ବୃଷ ରାଶି 2022 November ମାସ ରୁହନ୍ତୁ ସାବଧାନ! ପଡିବ ଶନିଙ୍କ କୋପ ଦୃଷ୍ଟି

ନମସ୍କାର ବନ୍ଧୁଗଣ, ଗ୍ରହ ମାନଙ୍କର ସ୍ଥାନ ପରିବର୍ତ୍ତନ ହେତୁ ରାଶି ଉପରେ ଏହାର ପ୍ରଭାବ ପଡିଥାଏ । ସେହିଭଳି ମାସ ବର୍ଷର ପରିବର୍ତ୍ତନ ମଧ୍ୟ ରାଶିମାନଙ୍କରେ ପରିବର୍ତ୍ତନ ଆଣିଥାଏ । ଆଗକୁ ନଭେମ୍ବର ମାସ ଆସିବାକୁ ଯାଉଛି । ଏହା ଫଳରେ କିଛି ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି । ତେବେ ଆଜି ଆସନ୍ତୁ ଜାଣିବା ବୃଷ ରାଶିର ମାସିକ ରାଶିଫଳ ବିଷୟରେ । ବୃଷ ରାଶିର ବ୍ୟକ୍ତି ବିଶେଷମାନେ ଜାଣନ୍ତୁ କିଭଳି କଟିବାକୁ ଯାଉଛି ନଭେମ୍ବର ମାସଟି ତାଙ୍କ ପାଇଁ । ଆଉ ଡେରି ନକରି ଆସନ୍ତୁ ଆଲୋଚନା କରିବା ଏହା ବିଷୟରେ ।

ବୃଷ ରାଶି: ଏହି ରାଶିର ବ୍ୟକ୍ତି ମାନେ ନଭେମ୍ବର ମାସରେ ଲାଭପ୍ରାପ୍ତ କରିବେ । କାର୍ଯ୍ୟ କ୍ଷେତ୍ର ନିମନ୍ତେ ମାସଟି ଅନୁକୂଳ ରହିବାକୁ ଯାଉଛି । ଚାକିରି କରୁଥିବା ବ୍ୟକ୍ତି ନିଜର ସ୍ତନାନ୍ତରଣ ପାଇଁ ଅନେକ ଦିନରୁ କରୁଥିବା ପ୍ରୟାସ ଏବେ ସଫଳ ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ । ଷଷ୍ଠ ଭାଗରେ ବୁଧ, ଶୁକ୍ର ଓ କେତୁଙ୍କ କାରଣରୁ ଆପଣଙ୍କୁ ଚାକିରି କ୍ଷେତ୍ରରେ ସଫଳତା ମିଳିବ ।

ଆପଣଙ୍କୁ ନିଜ ଶତ୍ରୁ ମାନଙ୍କ ପ୍ରତି ଏହି ସମୟରେ ସାବଧାନ ରହିବା ଦରକାର । ବାଣିଜ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ମାସଟି ଏତେ ଫଳପ୍ରଦ ହେବ ନାହିଁ । ବ୍ୟବସାୟରେ କିଛି ବାଧା ମଧ୍ୟ ଆସିପାରେ । ଦେବ ଗୁରୁ ବୃହସ୍ପତିଙ୍କ ନଜର ସପ୍ତମ ଭାଗରେ ଥିବାରୁ ବ୍ୟବସାୟରେ ଏଭଳି ପରିସ୍ଥିତି ଆସିବ । ୧୩ ନଭେମ୍ବରକୁ ବକ୍ରୀ ମଙ୍ଗଳ ଆପଣଙ୍କ ଲଗ୍ନ ଭାଗକୁ ଗୋଚର କରିବେ । ଏହା ଫଳରେ ବ୍ୟବସାୟରେ ଅଚାନକ ଉନ୍ନତି ହେବାକୁ ଲାଗିବ ।

ଆର୍ଥିକ କ୍ଷେତ୍ରରେ ସଂଘର୍ଷ ଆଣିଦେବ ଏହି ନଭେମ୍ବର ମାସଟି । ଆପଣଙ୍କର ଅଯଥା ଖର୍ଚରେ ବୃଦ୍ଧି ହେବାକୁ ଯାଉଛି । ନବମ ଭାଗରେ ଅବସ୍ଥିତ ଦୃଷ୍ଟି ଏକାଦଶ ଭାଗରେ ପଡୁଥିବାରୁ ଏହାଦ୍ବାରା ଆପଣଙ୍କର ଆମଦାନୀରେ ହାନି ଘଟିବ ନାହିଁ । କିନ୍ତୁ ଆର୍ଥିକ ସ୍ଥିତିକୁ ନିଜ ଆୟତ୍ତରେ ରଖିବାର ପ୍ରୟାସ କରନ୍ତୁ । ମାସର ଦିତୀୟାର୍ଦ୍ଧରେ ସୂର୍ଯ୍ୟ, ବୁଧ ଓ ଶୁକ୍ର ସପ୍ତମ ଭାଗକୁ ଗୋଚର କରିବେ ।

ଏହାଫଳରେ ଖର୍ଚରେ ହାନି ଘଟିବ । ଏହା ଆପଣଙ୍କ ଶୁଭ ରହିବ । ଏହି ସମୟରେ ଶେୟାର ମାର୍କେଟରେ ନିବେଶ ଲାଭଦାୟକ ରହିବ । ପଞ୍ଚମ ଭାଗରେ ବୃହସ୍ପତିଙ୍କ ପ୍ରଭାବ ହେତୁ ଆପଣ ଭଲ ପାଉଥିବା ସାଥିଙ୍କୁ ବିବାହ କରିବାର ସମ୍ପୂର୍ଣ ଯୋଗ ରହିଛି । ଆପଣଙ୍କ ପ୍ରେମ ସମ୍ପର୍କ ସୁଦୃଢ ରହିବ । ଦାମ୍ପତ୍ୟ ଜୀବନରେ ଅସୁବିଧା ଉପୁଜିପାରେ ।

ପରିବାର ସଦସ୍ୟଙ୍କ ମଧ୍ୟରେ ବାଦ ବିବାଦ ହେବାର ଯୋଗ ରହିଛି । ସବୁବେଳେ ଆପଣ କହୁଥିବା ନିଜ କଥା ଉପରେ ନିଜର ଅଟ୍ଟ ରଖନ୍ତୁ । ଏବଂ ନିଜ କ୍ରୋଧକୁ ମଧ୍ୟ ନିୟନ୍ତ୍ରଣରେ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *