ଦାନ୍ତ ହଳଦିଆ ପଡୁଛି କି ? କୌଣସି ବଡ ରୋଗର ସଂକେତ ନୁହେଁ ତ ? ଦେଖନ୍ତୁ କଣ କହୁଛନ୍ତି Dr Arpita Dash

ବନ୍ଧୁଗଣ ଆଜି ଆମେ ଦାନ୍ତ ହଳଦିଆ ପଡିବାର କାରଣ ଓ ଏହର ପ୍ରତିକାର ବିଷୟରେ କହିବାକୁ ଯାଉଛୁ । ସାଧାରଣତ ପ୍ରତେକ ବ୍ୟକ୍ତି ମାନଙ୍କର ଦାନ୍ତ ଧଳା ହୋଇ ନ ଥାଏ । ପ୍ରତେକ ବ୍ୟକ୍ତି ମାନଙ୍କର ଦାନ୍ତର ରଙ୍ଗ ଅଲଗା ଅଲଗା ରହିଥାଏ । କିଛି ଲୋକ ମାନଙ୍କର ଦନ୍ତ ପୁରା ଧଳା ଥାଏ ତ ଆଉ କିଛି ଲୋକଙ୍କର ଦନ୍ତ ହଳଦିଆ ହୋଇଥାଏ । ଏ ସବୁ ନିର୍ଭର କରିଥାଏ ବ୍ୟକ୍ତି ର ଖାଦ୍ୟପେୟ ଉପରେ ଉପରେ । ଦାନ୍ତ ର ରଙ୍ଗ ବଦଳିବାର କାରଣ ହେଉଛି ବ୍ୟକ୍ତି ର ଖାଦ୍ଯ । ଅନେକ ଲୋକ ଅଛନ୍ତି ଯେଉଁ ମାନେ ଅଧିକ ଫଳ ଖାଇଥାନ୍ତି ବା ଏସିଡିକ ଫୁଡ ଖାଇଥାନ୍ତି ଯାହା ପାଇଁ ଦାନ୍ତ ର ରଙ୍ଗ ଭିନ୍ନ ହୋଇଥାଏ ।

ଯାହା ପାଇଁ ଦାନ୍ତ ଷ୍ଟେଞ୍ଜ ହୋଇ ହଳଦିଆ ପଡି ଯାଇଥାଏ । ବହୁତ ଲୋକ ମାନେ ଏମିତି ଅଛନ୍ତି ଯେଉଁ ମାନେ ଦିନ ରାତି ପାନ ଚୋବାଇ ଥାନ୍ତି ଯାହା ପାଇଁ ଦାନ୍ତ ର ଏନାମେଲିଟି ନଷ୍ଟ ହୋଇଯାଏ ଏବଂ ଗାଲ ଭିତର ରଙ୍ଗ ବି ବଦଳି ଯାଇଥାଏ । ଅଧିକ ପାନ ଖାଇବା ଦ୍ଵାରା ଦାନ୍ତ ଓ ଗାଲ ଭିତର ନାଲି ନାଲି ପଡିଯାଏ ।

ଯେତେବେଳେ ପାଣି ରେ ଫୁରାଇଡ କଣ୍ଟେନ ବେସୀ ଅଧିକ ଥାଏ ସେହି ସମୟରେ ଦନ୍ତ ଖରାପ ହୋଇଥାଏ । ଅନେକ ସମୟରେ ଯେବେ ଆମ ଦାନ୍ତ ଗ୍ରୋଇଙ୍ଗ ସ୍ଟେଜ ରେ ଥାଏ ଯେମିତି ଶିଶୁ ମାନଙ୍କର ଦାନ୍ତ ଉଠୁଥାଏ ସେହି ସମୟରେ ଫୁରାଏଡ କଣ୍ଟେନ ବେସୀ ହୋଇଯାଏ ଯାହା ପାଇଁ ଦାନ୍ତ ନଷ୍ଟ ହୋଇଯାଏ ।

ସେହି ସ୍ଥିତି କୁ ଫ୍ଲୁରସ ବୋଲି କୁହା ଯାଇଥାଏ । ଯଦି ଦାନ୍ତ ଅଧିକ ହଳଦିଆ ପଡିଯାଏ ତେବେ ତାହାକୁ ଫୁଡ ଷ୍ଟେଞ୍ଜ କୁହାଯାଏ । ଯାହାକୁ ବହୁତ ସହଜରେ ରିମୁଭ କରି ହୁଏ । ଦୈନିକ କ୍ଲିନିକ ପ୍ରୋଷିଜୀୟାର ବା ସ୍କେଲିଙ୍ଗ ଦ୍ଵାରା ଦାନ୍ତ ର ହଳଦିଆ ରଙ୍ଗ ରିମୁଭ କରି ହୁଏ । ଅନ୍ୟ କ୍ଷେତ୍ରରେ ଯେଉଁ ମାନେ ଅଧିକ ସ୍ମୋକିଂ କରିଥାନ୍ତି ସେଥିପାଇଁ ବି ଦାନ୍ତ କଳା ପଡିଯାଏ । ଏହା ସହ ପାଟି ଭିତର ବି କଳା ପଡି ଯାଇଥାଏ ।

ଏହି ସବୁକୁ ଶ୍ଲେଲିଙ୍ଗ ପ୍ରୋସେଇଜିୟର ରେ ରିମୁଭ କରା ଯାଇଥାଏ । ଏହା ସହ ଆଦିକ ରୋଗୀ ଙ୍କୁ ଦାନ୍ତ ପଲିଶିଙ୍ଗ କରିବାକୁ କୁହାଯାଏ । ଆପଣ ନିଜର ଦାନ୍ତ ର ଚିକିତ୍ସା କରିବା ପରେ ପୁଣି ଥରେ ନିଜର ଖରାପ ଅଭ୍ଯାସ କୁ ଆପଣେଇବେ ନାହି । ହୁଏ ତ ଆପଣ ଏକ କାଳୀନ ଆପଣଙ୍କର ଯାହା ବି ଖରାପ ଅଭ୍ଯାସ ରହିଛି ଯେମିତି ପାନ ଖାଇବା, ଅଧିକ ଥଣ୍ଡା ଜାତୀୟ ଖାଦ୍ୟ ଖାଇବା ବା ସିଗାରେଟ ଟାଣିବା ଇତ୍ୟାଦି କୁ ଧୀରେ ଧୀରେ କମାଇବା ପାଇଁ ଚେଷ୍ଟା କରିବା ଦରକାର ।

ଏହା ସହ ଦାନ୍ତ ଚେକ ଅପ ୩ ମାସ କି ୬ ମାସ କୁ ଥରେ ଯାଇ ଡାକ୍ତର ଙ୍କ ପରାମର୍ଶ ନେବା ଉଚିତ । ଏମିତି କରିଲେ ଦାନ୍ତ ଭଲ ହୋଇ ଯାଇପାରେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *