ଆମ ହିନ୍ଦୁ ଶାସ୍ତ୍ର ରେ ପ୍ରତେକ କାର୍ଯ୍ୟ କରିବାର ଏକ ନିର୍ଦ୍ଧିଷ୍ଟ ସମୟ ମାନ ରଖା ଯାଇ ଥାଏ । ତେବେ ଯଦି ଆମେ ସେହି ସମୟ ରେ ସେହି କାର୍ଯ୍ୟ ନ କରି ଅଲଗା କୌଣସି ସମୟରେ ସେହି କାର୍ଯ୍ୟ କରିଥାଉ ତେବେ ