୍କ ଉପରେ କ୍ରୋଧ ରାଖୀ ନିଜର ସାରା ଜୀବନ ବିତେଇବାକୁ ଲାଗିଲା । କିଛି ଦିନ ପରେ ଦୁହିଙ୍କର ମୃତ୍ୟୁ ହେଲା ଓ ଦୁଇଜଣ ଯାକ ଯମଲୋକରେ ପହଞ୍ଚିଲେ ।

ଧାର୍ମିକ ବ୍ୟକ୍ତି ସେହି ଦୁଷ୍ଟ ବ୍ୟକ୍ତିକୁ ଶେଠୀ ଦେଖି ଯମରାଜଙ୍କୁ ପଚାରିଲା ମୁଁ ତ ବହୁତ ଧର୍ମ କର୍ମ କରୁଥିଲି କିନ୍ତୁ ତା ବଦଳରେ ମତେ କାହିଁକି ଏତେ ଦୁଃଖ ଓ କଷ୍ଟ ମିଳିଲା ଓ ଏହି ଚୋରକୁ ଧନର ପୁଟଳି । ତାର କଥା ଶୁଣି ଯମରାଜ କହିଲେ ତୁ ଧର୍ମ କର୍ମ କରୁଥିଲୁ ବୋଲି ସେଦିନ ସେହି ଦୁର୍ଘଟଣାରୁ ବଞ୍ଚି ଯାଇଥିଲୁ ନଚେତ ସେଦିନ ହିଁ ତୋର ଶେଷ ଦିନ ଥିଲା ।

ଆଉ ଏହି ବ୍ୟକ୍ତି ଭାଗ୍ୟରେ ରାଜଯୋଗ ଥିଲା କିନ୍ତୁ ସେ ତାର କର୍ମ ପାଇଁ କେବଳ ଛୋଟ ଧନର ପୁଟଳି ଟିଏ ପାଇଲା । ତେବେ ଏହି କଥାରୁ ସ୍ପଷ୍ଟ ହେଲା ଭାଗବାନ ଲୋକର କର୍ମ ଅନୁଯାୟୀ ଫଳ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *