ନମସ୍କାର ବନ୍ଧୁଗଣ, ଆମ ହିନ୍ଦୁ ଧର୍ମରେ ଘଟୁଥିବା ସମସ୍ତ କଥାର କିଛି ନା କିଛି କାରଣ ରହିଛି । ଏବଂ ଭାରତରେ ଯେତେ ସବୁ ମନ୍ଦିର ରହିଛି ତାହା ପଛରେ ବହୁତ କିଛି ରହସ୍ୟ ମଧ୍ୟ ରହିଛି ଯାହା ସମସ୍ତଙ୍କ ପଖରେ ପହଞ୍ଚିପାରେ ନହିଁ । ତେବେ ଆଜି ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ ଭଗବାନ ଶିବଙ୍କର ୧୮ ତମ ପ୍ରସିଦ୍ଧ ମୁକ୍ତେଶ୍ଵର ମନ୍ଦିର ବିଷୟରେ । ଯାହାଫଳରେ ସନ୍ତାନ ସୁଖରୁ ବଞ୍ଚିତ ଥିବା ନାରୀ ତାଙ୍କ ସୁଖକୁ ପାଇପାରିବେ । ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।
ଉତ୍ତରାଖଣ୍ଡ ରାଜ୍ୟର ନୈନିତାଲ ଜିଲ୍ଲାରେ ଏହି ମନ୍ଦିର ଅବସ୍ଥିତ । ଏହି ମନ୍ଦିରକୁ ଯିବା ପାଇଁ ପଥରର ସିଢି ରହିଛି । ଏହି ମନ୍ଦିର ସମୁଦ୍ର ପତନ ଠାରୁ ଦୁଇ ହଜାର ତିନି ସହ ପନ୍ଦର ମିଟର ଉଚରେ କୁମାଉ ପାହାଡ ଉପରେ ରହିଛି । ମୁକ୍ତେଶ୍ଵର ନାମ ୩୫୦ ବର୍ଷ ପୂର୍ବରୁ ଶିବଙ୍କ ନାମରେ ରଖାଯାଇଥିଲା । ତେଣୁ ଏହାକୁ ମୁକ୍ତେଶ୍ଵର ନାମରେ ଜଣାଯାଏ ।
ଏହି ମନ୍ଦିରଟି ସହର ମଧ୍ୟରେ ଥିବା ସବୁଠାରୁ ଉଚ ପାହାଡରେ ରହିଛି । ଏହି ମଦିର ପାଖରେ ଚୂଳିକି ଜାଲି ନାମକ ବଡ ଚଟାଣ ରହିଛି । ଏହି ମନ୍ଦିରକୁ ଯିବା ପାଇଁ ୧୦୦ଟି ପଥର ସିଢି ଉପରେ ଚଢି ଯିବା ପାଇଁ ପଡିବ । ମୁକ୍ତେଶ୍ଵର ମନ୍ଦିରରେ ତମ୍ବା ଓ ଧଳା ରଙ୍ଗର ଶିବ ଲିଙ୍ଗ ରହିଛି । ଏହି ଶିବ ଲିଙ୍ଗ ଚାରି ପାଖେ ବ୍ରହ୍ମା, ବିଷ୍ଣୁ, ପାର୍ବତୀ, ହନୁମାନ, ଗଣେଶ ଓ ନନ୍ଦୀଙ୍କର ମୂର୍ତ୍ତି ମଧ୍ୟ ରଖାଯାଇଛି ।
ଏହି ସ୍ଥାନକୁ ଆସିଲେ ଭକ୍ତଙ୍କୁ ମାନସିକ ଶାନ୍ତି ମିଳିଥାଏ । ଏଠାରେ ଭଗବାନ ଶିବଙ୍କ ପତ୍ନୀ ତଥା ହିମାଳୟ ପୁତ୍ରୀ ପାର୍ବତୀ ସ୍ୱରୂପ ନନ୍ଦ ଦେବଙ୍କ ଠାରୁ ଆରମ୍ଭ କରି ଭଗବାନଙ୍କ ପ୍ରିୟ ତ୍ରିଶୂଳ ଓ ପାଣ୍ଡବଙ୍କର ପଞ୍ଚଚୁଳି କୂଟିଆ ମଧ୍ୟ ରହିଛି । ଏସବୁ ଦେଖିଲେ ଏମିତି ଲାଗିଥାଏ ଜେଭଳି ମହାଦେବ ଧରାବତରଣ ହୋଇ ଏହିଠାରେ ହିଁ ବାସ କରୁଛନ୍ତି । ଯଦି ଆମେ ପୌରଣିକ ମାନ୍ୟତାକୁ ଦୃଷ୍ଟିରେ ରଖିବା ତେବେ ଏଠାରେ ମହାଦେବ ପ୍ରତିଦିନ ତପସ୍ୟାରେ ଲୀନ ଥାନ୍ତି ।
ଚୁଲିକି ଜାଲି ପଥରର ଖୁବ ମାନ୍ୟତା ରହିଛି । ତେଣୁ ଯେଉଁ ମାନେ ଏଠାକୁ ସନ୍ତାନ ପ୍ରାପ୍ତି ଆଶାରେ ଯାଇଥାନ୍ତି ସେମାନେ ଏହି ପଥରରେ ଥିବା ଚିତ୍ରକୁ ପାର କରନ୍ତି । ଏମିତି କରିବା ଦ୍ଵାରା ସେମାନେ ସନ୍ତାନ ସୁଖକୁ ନିଶ୍ଚୟ ପ୍ରାପ୍ତ କରନ୍ତି । ଏଠାରେ ଦର୍ଶନ କରିବା ପାଇଁ ଆସୁଥିବା ସମସ୍ତଙ୍କର ମନସ୍କାମନା ପୂରଣ ହୁଏ ବୋଲି ଶୁଣିବାକୁ ମିଳିଛି ।
ଲୋକମାନେ ଅନେକ ଯୋଡି ହୋଇ ରହିଛନ୍ତି ଏହି ମନ୍ଦିର ସହିତ । ଲୋକମାନଙ୍କର ସମସ୍ତ ଅସ୍ତା ବିଶ୍ଵାସ ଭଗବାନ ପୁରା କରୁଥିବାର ଅନେକ ଗାଥା ମଧ୍ୟ ଶୁଣିବାକୁ ମିଳିଥାଏ ସ୍ଥାନୀୟ ଲୋକଙ୍କ ଠାରୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।