ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ବସ୍ତୁର ଦାନ, ନଚେତ ଘରକୁ ମଦଦି ଆସିବ ଆକଳ ବିପଦ….Vaastu Tips

ଆମେ ସମସ୍ତେ ଧର୍ମ ପୁରାଣ ବା ଶାସ୍ତ୍ର ଅନୁସାରେ ଜାଣିଚୁ ଦାନ କରିବା ଦ୍ୱାରା ଆମର କିଛି ପୁଣ୍ୟ ଅର୍ଜନ ହୋଇଥାଏ । ଆମ ଜୀବନର କିଛି ଗ୍ରହ ଦୋଷ ମଧ୍ୟ କ୍ଷମା ହୋଇଥାଏ ବା କଟିଥାଏ । ଦାନ କରିବା ଦ୍ୱାରା ଆମକୁ ଭଗବାନଙ୍କ କୃପା ମଧ୍ୟ ମିଳିଥାଏ । ତେବେ ଶାସ୍ତ୍ର ଅନୁସାରେ ଏହି ସବୁ ଦାନ କରିବାର ଲାଭ ହୋଇଥାଏ । କିନ୍ତୁ ସାମାଜିକ ଦୃଷ୍ଟି ରେ ଦେଖିବାକୁ ଗଲେ ଆମେ ଯେକୌଣସି ଜିନିଷ ବି ଦାନ କରିଥାଉ ଏହା ଦ୍ୱାରା କିଛି ଲୋକଙ୍କର ଉପକାର ହୋଇଥାଏ ।

ଯାହା ଫଳରେ ଅନେକ ଲୋକ ସନ୍ତୁଷ୍ଟ ହୋଇଥାନ୍ତି ଆମ ଉପରେ । ସେମାନଙ୍କ ଆଶ୍ରିବାଦ ଦ୍ୱାରା ଆମର ଜୀବନରେ କୌଣସି ବାଧା ବିଘ୍ନ ଆସି ନ ଥାଏ । ତେବେ ଦାନ କରିବା ତ ଅନେକ ଶୁଭ ହୋଇଥାଏ । ତେବେ ଶାସ୍ତ୍ର ରେ କିଛି ଜିନିଷ ବାରଣ ଅଛି ଯାହାକି ଦାନ କରିବା ଦ୍ୱାରା ଆମର ଅଶୁଭ ହୋଇଥାଏ ।

ତେବେ ଆଜି ଆମେ ଜାଣିବା କେଉଁ କେଉଁ ଜିନିଷ ଆମେ ଦାନ ନ କରିବା ଉଚିତ। ପ୍ରଥମ ଜିନିଷ ପ୍ଲାଷ୍ଟିକ ଜିନିଷ – କେବେବି କୌଣସି ବ୍ୟକ୍ତିଙ୍କୁ ପ୍ଲାଷ୍ଟିକ ଜିନିଷ ଦାନ କରିବେ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କର ବ୍ୟବସାୟ ରେ କ୍ଷତି ହୋଇଥାଏ । ଏମିତି ମଧ୍ୟ ପ୍ଲାଷ୍ଟିକ ଆମ ପରିବେଶ ପାଇଁ ଉଚିତ ନୁହେଁ ।

ତେଣୁ ଏହାର କମ ବ୍ୟବହାର କରିବା ଉଚିତ । ଦ୍ଵିତୀୟ ଜିନିଷ ଝାଡୁ – ଝାଡୁ କେବେବି କାହାକୁ ଦାନ ରେ ଦେବେ ନାହିଁ । ଏପରି କରିବା ଦ୍ୱାରା ମା ଲଷ୍ମୀ କ୍ରୋଧ କରିଥାନ୍ତି ଓ ଆପଣଙ୍କ ଘର ଛାଡ଼ି ଚାଳିଯାଇ ଥାନ୍ତି । ତେଣୁ କେବେବି କାହାକୁ ଝାଡୁ ଦାନ କରିବେ ନାହିଁ ।

ତୃତୀୟ ଜିନିଷ ପୁରୁଣା ବସ୍ତ୍ର -କେବେବି କୌଣସି ପଣ୍ଡିତ ବା ଜ୍ଞାନୀଙ୍କୁ ପୁରୁଣା ବସ୍ତ୍ର ଦାନ କରିବା ଉଚିତ ନୁହେଁ । ଆପଣ ଗରିବଙ୍କୁ ପୁରୁଣା ବସ୍ତ୍ର ଦାନ କରିପାରିବେ। ପଣ୍ଡିତଙ୍କୁ ନୂଆ ବସ୍ତ୍ର ଦାନ କରିବା ଉଚିତ । ଚତୁର୍ଥ ଜିନିଷ ତେଲ – ନିଜର ବ୍ୟବହୃତ ତେଲ କେବେବି କାହାକୁ ଦାନ କରିବେ ନାହିଁ ।

ଏପରି କରିବା ଦ୍ୱାରା ଶନି ଦେବ କୋପ କରିଥାନ୍ତି। ପଞ୍ଚମ ଜିନିଷ ଷ୍ଟିଲ ବାସନ – କେବେବି କାହାକୁ ଷ୍ଟିଲ ବାସନ ଦେବେ ବା ଦାନ କରିବେ ନାହିଁ । ଏହା ଆପଣଙ୍କ ପାଇଁ ଅନିଷ୍ଟ ହୋଇଥାଏ । ଷଷ୍ଠ ଜିନିଷ ହେଉଛି ଲୁହା ଜିନିଷ – କେବେବି କାହାକୁ ଲୁହା ରେ ନିର୍ମିତ କୌଣସି ବି ଜିନିଷ ମଧ୍ୟ ଦାନ କରିବେ ନାହିଁ । ଏହା ଆପଣଙ୍କ ପରିବାର ପାଇଁ ଖରାପ ହୋଇଥାଏ ।

ଆପଣ ଯଦି ଏହି ଉପରକ୍ତ ଜିନିଷ କୁ କେଉଁ ଭି କାରଣରୁ କାହାକୁ ଦାନ ଦେଉଛନ୍ତି ଏହା କେତେ ଦୂର ଠିକ ହେବ ଏହା ଆପଣ ଭାବି ଦେଖନ୍ତୁ ଏହା ପ୍ରତିବଦଳରେ ଆପଣ ଆଉ କିଛି ଦାନ କରି ପାରିବେ । ଅର୍ଣ୍ଣ ବସ୍ତ୍ର ଭଳି ଅନେକ ଜିନିଷ ଆମ ପାଖ ପାଖରେ ଅଛି ଯାହାକୁ ଦାନ କରିବା ଦ୍ଵାରା ଆମେ ଏସୋର୍ଜ୍ୟ ପାଇ ଥାଉ ।

Leave a Reply

Your email address will not be published. Required fields are marked *