ବିଛା ରାଶି ଜୀବନରେ ସଫଳତା ପାଇବା ପାଇଁ କରନ୍ତୁ ଏହି ସବୁ ସରଳ ଉପାୟ

ଆମ ଜ୍ୟୋତିଷ ଶାସ୍ତ୍ର ରେ ରାଶି ଚକ୍ର ରେ ୧୨ ଟି ରାଶି ରହିଥାଏ । ତେବେ ତା ମଧ୍ୟରୁ ଆଜି ଆମେ ଏପରି ଏକ ରାଶି ର ଲୋକଙ୍କ ସମ୍ପର୍କରେ ଜାଣିବା । ଏହି ରାଶିର ଲୋକମାନେ ଯଦି କୌଣସି କାର୍ଯ୍ୟ ରେ ବିଫଳ ହେଉ ଛନ୍ତି ବା କୌଣସି କାର୍ଯ୍ୟ ରେ ମଧ୍ୟ ସଫଳତା ପାଇ ପାରୁ ନାହାନ୍ତି । ତେବେ ସେମାନଙ୍କ ପାଇଁ ଆମେ କିଛି ଉପାୟମାନ କହିବୁ । ଏହି ଉପାୟ ମାନ କରିବା ଦ୍ୱାରା ଏହି ରାଶିର ଲୋକଙ୍କର ଉନ୍ନତି ହେବ ।

ତେବେ ଏହି ରାଶି ଟି ହେଉଛି ବିଛା ରାଶି । ଆଜି ଆମେ ବିଛା ରାଶିର ଲୋକମାନେ କିପରି ଉନ୍ନତି ଓ ସଫଳତା ପାଇବେ ତାହାର ଉପାୟ କହିବୁ । ଆପଣ ପ୍ରତିଦିନ ତମ୍ଭା ନୋଟା ରେ ଜଳ ନେଇ ଏଥିରେ ଲାଲ ରଙ୍ଗର ଫୁଲ ପକାଇ ସୂର୍ଯ୍ୟଙ୍କୁ ଅର୍ଘ ଦେବା ବହୁତ ଶୁଭ ହୋଇ ଥାଏ ।

ତେବେ ଏହା ଛଡା ଆପଣ କିଛି ମିଠା ବା କିଛି ଦରକାରୀ ଜିନିଷ ଗରିବଙ୍କୁ ଦାନ କରିବା ଉଚିତ । ବିଛା ରାଶିର ଲୋକମାନେ କେବେବି ବଡ଼ ଭାଇଙ୍କୁ ଖରାପ ବ୍ୟବହାର ଦେଖାଇବା ଉଚିତ ନୁହେଁ । ବଡ଼ ଭାଇ ଙ୍କୁ ଉଚିତ ସମ୍ମାନ ଦେବା ଉଚିତ ।

ଏହା ଛଡା ବାପା ମା ଓ ଗୁରୁଜନ ମାନଙ୍କୁ ମଧ୍ୟ ସମ୍ମାନ ଦେବେ । ଆପଣ ଯଦି ହନୁମାନ ଜିଙ୍କୁ ଲାଲ ବସ୍ତ୍ର ଓ ଲାଲ ସିନ୍ଦୁର ବା ପତକା ଦେବେ ତେବେ ଆପଣଙ୍କୁ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ । ଆପଣ କୌଣସି ଲୋକଙ୍କୁ ଦାନ ବା ସାହାର୍ଯ୍ୟ କରିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିବ ।

ଆପଣ ମାନେ ଯେକୌଣସି ଜୀବଙ୍କୁ ଖାଦ୍ୟ ଖୁଆଇବା ଦ୍ୱାରା ଶୁଭ ହୋଇ ଥାଏ । ଆପଣ ଅଶ୍ୱସ୍ତ ଗଛ ମୂଳରେ ପ୍ରତିଦିନ ଜଳ ଅର୍ପଣ କରନ୍ତୁ । ଏହା ବହୁତ ଭଲ ଫଳ ପ୍ରଦାନ କରିଥାଏ । ଆପଣ ପ୍ରିତିଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ ।

ଆପଣ କେବେବି ଅଶ୍ୱଥ ଗଛ କାଟିବେ ନାହିଁ । ଏହା ଆପଣଙ୍କ ପାଇଁ ଶୁଭ ଫଳ ନ ଦେଇ ଅଶୁଭ ଫଳ ଦେଇ ଥାଏ । ଆପଣ କାହାକୁ କିଛି କହିବା ଆଗରୁ ପ୍ରଥମେ ଭଲ ଭାବେ ଭାବି ଚିନ୍ତି କାର୍ଯ୍ୟ କରନ୍ତୁ । ନହେଲେ ଏକା ଆପଣଙ୍କ ପାଇଁ ବିପଦ ଆଣି ପାରେ ।

ଆପଣ କେବେବି କାହା ଠାରୁ ଖାଲି ରେ ଗିଫ୍ଟ ବା କୌଣସି ଜିନିଷ ଆଣିବେ ନାହିଁ । କାରଣ ଏହା କରିବା ଦ୍ୱାରା ଆପଣଙ୍କ ପାଇଁ ଅଶୁଭ ହୋଇ ଥାଏ । ତେଣୁ କାହା ଠାରୁ କିଛି ଜିନିଷ ଆଣିବା ବେଳେ ଅଳ୍ପ ବହୁତ ପଇସା ଦେଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *