ନମସ୍କାର ବନ୍ଧୁଗଣ, ଦୁନିଆରେ ଏମିତି ବହୁତ କିଛି ଜିନିଷ ବା ଖୁସି ରହିଛି ଯାହାର ଉଭୟ ପୁରୁଷ ମହିଳା ସମାନ ଭାବେ ମଜା ଉଠାଇପାରନ୍ତି । କେଉଁଠି ପୁରୁଷଙ୍କୁ ବେଶି ଖୁସି ମିଳେ କେଉଁଠି ମହିଳାଙ୍କୁ ମିଳିଥାଏ । ତେଣୁ ଧର୍ମରାଜା ଯୁଧିଷ୍ଠିର ଭୀଷ୍ମଙ୍କୁ ପଚାରିଥିଲେ ସମ୍ପର୍କ ରଖିବା ସମୟରେ କାହାକୁ ବେଶି ଆନନ୍ଦ ମିଳିଥାଏ । ଏବଂ ଏହାର ଉତ୍ତରରେ ଭୀଷ୍ମ କଣ କହିଥିଲେ ଯୁଧିଷ୍ଠିରଙ୍କୁ ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ଏହା ବିଷୟରେ ।
ଭୀଷ୍ମ ଯୁଧିଷ୍ଠିରଙ୍କୁ ଏକ କାହାଣୀ କହିଲେ ଏହାର ଉତ୍ତର ଦେବା ପାଇଁ । ବହୁତ ସମୟ ପୂର୍ବରୁ ଭଙ୍ଗସ୍ଵାମ ନାମରେ ଜଣେ ରାଜା ଥିଲେ । ତାଙ୍କୁ ତାଙ୍କ ପ୍ରଜାମାନେ ଅତ୍ୟନ୍ତ ଭଲ ପାଉଥିଲେ ତାଙ୍କ ଉଚିତ ନ୍ୟାୟ ପାଇଁ । କିନ୍ତୁ ଦୁର୍ଭାଗ୍ୟ ବତସ ତାଙ୍କର କୌଣସି ସନ୍ତାନ ନଥିଲେ । ତେଣୁ ସନ୍ତାନ ପ୍ରାପ୍ତି ପାଇଁ ସେ ଯଜ୍ଞ କରି ଅଗ୍ନି ଦେବଙ୍କୁ ପ୍ରସନ୍ନ କରୁଥିଲେ । ଯାହାଫଳରେ ଇନ୍ଦ୍ର ଦେବ ତାଙ୍କର ଅବମାନନା ହେଉଛି ଭାବି କ୍ରୋଧିତ ହୋଇଉଠିଲେ କିନ୍ତୁ ତାଙ୍କ ରାଗ ସୁଝାଇବା ପାଇଁ କୌଣସି ସୁଯୋଗ ପାଇଲେ ନାହିଁ ।
କାରଣ ଯଜ୍ଞରେ କୌଣସି ଭୁଲ ରାଜା କରିନଥିଲେ ଯେଉଁଥିପାଇଁ ତାଙ୍କୁ ସିଏ ଦଣ୍ଡ ଦେଇପାରିଲେ ନାହିଁ । ଏବଂ ଏଥିପାଇଁ ଆହୁରି ବେଶି କ୍ରୋଧିତ ହୋଇଉଠିଲେ । କିଛିଦିନ ପରେ ରାଜା ଶିକାର ପାଇଁ ଜଙ୍ଗଲକୁ ଗଲେ । ଏହି ସମୟରେ ଇନ୍ଦ୍ରଦେବ ତାଙ୍କ ଅପମାନର ବଦଲା ନେଲେ । ରାଜାଙ୍କ ଉପରେ ଇନ୍ଦ୍ର ଦେବ ତାଙ୍କ ଉପରେ ସମୋହନ ମନ୍ତ୍ର ଛାଡିଦେଲେ । ଯାହାଫଳରେ ରାଜା କୌଣସି କଥା ଜାଣିପାରିଲେ ନାହିଁ । ଜଙ୍ଗଲରେ ଏଆଡେ ସିଆଡେ ବୁଲିଲେ ବାଟ ମଧ୍ୟ ପାଇଲେ ନାହିଁ ।
