ଏହି ପତ୍ରକୁ ପୋଡିକି ଲଗାନ୍ତୁ, Eczema ଭଳି ରୋଗ ହେବ ମୂଳରୁ ଶେଷ- Healthy Tips

ବନ୍ଧୁଗଣ ଏକଜିମ ଏକ ପ୍ରକାରର ଚର୍ମ ରୋଗ ହୋଇଥାଏ । ଶରୀରର ଯେଉଁ ଜାଗାରେ ଏକଜିମା ହୋଇଥାଏ ସେଠାରେ ବହୁତ ମାତ୍ରାରେ କୁଣ୍ଡାଇ ହୋଇଥାଏ । କୁଣ୍ଡାଇ ହୋଇ ଅନେକ ଜାଗାରେ ରକ୍ତ ମଧ୍ୟ ବାହାରିଥାଏ । ସାଧାରଣ ଏହି କ୍ଷେତ୍ରରେ ଲୋକ ମାନେ ଏଲୋପାତି ଔଷଧ ଖାଇଥାନ୍ତି । କିନ୍ତୁ ଏଲୋପାତିରେ ଏକଜିମାକୁ ସଂପୂର୍ଣ୍ଣ ଭାବେ ଶେଷ କରି ହେବ ନାହି । ଏମିତିରେ କେବଳ ଆୟୁର୍ବେଦିକ ଉପାୟ ଆପଣେଇ ପାରିବେ । ଏହା କେବଳ ଏକଜିମା ଶେଷ କରିବ ନାହିଁ  ବରଂ ଶରୀରର ଅନେକ ପ୍ରକାରର ଚର୍ମ ରୋଗ ଶେଷ କରିବ ।

ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା ଓ ଏହାର ପ୍ରୟୋଗ କିପରି କରିବା । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ପାଚିଲା ପଣସ ପତ୍ର ଯାହା ଆପଣଙ୍କୁ ବହୁତ ସହଜରେ ମିଳିଯିବ । ଅନେକଙ୍କ ବାଡିରେ ପଣସ ଗଛ ହୋଇଥାଏ । ଏକ ପାତ୍ର ରେ ବଡ ସାଇଜର ପାଚିଲା ପଣସ ପତ୍ର ନେଇ ଏହାକୁ ପୋଡି ଏହାର ଭସ୍ମ ପ୍ରସ୍ତୁତ କରନ୍ତୁ ।

ଏଥିପାଇଁ ଗ୍ଯାସରେ ଲୁହା କଢେଇ ବସାଇ ଏହାକୁ ସଂପୂର୍ଣ୍ଣ ଗରମ ହେବାକୁ ଦିଅନ୍ତୁ । ତା ପରେ ସେଥିରେ ପାଚିଲା ପଣସ ପତ୍ର ପକାଇ ଦିଅନ୍ତୁ । ଗରମ କଢେଇରେ ପାଚିଲା ପଣସ ପତ୍ରକୁ ପକାଇଲେ ଏହା ଜଳି ଜଳି ଅଙ୍ଗାର ହୋଇଯିବ । ତା ପରେ ଆପଣ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଏହା ପରେ ଏହାକୁ ଗୁଣ୍ଡ କରନ୍ତୁ । ଦ୍ଵିତୀୟ ସାମଗ୍ରୀର ଆବଶ୍ୟକ ହେଉଛି ଜଡା ତେଲ ।

ଏଥିରେ ଆପଣ ଅଳ୍ପ ଜଡ ତେଲ ମିସ୍କ କରନ୍ତୁ ଏଜମିତି ଏହା ଏକ ପେଷ୍ଟ ଭାବେ ପ୍ରସ୍ତୂତ ହୋଇ ପାରିବ । ଆପଣ ଏହି ପଣସ ପତ୍ର ଭସ୍ମ ରେ ଆବଶ୍ୟକ ଅନୁଯାୟୀ ଜଡା ତେଲ ମିଶାଇ ଏହାର ପେଷ୍ଟ ତିଆରି କରନ୍ତୁ । ଏହାକୁ ଭଲ ଭାବେ ମିସ୍କ କରିଲେ ଏହାକୁ ଏକ ପେଷ୍ଟ ଭାବେ ତିଆରି ହୋଇଯିବ । ଏକଜିମା ଦୂର ଆରିବା ପାଇଁ ଆପଣଙ୍କର ଏହି ରେମେଡି ତିଆରି ହୋଇ ଯାଇଛି ।

ରାତି ରେ ଶୋଇବା ସମରେ ଆପଣ ଏହାକୁ ଲଗାଇ ଶୁଅନ୍ତୁ । ସକାଳେ ଉସୁମ ପାଣି ସାହାଜ୍ଯରେ ଆପଣ ଏହାକୁ ଧୋଇ ଦିଅନ୍ତୁ । ହେଲେ ଧ୍ୟାନ ରଖିବେ ଏହାକୁ ଲଗାଇବାର ଗୋଟେ ନିୟମ ରହିଛି । ଆପଣ ଏହାକୁ ତୁଳାରେ ନେଇ ଶରୀରର ଯେଉଁ ଜାଗାରେ ଏକଜିମା ହୋଇଛି ସେଠାରେ ଭଲ ଭାବରେ ଲଗାନ୍ତୁ । ହେଲେ ତୁଳାକୁ ଏହି ମିଶ୍ରଣରେ ବୁଡାଇବା ପରେ ଆଉ ଠାରେ ସେହି ତୁଳାକୁ ବୁଡାଇବେ ନାହି ।

ଯଦି ଆବଶ୍ୟକ ପଡେ ତେବେ ଆପଣ ଅନ୍ୟ ଏକ ତୁଳା ବ୍ୟବହାର କରନ୍ତୁ । କୌଣସି ପ୍ରକାରର ଏକଜିମା ସମସ୍ଯା ସବୁ ଦିନ ପାଇଁ ଭଲ କରିବାକୁ ଏହି ମିଶ୍ରଣ ଏକ ରାମବାଣ ଘରୋଇ ଉପଚାର ଅଟେ । ଯଦି ଆପଣଙ୍କର ଏକଜିମା ଏବେ ଆରମ୍ଭ ହୋଇଛି ତେବେ ଏହାର ପ୍ରୟୋଗ ୩ ଦିନ କରନ୍ତୁ । ଅଧିକ ଦିନ ହୋଇଥିଲେ ଲଗାତାର ଏହାର ବ୍ୟବହାର କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *