ଦୁଇଟି ସ୍ତ୍ରୀ ର ସୁଖ କେଉଁ କର୍ମ କଲେ ମିଳିଥାଏ ? Garuda Purana

ଆଜିକାଲି ଦୁନିଆରେ ବିବାହକୁ ନେଇ ବିବାଦ ଦେଖା ଯାଉଛି । କିଏ ବିବାହ ପରେ ନିଜର ସାଥି ଠାରୁ ଅଲଗା ହୋଇ ଯାଉଛନ୍ତି ତ ଆଉ କିଏ ଦୁଇ ଦୁଇଟି ବିବାହ କରି ସୁଖରେ ସଂସାର କରୁଛି ତ ଆଉ କିଏ ଦୁଖରେ ଦିନ କାଟୁଛି । ତେବେ ଆଜିର ଆମର ବିଷୟ ବସ୍ତୁ ରହିଛି ଦୁଇ ଦୁଇଟି ସ୍ତ୍ରୀ ର ସୁଖ କେମିତି ପ୍ରାପ୍ତ ହୋଇଥାଏ । ଗୋଟେ ଲୋକର ଦୁଇ ଟି ସ୍ତ୍ରୀ ଥିଲା । ଜଣେ ଉପର ମହଲାରେ ରହୁଥିଲା ତ ଅନ୍ୟ ଜଣେ ଦ୍ଵିତୀୟ ମହଲା ରେ ରହୁଥିଲା । ତେବେ ଉପର ମହଲାକୁ ଯିବା ପାଇଁ ବାଉଁଶ ର ସିଡି ଥିଲା । ସେହି ବ୍ୟକ୍ତି ଜଣକ ଗୋଟିଏ ଦିନ ପ୍ରଥମ ସ୍ତ୍ରୀ ଯିଏ କି ତଳେ ରହୁଥିଲା ତା ସହ ରହୁଥିଲା ।

ତା ପର ଦିନ ଦ୍ଵିତୀୟ ସ୍ତ୍ରୀ ସହ ଉପର ମହଲାରେ ବ୍ୟକ୍ତି ଜଣକ ରହୁଥିଲା । ଏମିତି ପାଳି କରି ବ୍ୟକ୍ତି ଜଣକ ନିଜ ଦୁଇ ସ୍ତ୍ରୀ ସହ ରହୁଥିଲା । ଗୋଟେ ଦିନର କଥା ଏମିତି କିଛି ଘଟିଲା କି ବ୍ୟକ୍ତି କୁ ତଳେ ରହୁଥିବା ସ୍ତ୍ରୀ ସହ ରହିବାର ଥିଲା । କିନ୍ତୁ ସେହି ଦିନ ଅଚାନକ ତା ଘରେ ଗୋଟେ ଚୋର ଆସିଲା । ଆଉ ଚୋର ଟି ଲୁଚି ତା ଘରେ ରହିଲା । ବ୍ୟକ୍ତି ଜଣକ ତଳେ ନିଜର ପ୍ରଥମ ସ୍ତ୍ରୀ ପାଖରେ ରହିବାର ଥିଲା କିନ୍ତୁ ସେ ଭୁଲରେ ଉପର ମହଲାକୁ ସିଡି ରେ ଯିବାକୁ ଲାଗିଲା । ନିଜ ସ୍ବାମୀ କୁ ଉପର ମହଲାକୁ ଯିବାର ଦେଖି ତଳେ ରହୁଥିବା ସ୍ତ୍ରୀ ବ୍ୟକ୍ତି ର ଗୋଡ କୁ ଧରି ପକାଇଲା ।

ସେହି ସମୟରେ ଉପର ମହଲରେ ରହୁଥିବା ସ୍ତ୍ରୀ ଆସି ବ୍ୟକ୍ତି ର ହାତ ଧରି ଉପରକୁ ଟାଣିବାରେ ଲାଗିଲା । ଦୁଇ ସ୍ତ୍ରୀ ମାନଙ୍କ ଅଧ୍ୟରେ ତୁ ତୁ ହେବାରେ ଲାଗିଲେ । ଜଣେ ହାତ ଟାଣି ଉପରକୁ ଟାଣୁଥିଲା ତ ଆଉ ଜଣେ ଗୋଡ ଧରି ତଳକୁ ଟାଣୁଥିଲା । ଏମିତି କରିବା ସମୟରେ ବ୍ୟକ୍ତି ଜଣକ ଜୋର ରେ ପାଟି କରୁଥିଲା । ଆଉ ସବୁଠାରୁ ମଜାଦାର କଥା ହେଉଛି ଘରେ ଲୁଚି ରହିଥିବା ଚୋର ଏହି ସବୁ ତାମସା ଦେଖୁଥିଲା । ତେବେ ସେହି ଦିନ ରାତିରେ ଚୋର ଧରା ପଡିଲା ଆଉ ଜଜ ଙ୍କ ଆଗରେ ତାକୁ ଠିଆ କରାଗଲା ।

ତେବେ ଜଜ ଙ୍କ ଆଗରେ ଚୋର କହିଲା ଜଜ ସାହେବ ଆପଣ ମୋତେ ଯେଉଁ ଦଣ୍ଡ ଦେବାକୁ ଚାହୁଁଛନ୍ତି ଦେଇ ଦେବେ କିନ୍ତୁ ଦୁଇ ଟି ବିବାହ କରିବାର ଦଣ୍ଡ ଜମା ବି ଦେବେ ନାହି । କାରଣ ମୁଁ ଜଣେ ବ୍ଯକ୍ତିର ଦୁର୍ଭାଗ୍ୟ ଦେଖିଛି । ଏମିତି ଦଣ୍ଡ ଭଗବାନ କାହାକୁ ନ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଆଗକୁ ଆମେ ଆପଣଙ୍କ ପାଇଁ ଏ ଭଳି ମନୋରଞ୍ଜନର ପୋଷ୍ଟ ନେଇ କରି ଆସିବୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *