ଆମେ ଯେଉଁ କାମ କରିଥାଉ ତାହାର ପ୍ରଭାବ ଆମ ଭାଗ୍ୟ ଉପରେ ପଡିଥାଏ । ଗ୍ରହ ମାନଙ୍କର ପ୍ରଭାବ ଯୋଗୁ ଆମ ଜୀବନ ଉପରେ ପ୍ରଭାବ ପଡିଥାଏ । ଗ୍ରହ ମାନଙ୍କର ସ୍ଥିତି ଯୋଗୁ ଭଲ ଓ ଖରାପ ପରଭାବ ପଡିଥାଏ । ସୂର୍ଯ୍ୟ ଦେବତାଙ୍କୁ ସର୍ବଶ୍ରେଷ୍ଠ ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହା ଯାଇଛି । ଯିଏ ଯଶୋବନ୍ତ ଫୁଲ ସମାନ, କଶ୍ୟପ ରୁଷୀୟଙ୍କ ପୁତ୍ର ଅଟନ୍ତି, ତେଜସ୍ବୀ ଅଟନ୍ତି, ଅନ୍ଧାର ଶତ୍ରୁ ଓ ପାପର ବିନାସକ ଅଟନ୍ତି ସେ ହେଉଛନ୍ତି ସୂର୍ଯ୍ୟ ଦେବତା । ଆମ କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ଅନୁଯାୟୀ ଏହାର ଭଲ ଓ ଖରାପ ଫଳ ମିଳିଥାଏ ।
ଯଦି କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ଶୁଭ ରହିଥାଏ ତେବେ ସମାଜରେ ମାନ ସମାନ ମିଳିବା ସହ ଯଶ ଓ ପ୍ରସିଦ୍ଧି ମିଳିଥାଏ । ଯଦି କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ଅଶୁଭ ରହିଥାଏ ତେବେ ଏହାର ବିପରୀତ ପରିଣାମ ମିଳିଥାଏ । ସୂର୍ଯ୍ୟ ଦେବତାଙ୍କ ସ୍ଥିତି ମଜବୁତ କରିବା ପାଇଁ କିଛି ଉପାୟ ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ୧- ବ୍ୟବହାର, ସମ୍ପତି, ସ୍ୱାସ୍ଥ୍ୟ ଆମ ଜୀବନରେ ଅତ୍ୟନ୍ତ ପ୍ରମୁଖ ହୋଇଥାଏ । ସୂର୍ଯ୍ୟ ଦେବତାଙ୍କ ସ୍ଥିତି ମଜବୁତ କରିବା ପାଇଁ ଏହି କ୍ଷେତ୍ରରେ ସୂର୍ଯ୍ୟଙ୍କ ଉପାସନା କରିବା ଉଚିତ ।
୨- କିଛି ଲୋକେ ଚାକିରି କ୍ଷେତ୍ରରେ ଉନ୍ନତି ବା ଉଚ୍ଚ ପଦ ପାଇବା ପାଇଁ କଠିନ ପରିଶ୍ରମ କରିଥାନ୍ତି । ତେଣୁ ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ଜରୁରୀ ହୋଇଥାଏ । ଏଥିପାଇଁ ପ୍ରତି ଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସହ ତାଙ୍କର ଉପାସନା କରିବା ଉଚିତ ।
୩- ଜୀବନରେ ସଫଳତା, ସୁଖ, ସୁଖ, ସମୃଦ୍ଧି ତଥା ସମାଜରେ ମାନ ସମାନ ପ୍ରାପ୍ତ କରିବା ପାଇଁ ରବିବାର ଯାହା ସୂର୍ଯ୍ୟ ଦେବତାଙ୍କ ବାର ହୋଇଥାଏ ଏହି ଦିନ ବ୍ରତ କରିବା ଉଚିତ । ଗୋଟେ ସମୟରେ ଭୋଜନ କରିବା ସହ ବିନା ଲୁଣର ଖାଦ୍ୟ ଖାଇବା ଉଚିତ । ତମ୍ବା ଢାଳରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସହ ତାଙ୍କର କଥା ପଢିବା ଓ ଶୁଣିବା ଉଚିତ । ଏହା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ।
୪- ଭଲ ସ୍ୱାସ୍ଥ୍ୟ ଓ ନିରୋଗୀ ପାଇଁ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ପାଣିରେ ହଳଦୀ ମିଶ୍ରଣ କରି ଦିଅନ୍ତୁ । ଏହା ପରେ ହଳଦୀକୁ ନାଲି କପଡାରେ ବାନ୍ଧି ଶରୀରର କୌଣସି ଜାଗାରେ ବାନ୍ଧି ଦିଅନ୍ତୁ । ଏହା ଦ୍ଵାରା ସବୁ ରୋଗରୁ ମୁକ୍ତି ପାଇ ହେବ ।
୫- ରବିବାର ଦିନ ସୂର୍ଯ୍ୟ ଦେବତାଙ୍କ ପୂଜା କରିବା ସମୟରେ ଶୁଦ୍ଧ କର୍ପୁରକୁ ନାଲି ବା ହଳଦିଆ କପଡାରେ ବାନ୍ଧି ନିଜର ଆଲମାରି, ତିଜୋରି ବା ବ୍ୟବସାୟ ସ୍ଥାନରେ ରଖିବା ଦ୍ଵାରା ଧନ ସମ୍ପତି ବୃଦ୍ଧି ହୋଇଥାଏ ।
୬- ଯଦି ଆପଣଙ୍କର ଅଧିକ ଶତ୍ରୁ ଅଛନ୍ତି ବା ବେପାରରେ ଧନ ହାନି ହେଉଛି ତେବେ ରବିବାର ଦିନ ସୂର୍ଯ୍ୟ ଉପାସନା କରିବା ଉଚିତ । ଏହା ଦ୍ଵାରା ଆପଣଙ୍କର ସବୁ ସମସ୍ୟାର ନିବାରଣ ହୋଇ ପାରିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।