ଶେଷରେ ବୁଲି ବୁଲି ଗୋଟିଏ ଜଳାଶୟରୁ ଯାଇ ପାଣି ପିଇଲେ । ସେହି ଜଳାଶୟରେ ପ୍ରବେଶ ମାତ୍ରେ ହିଁ ରାଜା ନାରୀରେ ପରିଣତ ହୋଇଗଲେ । ଏହା ଦେଖି ରାଜା ମନେ ମନେ ଭାବିବାକୁ ଲାଗିଲେ ପ୍ରଭୁ ଏ କେଉଁ ପାପର ଦଣ୍ଡ ଦେଲ ମତେ । ଏହାପରେ ରାଜା ନିଜ ରାଜ୍ୟକୁ ଯାଇ ସମସ୍ତ କଥା କହିଲେ । ଏବଂ ଏହା କହିଲେ କି ମୁ ଆଉ ରାଜ୍ୟ ଭାର ସମ୍ଭାଳିବି ନାହିଁ ମୁ ଜଙ୍ଗଲକୁ ଯାଉଛି । ଏହା କହି ରାଜା ଜଙ୍ଗଲରେ ଯାଇ ବାସ କଲେ । ଏବଂ ଜଣେ ସାଧୁଙ୍କୁ ବିବାହ କରି ତାଙ୍କ ସହ ସମ୍ଭନ୍ଧ ରଖିଲେ ।
ଏହାପରେ ତାଙ୍କର 4ଟି ପୁତ୍ର ହେଲେ । ରାଜା ତାଙ୍କ 4ଟି ପୁତ୍ରଙ୍କୁ ଧରି ରାଜ୍ୟକୁ ଆସିଲେ ଏବଂ ତାଙ୍କ ପୁରୁଷ ବେଶରେ ଜନ୍ମ ହୋଇଥିବା ଏବଂ ନାରୀ ରୂପରେ ଜନ୍ମ କରିଥିବା ପୁତ୍ର ମାନଙ୍କୁ ଏକାଠି ମିଳି ମିଶି ରାଜ୍ୟଭାର ସମ୍ଭାଳିବାକୁ କହିଲେ । ଏହା ଦେଖି ଇନ୍ଦ୍ରଦେବ ଭାବିଲେ ରାଜା କଣ ଖୁସିରେ ଜୀବନ କଟାଉଛି ତାଙ୍କୁ ନାରୀ କରି ଭୁଲ କରିଦେଲି କି । ଏହାପରେ ପୁଣି ଇନ୍ଦ୍ରଦେବ କ୍ରୋଧରେ ସାଧୁ ବେଶ ଧରି ତାଙ୍କ ପୁତ୍ର ମାନଙ୍କ ମଧ୍ୟରେ କଳହ ସୃଷ୍ଟି କରିଦେଲେ । ଏବଂ ସେଇଆ ହିଁ ହେଲା ଯାହା ଫଳରେ ସମସ୍ତ ପୁତ୍ର ହଣା କଟା ହୋଇ ମରିଗଲେ ।
ଏହି ଖବର ରାଜା ଶୁଣି ପୁରା ମର୍ମାହତ ହୋଇପଡିଲେ । ସେହି ସମୟରେ ଇନ୍ଦ୍ରଦେବ ଯାଇ ପହଞ୍ଚିଲେ ସାଧୁ ବେଶରେ । ନିଜର ପ୍ରକୃତ ବେଶକୁ ଆସି କହିଲେ ମୁ ହିଁ ଏହିସବୁ କରିଛି । ରାଜା କାନ୍ଦିଲେ ଏବଂ ତାଙ୍କ ପୁତ୍ରଙ୍କୁ ଫେରେଇ ଦେବା ପାଇଁ କହିଲେ । ଇନ୍ଦ୍ରଦେବ କହିଲେ ତମର କେଉଁ ପୁତ୍ରଙ୍କୁ ଜୀବିତ ଦେଖିବାକୁ ଚାହୁଛ । ରାଜା କହିଲେ ମୋ ନାରୀ ବେଶରେ ହୋଇଥିବା ପୁତ୍ରଙ୍କୁ ଜୀବିତ କରିଦିଅନ୍ତୁ ।
ଏବଂ ଇନ୍ଦ୍ର ଦେବ କହିଲେ ତୁମେ ପୁରୁଷ ବେଶକୁ ଆସିବାକୁ ଚାହିବନି ଏହାପରେ ରାଜା ଉତ୍ତର ଦେଲେ ନା ମୁ ଏହି ବେଶରେ ହିଁ ଖୁସି ଅଛି । ଇନ୍ଦ୍ରଦେବ ପଚାରିଲେ ଏହାର କାରଣ ଏହାପରେ ରାଜା କହିଲେ ସମ୍ଭନ୍ଧ ସମୟରେ ନାରୀଙ୍କୁ ହିଁ ବହୁତ ଆନନ୍ଦ ମିଳିଥାଏ ତେଣୁ ମୁ ଏହି ରୂପରେ ହିଁ ରହିବାକୁ ଚାହୁଛି । ଭୀଷ୍ମଙ୍କୁ ଯୁଧିଷ୍ଟିର ଏହା ଶୁଣିବା ପରେ ନିଜ ପ୍ରଶ୍ନର ଉତ୍ତର ପାଇଗଲେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।