ବୁଧ ର କୁମ୍ଭ ରାଶି କୁ ଚଳନ ଫଳରେ ଆପଣଙ୍କ ଉପରେ କଣ ପଡିବ ପ୍ରଭାବ- ଜାଣନ୍ତୁ

ନବଗ୍ରହ ମଣ୍ଡଳ ରେ ବୁଧ ହେଉଛି ସବୁଠୁ କ୍ଷୁଦ୍ର ଗ୍ରହ ବୁଧ ହେଉଛି କାଳଚକ୍ର ର ଦୁଇ ରାଶି ମିଥୁନ ଓ କନ୍ୟା ର ଅଧିପତି ଏହାର ଉଚ୍ଚ ରାଶି ବା ମୂଳ ତ୍ରିକୋଣ ରାଶି କନ୍ୟା ହେଇଥାଏ ମିଥୁନ ଓ କନ୍ୟା କାଳପୁରୁଷ,ର କୁଣ୍ଡଳୀ ରେ ୩ଓ୬ ଘର ର ରାଶି ହୋଇଥାଏ । ବୁଧ ର ବିଶେଷ ରୂପ ସମ୍ବାଦ କାରକ ହୋଇଥାଏ । ବୁଧ ର କୁମ୍ଭ ରାଶି କୁ ଚଳନ ର ସମୟ । ଏହା ଶୁକ୍ରବାର ୨୭ ଜୁଲାଇ ୨୦୨୦ ତାରିଖ ରେ ସକାଳ ୨:୪୪ ରେ (୩୦ ତାରିଖ ର ଅଧା ରାତି ପରେ) ମକର ରାଶି ରୁ ବାହାରି କୁମ୍ଭ ରାଶି କୁ ପ୍ରବେଶ କରିବେ ।

ବୁଧ ଗ୍ରହ କୁମ୍ଭ ରାଶି କୁ ଚଳନ ର ରାଶିଫଳ ।ଏହି ରାଶିଫଳ ଚନ୍ଦ୍ର ରାଶି ଉପରେ ଆଧାରିତ । ଆସନ୍ତୁ ଜାଣିବା ଏସବୁ ରାଶି ଉପରେ ଏହାର ପ୍ରଭାବ ସକାରାତ୍ମକ ବା ନକାରାତ୍ମକ କିିପରି ପଡିବ ।

ମେଷ: ଏ ରାଶି ର ୩ ଓ ୬ ଘରର ସ୍ବାମୀ ବୁଧ ହୋଇଥାନ୍ତି । ଆପଣଙ୍କ ରାଶି ର ଏକାଦଶ ବା ଲାଭ ସ୍ଥାନ କୁ ଚଳନ ହେବେ । ଆପଣଙ୍କ ର କ୍ଷମତା ଓ କାର୍ଯ୍ୟ କୁଶଳତା ବଢିବ । ବାଦବିବାଦ ରୁ ଲାଭ ମିଳିବ, ପ୍ରେମ ସମ୍ପର୍କ ରେ ସଫଳତା ମିଳିବ । ବୁଧ ଙ୍କ ବକ୍ର ସ୍ଥିତି ପାଇଁ ଆର୍ଥିକ ସ୍ଥିତି ରେ କମଜୋର ପଡିପାରନ୍ତି । ଉପାୟ ବୁଧବାର ଦିନ ଛୋଟ ଝିଅ ଙ୍କୁ ସବୁଜ ରଙ୍ଗର ଚୁଡି ଉପହାର ଦିଅନ୍ତୁ ।

ବୃଷ: ଆପଣଙ୍କ ରାଶିର ସ୍ଵାମୀ ଶୁକ୍ର ଙ୍କ ର ପରମ ମିତ୍ର ବୁଧଙ୍କର ଚଳନ ଦଶମ ଘର କୁ ହେବ । ଏଥିପାଇଁ କାର୍ଯ୍ୟ କ୍ଷେତ୍ର ରେ ଉନ୍ନତି ହେବ ଯିଏ ବ୍ୟବସାୟ କରନ୍ତି ସେମାନେ ଘରର ଧନ ଏଥିରେ ଉପଯୋଗ କରିବେ । ପାରିବାରିକ ଜୀବନ ସୁଖମୟ ହେବ । ବୁଧ ଙ୍କ ବକ୍ର ସ୍ଥିତି ରେ ଟିକେ ସାବଧାନ ରୁହନ୍ତୁ । ଚାକିରି କ୍ଷେତ୍ର ରେ ସଙ୍କଟ ଦେଖାଦେବ । ମାର୍ଚ୍ଚ ୧୦ ପରେ ଆପଣଙ୍କ ସ୍ଥିତି ରେ ସୁଧାର ଆସିବ । ଉପାୟ ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତୁ ଓ ଗଣେଶ ଙ୍କୁ ଦୁବ ଅର୍ପଣ କରନ୍ତୁ ।

