ବିଛଣା ତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି 3ଟି ଜିନିଷ, ନଚେତ ହେବ ସର୍ବନାଶ- Vaastu Tips

ନମସ୍କାର ବନ୍ଧୁଗଣ, ଆପଣ କରୁଥିବା ସମସ୍ତ କାର୍ଯ୍ୟକୁ ଧ୍ୟାନର ସହ କରିବା ଦରକାର । କାରଣ ଆପଣ ଅଜାଣତରେ କରୁଥିବା ଅକାର୍ଯ୍ୟର ଫଳ ଆପଣଙ୍କୁ ହିଁ ଭୋଗିବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ ଶୋଉଥିବା ବିଛଣା ତଳେ କେଉଁ ଜିନିଷ ରଖିବା ଆପଣଙ୍କ ଜୀବନ ପାଇଁ ମହଙ୍ଗା ପଡିଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସମସ୍ତ ଜିନିଷ ସମ୍ପର୍କରେ ଯାହାକୁ ବିଛଣା ତଳେ ରଖିବା ଅନୁଚିତ ।

ପ୍ରଥମ: ଆପଣ ଖଟ ତଳେ ଜୋତା ରଖିବା ଉଚିତ ହୋଇନଥାଏ । ଯଦି ଆପଣ ଏହା କରୁଥାନ୍ତି ତେବେ ନିଜର ଏହି ଅଭ୍ୟାସକୁ ବଦଳାନ୍ତୁ । କାରଣ ଜୋତା ଚପଲ ଇତ୍ୟାଦି ନକରାତ୍ମକ ଶକ୍ତି ଆକର୍ଷିତ କରିଥାନ୍ତି । ଆପଣ ଯଦି ଏହାକୁ ଖଟ ତଳେ ରଖି ଶୁଅନ୍ତି ତେବେ ଏହି ନକରାତ୍ମକ ଊର୍ଜା ବା ଶକ୍ତି ଆପଣଙ୍କ ଉପରେ କୁପ୍ରଭାବ ପକାଇଥାଏ । ଏହା ହିଁ ଆପଣଙ୍କ ବିନାଶର କାରଣ ପାଲଟି ଯାଇଥାଏ ।

ଦିତୀୟ: ପ୍ରାୟ ସମସ୍ତଙ୍କ ଘରେ ଏହା ଦେଖିବାକୁ ମିଳିଥାଏ କି ପାପୋଛ କୁ ଖଟ ତଳେ ପକାଇଥାନ୍ତି ନିଜ ଗୋଡ ପୋଛି ଖଟ ଉପରକୁ ଯିବା ପାଇଁ । କିନ୍ତୁ ସବୁବେଳେ ଧ୍ୟାନ ରଖିବେ ଏହା ଜେଭଳି ଖଟ ତଳକୁ ନଯାଏ । ଏହାକୁ ଖଟ ଠାରୁ ଅଳ୍ପ ଦୂରରେ ଆପଣ ପକାଇ ପାରିବେ । ପାପୋଛରେ ନିଜ ଗୋଡର ଧୁଳିକୁ ପୋଛାଯାଇଥାଏ ।

ତେଣୁ ଏହା ନକରାତ୍ମକ ଶକ୍ତି ଉତ୍ପର୍ଣ କରିଥାଏ । ଏହି କାରଣ ହେତୁ ଆପଣ ମାନଙ୍କୁ ଶୋଇବା ସମୟରେ ଏହା ଠାରୁ ଦୂରେଇ ରହିବା ଆବଶ୍ୟକ । ତେଣୁ ଆପଣ ଏହାକୁ ଖଟ ପାଖରେ ପକାଇ ପାରିବେ କିନ୍ତୁ ଖଟ ତଳକୁ ଯିବାକୁ ଦେବା ଉଚିତ ହୋଇନଥାଏ ।

ତୃତୀୟ: ଆପଣ ଯେଉଁଠାରେ ଶୋଉଛନ୍ତି ତାହାର ତଳେ ଫାଟ ନଥିବା ଦରକାର । ତାହା ଖଟ ହେଉ ବା ଚଟାଣ । ଆପଣ ଶୋଉଥିବା ଖଟ ଭାଙ୍ଗିନଥିବା ଦରକାର । ଏବଂ ସେହି ଖଟ ତଳର ଭୂମିରେ ମଧ୍ୟ କୌଣସି ଫାଟ ସୃଷ୍ଟି ହୋଇନଥିବା ଦରକାର । ବାସ୍ତୁ ଅନୁଯାୟୀ ଏହି ସ୍ଥାନରେ ଶୋଇବା ଦ୍ଵାରା ଆପଣଙ୍କ ଘରକୁ ଦାରିଦ୍ରତା ପ୍ରବେଶ କରିଥାଏ । ଏହା ଫଳରେ ଆପଣଙ୍କ ଜୀବନରେ ଅଭାବ ଅନାଟନ ଆରମ୍ଭ ହୋଇଯାଏ ।

ଆପଣଙ୍କ ଜୀବନରେ ଦୁର୍ଘଟଣା ଘଟିବାର ସମ୍ଭାବନା ବଢିଯିବା ସହ ଆପଣ ରୋଗଗ୍ରସ୍ତ ମଧ୍ୟ ହୋଇଥାନ୍ତି । ଏହି ଫାଟ ଅଶୁଭ ଶକ୍ତି ଗୁଡିକୁ ଆକର୍ଷିତ କରିଥାଏ । ତେଣୁ ଆପଣ ଯଦି ଏହାର ଉପରେ ଶୁଅନ୍ତି ତେବେ ଏହି ନକରାତ୍ମକ ଶକ୍ତିର ପ୍ରଭାବ ସିଧା ସଳଖ ଆପଣଙ୍କ ଉପରେ ପଡିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *