ଧଳା ବାଳକୁ ମୂଳରୁ କଳା କରିବାର Natural ଘରୋଇ ଉପଚାର- Hair Care Tips

ସାଧାରଣତ ୪୦ ବର୍ଷ ପରେ କେଶ ଧଳା ହେବରେ ଲାଗିଥାଏ । ଯଦି ୪୦ ବର୍ଷ ପୂର୍ବରୁ କେଶ ଧଳା ହୋଇ ଯାଉଛି ଯାହାକୁ ନେଇ ଆଜିକାଲି ସମସ୍ଯା ଦେଖାଯାଉଛି । କିଛି ଲୋକ ମାନେ କେଶ କଳା କରିବା ପାଇଁ ବଜାରରେ ମିଳୁଥିବା ଶ୍ୟାମ୍ପୋ ବା କେମିକାଲ ପ୍ରଡ଼କ୍ଟର ବ୍ୟବହାର କରୁଛନ୍ତି । କିନ୍ତୁ କିଛି ସମୟ ପାଇଁ କେଶ କଳା ହୋଇ ଯାଉଛି ଆଉ ପରେ ପୁଣି କେଶ ଧଳା ହୋଇ ଯାଉଛି । ତେବେ ଆଜି ଆମେ ଆପଣଙ୍କ ପାଇଁ ୨ ପ୍ରକାରର ନ୍ଯାଚୁରାଲ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ନ୍ୟାଚୁରାଲ କେଶ କଳା ହୋଇଯିବ ।

ଏହି ୨ଟି ଉପଚାର ତିଆରି କରିବା ଆହୁତ ସହଜ ଅଟେ । ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ଆଳୁ । ଆଳୁକୁ ଭଲ ଭାବେ ଧୋଇ ଏହାର ଚୋପା କାଢି ଦିଅନ୍ତୁ । ଆଳୁ ଚୋପାରେ ଭିଟାମିନ-ଏ,ସି ରହିଥାଏ ଯାହା ମୁଣ୍ଡରେ ଜମା ହୋଇଥିବା ରୂପୀ ଦୂର କରିବାରେ ଲାଭଦାୟକ ହୋଇଥାଏ । ଆଳୁ ଚୋପାରେ ମିଳୁଥିବା ଷ୍ଟ୍ରାଚ ନ୍ଯାଚୁରାଲ ଉପାୟରେ କେଶକୁ କଳା କରିବାରେ ସାହାଜ୍ଯ କରିଥାଏ ।

ଧଳା କେଶକୁ କଳା କରିବା ପାଇଁ ୪ରୁ ୫ଟି ଆଳୁ ନେଇ ଏହର ଚୋପା କାଢି ଦିଅନ୍ତୁ । ଏକ ପାତ୍ରରେ ଆଳୁ ଚୋପ ପକାଇ ଦୁଇ ତାଟିଆ ପଣି ନେଇ ଏହାକୁ ୧୦ରୁ ୧୫ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଏହା ପରେ ସେହି ପାଣିକୁ ଏକ ପାତ୍ରରେ ଛାଣି ଦିଅନ୍ତୁ । ଏହା ପରେ ସେଥିରେ ଏକ ଚାମଚ ଜଡା ତେଲ ଆଡ କରନ୍ତୁ । ଏହା ପରେ ଏକ ମିନିଟ ଯାଏଁ ଏହାକୁ ମିକ୍ସ କରନ୍ତୁ ।

ଦ୍ଵିତୀୟ ଉପଚାର ତିଆରି କରିବା ପାଇଁ ଏକ ତାଟିଆ ଆଳୁ ଚୋପା ପାଣି ନିଅନ୍ତୁ । ଏହା ଏଥିରେ ଜଡା ତେଲ ବଦଳରେ ଅଧ ଚାମଚ ଗୋଲାପ ଜଳ ଆଡ କରନ୍ତୁ । ଏହା ଧଳା କେସ ଆକୁ କଳା କରିବାରେ ନ୍ୟାଚୁରାଲ ଉପଚାର ଅଟେ । ଏହିପରି ଭାବେ ୨ ପ୍ରକାରର ଉପଚାର ତିଆରି କରିପାରିବେ ।

ଆପଣ ଏହି ୨ଟି ଉପଚାର ମଧ୍ୟରୁ ଯେ କୌଣସି ଗୋଟିଏ ଉପଚାର ଆପଣେଇ ନିଜର ଧଳା କେଶ କୁ କଳା କରି ପାରିବେ । ଏବେ ଆସନ୍ତୁ ଜାଣିବା ଏହାର ପ୍ରୟୋଗ କିପରି କରିବା । ପ୍ରଥମେ କେଶ କୁ ଭଲ ଭାବେ ଶ୍ୟାମ୍ପୋ କରି ଧୋଇ ଦିଅନ୍ତୁ । ତା ପରେ ଆଳୁ ଚୋପାରେ ମିକ୍ସ ହୋଇଥିବା ଜଡା ତେଲ ବା ଗୋଲାପ ଜଳ ପାଣି କୁ ଆପଣଙ୍କ କେଶ ରେ ଲାଗନ୍ତୁ ।

ଏହା ପରେ ୩୦ରୁ ୩୫ ମିନିଟ ଯାଏଁ କେଶ କୁ ଶୁଖିବାକୁ ଛଡାଇ ଦିଅନ୍ତୁ । ଏହା ପରେ କେଶ କୁ ନରମାl ପାଣିରେ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇ ରୁ ତିନି ଥର ଆପଣ ଏହି ୨ଟି ଉପଚାର ମଧ୍ୟରୁ ଯେ କୌଣସି ଗୋଟିଏ ଉପଚାର ପ୍ରୟୋଗ କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *