ବିନା ଔଷଧରେ ଅନିଦ୍ରା ରୋଗ ଦୂର ହେବ, କୁମ୍ଭକର୍ଣ୍ଣ ଭଳି ନିଦ ଆସିବ- Health Tips

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ ବିଷୟରେ କହିବୁ ଯାହାର ପ୍ରୟୋଗ କରିଲେ ନିଦ ନ ଆସିବା ରୋଗ ମୂଳରୁ ଶେଷ ହୋଇଯିବ । ଏହି ରେମେଡି ତିଆରି କରିବା ପାଇଁ ଆପଣଙ୍କୁ ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଆପଣଙ୍କୁ ନିଜ ରୋଷେଇ ଘରୁ ସହଜରେ ମିଳିଯିବ । ଏହା ନ୍ଯାଚୁରାଲ ରେମେଡି ଅଟେ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କୁ କେମିତି ବନାଇବା ଓ ଏହାର ସେବନ କିପରି କରିବା ।

କୌଣସି ମେଡ଼ିସିନ ବା ହୋମ ରେମେଡି ତିଆରି କରିବା ପୂର୍ବରୁ ଜାଣି ରଖନ୍ତୁ ନିଦ ନ ଆସିବାର ମୁଖ୍ୟ କାରଣରୁ ହେଉଛି ବହୁତ ଅଧିକ ଚିନ୍ତା କରିବା । ଏହା ଛଡା ଯେଉଁ ମାନଙ୍କର ବୟସ ୫୦ ରୁ ଉପରକୁ ହେଲାଣି ସେମାନଙ୍କୁ ନିଦ ନ ଆସିବା ସ୍ଵାଭାବିକ କଥା ଅଟେ । ଛୋଟ ପିଲା ମାନେ ୧୮ ଘଣ୍ଟା ସୋଇଥାନ୍ତି । ତା ପରେ ଧୀରେ ଧୀରେ ୮ରୁ ୧୦ ଘଣ୍ଟା ସମସ୍ତେ ସୋଇଥାନ୍ତି । କିନ୍ତୁ ଯେବେ ବୟସ ବଢିଥାଏ ତେବେ ନିଦ କମିବାରେ ଲାଗିଥାଏ । ଏହା ଏକ ନ୍ଯାଚୁରାଲ ପ୍ରୋସେସ ଅଟେ ।

ଏଥିପାଇଁ ସୋରିଏ ତେଲ ନିଜ ପଦ ରେ ରାତିରେ ଶୋଇବା ପୂର୍ବରୁ ଲଗାଇ ଦିଅନ୍ତୁ । ଏମିତି କରିବା ଦ୍ଵାରା ମସ୍ତିସ୍କ ଯେଉଁ ଷ୍ଟ୍ରେସ ରେ ରହୁଥିଲା ତାହା ଦୂର ହୋଇଥାଏ । ଖାସ କରି ମହିଳା ମାନେ ଅଧିକ ଷ୍ଟ୍ରେସ ରେ ରହିଥାନ୍ତି । ତେଣୁ ଏହି କ୍ଷେତ୍ରରେ ମହିଳା ମାନେ ଓଶୋ ଡାଇନାମିକ ମେଡିଟେସନ ନିଶ୍ଚୟ କରନ୍ତୁ । ଏହି ମେଡିଟେସନ ଆପଣ ଯୂଟ୍ଯୂବ ରେ ସର୍ଚ କରି କରନ୍ତୁ ।

ଦ୍ଵିତୀୟ ରେମେଡି ପାଇଁ ଆବଶ୍ୟକ ରହିଛି ଅଶ୍ଵଗନ୍ଧା ଓ ସର୍ପଗନ୍ଧ ଗୁଣ୍ଡ । ଏହି ୨ଟି ଗୁଣ୍ଡ ଆପଣଙ୍କୁ କୌଣସି ଆୟୁର୍ବେଦିକ ଷ୍ଟୋର ରେ ମିଳିଯିବ । ଏହି ୨ଟି ଚେରା ମୂଳି ରୁ ସମାନ ପରିମାଣରେ ନେଇ ଗୁଣ୍ଡ କରନ୍ତୁ । ରାତିରେ ଶୋଇବା ସମୟରେ ଯଦି ଆପଣ ଏହି ଗୁଣ୍ଡ ର ୩ରୁ ୪ ଗ୍ରାମ ପନୟରେ ମିଶାଇ ସେବନ କରିଲେ ନିଦ ଭୟଙ୍କର ଆସିଥାଏ । ଆପଣଙ୍କର ନିଦ ନ ଆସିବା ବଳି ସମସ୍ଯା ଦୂର ହୋଇଥାଏ ।

ତୃତୀୟ ରେମେଡି ହେଉଛି ଏକ କପ ଗରମ ପାଣି ବା କ୍ଷୀର ରେ ଅଧ ଚାମଚ ଡାଲଚିନି ଗୁଣ୍ଡ ମିଶାଇ ସେବନ କରିବେ ତେବେ ବହୁତ ଭଲ ନିଦ ଆସିଥାଏ । ଏହି ସବୁ ରେମେଡି ର ବ୍ୟବହାର କରିବା ସହ ମେଡିଟେସନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ମନ ଖୁସି ରହିବ ।

ଚତୁର୍ଥ ରେମେଡି ହେଉଛି ଗରମ କ୍ଷୀରରେ ଅଳ୍ପ କେସର ମିଶାଇ ସେବନ କରିବା ଦ୍ଵାରା ଭଲ ନିଦ ଆସିଥାଏ । ପଞ୍ଚମରେ କ୍ଷୀର ଓ ମହୁର ମିଶ୍ରଣ ନିଦ ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଧ୍ୟାନ ରଖିବେ କ୍ଷୀର ଅଧିକ ଗରମ ହୋଇନ ଥିବ । ଜିରାକୁ ଭାଜି ଗୁଣ୍ଡ କରି ଏକ ଚାମଚ ଗରମ ପାଣିରେ ମିଶାଇ ସେବନ କରିଲେ ଅନିଦ୍ରା ରୋଗରୁ ମୁକ୍ତି ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *