ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଭଗବାନ ଶିବ ଙ୍କ ମନ୍ଦିରକୁ ପ୍ରବେଶ କରିବା ପୂର୍ବର ରୁ ବୃଷଭ ଙ୍କୁ ପ୍ରଥମେ ଦର୍ଶନ କରାଯାଏ । ଏମିତି କରିବା ଦ୍ଵାରା ମହାଦେବ ସନ୍ତୁଷ୍ଟ ହୋଇଥାନ୍ତି । ସଂସାରରେ ଯେଉଁ ମାନେ ଆତଯାତ ହେଉଛନ୍ତି ସେମାନଙ୍କୁ ପାଳନ କରିବାର ଦାୟିତ୍ଵ ଭଗବାନ ବିଶୁଣୁ ନେଇଛନ୍ତି । କିନ୍ତୁ ମହାଦେବ ସମସ୍ତଙ୍କର ସଂହାର କର୍ତ୍ତା କରିଥାନ୍ତି ସେଥିପାଇଁ ତାଙ୍କୁ ରୁଦ୍ର ମଧ୍ୟ କୁହାଯାଏ । କିନ୍ତୁ ମହାଦେବଙ୍କର ଆଉ ଏକ ଭଲ ଗୁଣ ହେଉଛି କର୍ପୁର ଭଳି ଗୌର ବର୍ଣ୍ଣ ଓ କରୁଣାର ଅବତାର । ତାଙ୍କୁ ଆଶୁତୋଷ ନାମରେ ମଧ୍ୟ କୁହାଯାଏ । ଆଶୁ ଶବ୍ଦର ଅର୍ଥ ହେଉଛି ସହଜରେ ସନ୍ତୁଷ୍ଟ ହେବା ।
କୌଣସି ଦେବତା ଏତେ ଜଲ୍ଦି ସନ୍ତୁଷ୍ଟ ହୁଅନ୍ତି ନାହି ଯେତେ ଜଲ୍ଦି ମହାଦେବ ସନ୍ତୁଷ୍ଟ ହୋଇଥାନ୍ତି । ମହାଦେବଙ୍କ ପାଖରେ ବେଲପତ୍ର, କଦଳୀ, କ୍ଷୀର ଅର୍ପଣ କରିଲେ ସନ୍ତୁଷ୍ଟ ହୋଇ ସବୁ ଇଚ୍ଛା ପୂରଣ କରିଥାନ୍ତି । ଆମ ଭାରତ ବର୍ଷରେ ଶିବ ମନ୍ଦିର ବହୁତ ଅଧିକ ରହିଛି । ମହାଦେବ କାହାରି ଦୁଖ ସାହି ପାରନ୍ତି ନାହି । ସେଥିପାଇଁ ପ୍ରାୟତ ଶିବ ମନ୍ଦିର ରେ ଲୋକ ମାନଙ୍କର ଗହଳି ଅଧିକ ଦେଖା ଯାଇଥାଏ ।
ମହାଦେବଙ୍କର ଅନ୍ୟ ଏକ ନାମ ହେଉଛି ଭୋଳାନାଥ । ତାଙ୍କୁ ନିଜର ଦୁଖ କହି ଡାକିଲେ ସବୁ ଦୁଖ ହରଣ କରିଥାନ୍ତି । ଶାସ୍ତ୍ର ରେ ନିୟମ ଅଛି କି ବୃଷ ଙ୍କୁ ସ୍ପର୍ଶ କରି ଭଗବାନ ଶଙ୍କର ଙ୍କୁ ଦର୍ଶନ କରିଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି । ଏହାର କାରଣ ହେଉଛି ଭଗବାନ ଶିବଙ୍କର ବାହନ ହେଉଛନ୍ତି ବୃଷଭ ଓ ପ୍ରତିନିଧି ମଧ୍ୟ ।
ତେଣୁ ପ୍ରତେକ ବ୍ୟକ୍ତି ସିଧା ସଳଖ ମହାଦେବ ଙ୍କ ନିକଟକୁ ନ ଯାଇ ବୃଷଭଙ୍କ ପଛ ପଟକୁ ଯାଇ ତାଙ୍କ ପାଖରେ ହସ୍ତ ଲଗାଇ ପ୍ରାଣମ କରିବା ଉଚିତ । ତେଣୁ କୁହାଯାଏ ବୃଷଭ କାନରେ ନିଜର ଦୁଖ କହିଲେ ତାହା ମହାଦେବ ଙ୍କ ପାଖରେ ବହୁତ ଜଲ୍ଦି ପହଞ୍ଚି ଯାଇଥାଏ । କାରଣ ବୃଷ ହେଉଛନ୍ତି ମହାଦେବଙ୍କର ପ୍ରତିନିଧି । ଅନେକ ଲୋକଙ୍କର ବିଶ୍ଵାସ ରହିଛି ନନ୍ଦୀ ଯିଏ ଆଗ ବିରାଜମାନ କରିଥାନ୍ତି ମନ୍ଦିର ଆଗରେ ତାଙ୍କୁ ଅତିକ୍ରମ କରି ମହାଦେବଙ୍କ ଦର୍ଶନ କରାଯାଏ ।
ବୃଷଭଙ୍କ କାନରେ ନିଜର ଦୁଖ କହିଲେ ସେ ତାହା ଭଗବାନ ଶଙ୍କରଙ୍କ ପାଖରେ ପହଞ୍ଚାଇଥାନ୍ତି । ଯାହାକୁ ଭଗବାନ ଶିବ ଟାଳି ପାରନ୍ତି ନାହି । ତେଣୁ ଭକ୍ତ ମାନେ ପ୍ରଥମେ ଶିବ ମନ୍ଦିରକୁ ଯାଇ ନନ୍ଦୀ ଙ୍କ କାନରେ ନିଜର ଦୁଖ କଷ୍ଟ ଜଣାଇଥାନ୍ତି । ଭକ୍ତ ମାନେ ବୃଷଭ ଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି ହେ ନନ୍ଦିଶ୍ଵର ଆମର ଯାହା ବି ଦୁଖ ଦୁର୍ଦ୍ଦଶା ରହିଛି ତାହା ଭଗବାନ ଶଙ୍କରଙ୍କ ନିକଟରେ ଆପଣ ପହଞ୍ଚାଇ ଦିଅନ୍ତୁ ଯେମିତି ଆମର ଦୁଖ ହରଣ ହେବ ।
ଭଗବାନ ଶଙ୍କରଙ୍କ ପାଖରେ ଭକ୍ତଙ୍କ ଦୁଖକୁ ନିବାରଣ କରିବାକୁ ବୃଷଭଙ୍କ ନିକଟରେ କୁହାଯାଏ । ତେଣୁ ଯେଉଁ ମାନଙ୍କର ବିବାହ ହେଉ ନାହି, ପାରିବାରିକ ସମସ୍ଯା ବା ଅନ୍ୟ ସମସ୍ଯା ରହିଛି ପ୍ରଥମେ ବୃଷଭଙ୍କୁ ଜଣାଇଲେ ଇଚ୍ଛା ପୂରଣ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।