ମିଥୁନ: ବୁଧ ଙ୍କ ଚଳନ ଆପଣଙ୍କ ପାଇଁ ପୁରା ଅନୁକୂଳ ରହିବ । ଭାଗ୍ୟ ଆପଣ ଙ୍କ ସହିତ ରହିବ । ଜମି ମାମଲା ରେ ଲାଭ ହେବ, ମାନସମ୍ମାନ ବଢିବ । ଫେବୃଆରୀ ରୁ ମାର୍ଚ୍ଚ ଭିତରେ ବୁଧ ବକ୍ର ହେଇଥିବାରୁ ସାବଧାନ ରେ କାର୍ଯ୍ୟ କରିବା ଉଚିତ । ପରିଶ୍ରମ ବଢିବ । ମାର୍ଚ ପରେ ପୁଣି ସ୍ଥିତି ରେ ସୁଧାର ଆସିବ । ନୂଆ ଲୋକ ଙ୍କ ସହ ମିତ୍ର ହେବେ ଓ ସହଯୋଗ ମିଳିବ । ଉପାୟ ବୁଧବାର ଦିନ ପନ୍ନା ରତ୍ନ କନିଷ୍ଠ ଆଙ୍ଗୁଠି ରେ ଧାରଣ କରନ୍ତୁ ।

କର୍କଟ:ଖର୍ଚ୍ଚ ବଢିବ । କଠିନ ପରିଶ୍ରମ ପରେ ଅଳ୍ପ ସଫଳତା ମିଳିବ । ଶଶୁର ଘର ଲୋକ ଙ୍କ ସହ ବାଦବିବାଦ ହେଇପାରେ । ୧୭ ଫେବୃଆରୀ ରୁ ୧୦ ମାର୍ଚ୍ଚ ଯାଏ ବୁଧ ଙ୍କ ବକ୍ର ସ୍ଥିତି ପାଇଁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ଉପାୟ ବୁଧବାର ଦିନ ସବୁଜ ରଙ୍ଗର ମୁଗ ଡାଲି ଦାନ କରନ୍ତୁ ।

ସିଂହ: ବ୍ୟବସାୟ ରେ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥି ପାଇଁ ଖର୍ଚ୍ଚ କରିବେ । ବୁଧ ଙ୍କ ବକ୍ର ସ୍ଥିତି ପାଇଁ ବ୍ୟର୍ଥ ଝଗଡ଼ା ରେ ମାନସିକ ଚିନ୍ତା ବଢିପାରେ, ବ୍ୟର୍ଥ ଝଗଡ଼ା ରେ ମାନସିକ ଚିନ୍ତା ବଢିପାରେ । ୧୦ ମାର୍ଚ୍ଚ ପରେ ସଫଳତା ମିଳିବ । ଉପାୟ ଶ୍ରୀ ଗଣେଶ ଙ୍କୁ ଉପାସନା କରନ୍ତୁ ।

କନ୍ୟା: ଖର୍ଚ୍ଚ ବଢିବ । ବାଦବିବାଦ ରେ ସଫଳତା ହାସଲ କରିବେ । ସ୍ବାସ୍ଥ୍ୟ ଖରାପ ହେବ । ହେଇପାରେ ଡାକ୍ତର ପରାମର୍ଶ କରି ଖର୍ଚ୍ଚ ରେ ପଡିପାରନ୍ତି । ଉପାୟ ବିଧାର ମୂଳ ଧାରଣ କରନ୍ତୁ ।

ତୁଳା: ଶିକ୍ଷା ପ୍ରଭାବିତ ହେବ । ଚାକିରି କରୁଥିଲେ ବଦଳି ହେଇପାରେ । ବିବାହ ହେଇଥିଲେ ସନ୍ତାନ ସୁଖ ମିଳିବ । ପ୍ରେମ ଜୀବନ ରେ ଖୁସି ପାଇବେ । ସବୁକ୍ଷେତ୍ର ରେ ସଫଳତା ପାଇବେ । ଉପାୟ ବୁଧ ଙ୍କ ବୀଜ ମନ୍ତ୍ର ଓଁ ବ୍ରାଂ ବ୍ରିଂ ବୌଂ ସଃ ବୁଧାୟ ନମଃ ନିୟମିତ ଜପ କରନ୍ତୁ ।

