ବାସ୍ତୁ ଶାସ୍ତ୍ର ଅନୁଯାୟୀ ମଣିଷ ଜୀବନରେ ଘଟୁଥାଏ ଛୋଟ ବଡ ଘଟଣା ଆମ ଜୀବନ ସହ ଯୋଡି ହୋଇ ରହିଥାଏ । କିଛି ଗଣନା ଅନୁଯାୟୀ ସେହି ଘଟଣାର ଆମ ଜୀବନରେ କେଉଁ ଭଳି ପ୍ରଭାବ ପଡିଥାଏ ତାହାର ଆକଳନ କରାଯାଇଥାଏ । ସପ୍ତାହରେ ୭ ଦିନ ରହିଥାଏ ଯେମିତିକି ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର । ଏହି ୭ ଦିନ ଗୁଡିକର ଗ୍ରହ ମାନଙ୍କର ନାମ ଅନୁଯାୟୀ ରଖାଯାଇଛି ଯାହାର ବିଶେଷ ମହତ୍ଵ ରହିଛି । ପ୍ରତେକ ବାରର ସମ୍ବଦ୍ଧ କୌଣସି ନା କୌଣସି ଦେବତାଙ୍କ ସହ ଯୋଡି ହୋଇ ରହିଛି । ଆଜି ଆମେ ଆପଣଙ୍କୁ ସୋମବାର ଦିନ ଏମିତି କେଉଁ କାମ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।
୧- ସୋମବାରକୁ ଭଗବାନ ଶିବଙ୍କର ଆରାଧନାର ଦିନ ମାନା ଯାଇଥାଏ । ଏହି ଦିନର ଅଧିପତି ଚନ୍ଦ୍ର ମଧ୍ୟ ଅଟନ୍ତି । ତେଣୁ ସୋମବାର ଦିନ ଚନ୍ଦ୍ରମାଙ୍କର ଅର୍ଘ୍ୟ ପୂଜା ଓ ବ୍ରତ କରାଯାଏ । ମହାଦେବଙ୍କ କୃପା ଲାଭ ପାଇଁ ସୁଖ ସମୃଦ୍ଧିର ଆଗମନ ପାଇଁ ପ୍ରତେକ ବ୍ୟକ୍ତି ସୋମବାର ଦିନ ବ୍ରତ ରଖିବା ଉଚିତ । ବୈବାହିକ ଜୀବନ ସୁଖମୟ ହେଉ ବା ଭଲ ଜୀବନ ସାଥି ମିଳିବା ପାଇଁ କୁଆଁରୀ ଝିଅମାନେ ସୋମବାର ବ୍ରତ ରଖିଥାନ୍ତି ।
୨- ଜ୍ଯୋତିଷ ଶସ୍ତ୍ର ଅନୁଯାୟୀ ସୋମବାର ଦିନକୁ ଭଗବାନ ଶିବ ଓ ଚନ୍ଦ୍ରଙ୍କୁ ଯୋଡି କରି ଦେଖାଯାଏ । ତେଣୁ ଏହି ଦିନ ଏମିତି କିଛି କାମ କରିବା ଦରକାର ଯାହା ମହାଦେବଙ୍କର ପ୍ରିୟ ହୋଇଥାଏ । ଭଗବାନ ଶିବ ଙ୍କ ମନ୍ଦିରକୁ ଯାଇ ଗଙ୍ଗା ଜଳ ଅର୍ପଣ କରି ବେଲପତ୍ର ଚଢାଇବା ଉଚିତ । ଏହା ସହ ଶିବଲିଙ୍ଗରେ ଚନ୍ଦନର ଲେପ ଲଗାଇବା ଉଚିତ । ସୋମବାର ଦିନ ରାତିରେ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦେଲେ ଜୀବନରେ ସୁଖ ସମୃଦ୍ଧି ଓ ଧନ ପ୍ରାପ୍ତି ହୋଇଥାଏ ।
୩- ଭଗବାନ ଶିବଙ୍କୁ ଧଳା ବସ୍ତୁ ବହୁତ ପ୍ରିୟ ଅଟେ । ତେଣୁ ସୋମବାର ଦିନ ଧଳା ବସ୍ତୁ ଯେମିତିକି କ୍ଷୀର, ଦହି, ଧଳା ଫୁଲ ଇତ୍ଯାଦିକୁ ବିଶେଷ ରୂପରେ ଶିବଲିଙ୍ଗ ଉପରେ ଅର୍ପଣ କରିବା ଉଚିତ । ସୋମବାର ଦିନ ଧଳା ବସ୍ତୁର ଭୋଗ ଲଗାଇବା ସହ ଧଳା ବସ୍ତୁ ପରିଧାନ କରିବା ଅତ୍ୟନ୍ତ ଶୁଭ ମାନାଯାଏ ।
୪- ବାସ୍ତୁ ଶାସ୍ତ୍ର ଅନୁଯାୟୀ ସୋମବାର ଦିନ କୌଣସି କାମରେ ବାହାରକୁ ଯିବା ପୂର୍ବରୁ ଆଇନା ଦେଖନ୍ତୁ । ଏମିତି କରିଲେ କୌଣସି କାମରେ ବାଧା ଆଶିବ ନାହି । ସେହି କାମରେ ସଫଳତା ମିଳିବା ସହ ଯଶ ଓ କୀର୍ତ୍ତି ମିଳିଥାଏ ।
୫- ସୋମବାର ଦିନ ଆମିଷ ବା ମଦ୍ୟପାନ ସେବନ କାରିୟବା ଅନୁଚିତ । କଳା ରଙ୍ଗର ବସ୍ତ୍ର ସୋମବାର ଦିନ ଧାରଣ କରିବା ଅନୁଚିତ । ମହିଳାଙ୍କୁ ସୋମବାର ଦିନ କେଶ ଧୋଇବା ଅନୁଚିତ ।
୬- ସୋମବାର ଦିନ କାହାର ଅପମାନ କରନ୍ତୁ ନାହି କି ଅପଶବ୍ଦ ବା ଦୁର୍ବ୍ୟବହାର କରିବା ଅନୁଚିତ । ସୋମବାର ଦିନ କେତକୀ, ଫୁଲ, ତୁଳସୀ ପାତ୍ର, ଖଣ୍ଡିତ ବେଲପତ୍ର ଓ ଚାଉଳ ଅର୍ପଣ କରିବା ଅନୁଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।