ବିଛା: ପାରିବାରିକ ଜିବନ ରେ ସୁଖ ମିଳିବ । କାର୍ଯ୍ୟ କ୍ଷେତ୍ର ରେ ଲାଭ ମିଳିବ । ବୁଦ୍ଧି ବଳ ପ୍ରଦର୍ଶନ କରି ସଫଳତା ହାସଲ କରିବେ ଆମଦାନୀ ବଢ଼ି ସୁଖ ପ୍ରାପ୍ତ ହେବା ସ୍ବାସ୍ଥ୍ୟ ଖରାପ ହେଇପାରେ । ଉପାୟ ବୁଧବାର ଦିନ ସବୁଜ ରଙ୍ଗର ବସ୍ତ୍ର କୁ ପିଏସି ବା ମାଉସୀ ଙ୍କୁ ଉପହାର ଦିଅନ୍ତୁ ।

ଧନୁ: ଯାତ୍ରା କ୍ଷେତ୍ର ରେ ସୁଖ ସୁବିଧା, ଆନନ୍ଦ ମିଳିବ । କାମରେ ବନ୍ଧୁ ସହଯୋଗ ମିଳିବ । ବୁଧ ବକ୍ର ସ୍ଥିତି ରେ ହେଇଥିବାରୁ କାମରେ ବିବାଦ ଓ ସମସ୍ୟା ଆସିପାରେ । ଉପାୟ ବୁଧ ଯନ୍ତ୍ର ସ୍ଥାପନ କରି ବିଧିବଦ୍ଧ ଭାବେ ପୂଜା କରନ୍ତୁ ।

ମକର: ଏ ରାଶି ର ଧନ ଘର କୁ ବୁଧ ଚଳନ ହେବେ । ତେଣୁ ଆର୍ଥିକ ସ୍ଥିତି ରେ ଲାଭ ମିଳିବ । ଅଟକି ଥିବା କାମ ପୂର୍ଣ୍ଣ ହେବ । ପରୀକ୍ଷାର୍ଥୀ ଙ୍କ ପାଇ ସମୟ ଉପକୂଳ ରହିବ । ଉପାୟ ପନ୍ନା ରତ୍ନ ଧାରଣ କଲେ ବୁଦ୍ଧି ଓ ଧନ ଲାଭ ହେବ ।

କୁମ୍ଭ: ବୁଧ ପ୍ରଥମ ଘର କୁ ଚଳନ ହେତୁ ରାଜଯୋଗ ହେଇପାରେ । ଅଷ୍ଟମ ର ସ୍ବାମୀ ଲଗ୍ନରେ ହେଇଥିବାରୁ ମନ ଆଧ୍ୟାତ୍ମିକ ଆଡ଼କୁ ହେଇପାରେ । ବୁଦ୍ଧିର ବିକାଶ ହେବ । ମାନସିକ ଚିନ୍ତାରୁ ସ୍ବାସ୍ଥ୍ୟ ଖରାପ ହେଇପାରେ । ଶିକ୍ଷା ରେ ଉପଲବ୍ଧି ହାସଲ କରିବେ । ଯଦି ବ୍ୟବସାୟ କରନ୍ତି ତ ସ୍ଥିତି ଆପଣଙ୍କ ପକ୍ଷ ନେବ । ଉପାୟ ବୁଧବାର ଦିନ ବିଧାରା ଗଛ ର ଚେର କୁ ସବୁଜ କପଡା ରେ ବାନ୍ଧି ବେକରେ ପକାନ୍ତୁ ।

ମୀନ: ବୁଧ ଦେବ ଙ୍କ ପ୍ରଭାବ ରୁ ଖର୍ଚ୍ଚ ବଢିବ । ଆର୍ଥିକ ସ୍ଥିତି ଖରାପ ରହିବ । ବିଦେଶ ଯାତ୍ରା କରିବେ । ଜୀବନସାଥି ସହ ମତଭେଦ ହୋଇପାରେ । ବକ୍ର ସ୍ଥିତି ପାଇଁ କାର୍ଯ୍ୟ ରେ ପରିଶ୍ରମ ବଢିବ । ସ୍ବାସ୍ଥ୍ୟ ଖରାପ ହେବ । ଏହି ଚଳନ ରେ ସବୁଠୁ ଅଧିକ ନିଜ ଉପରେ ଧ୍ୟାନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *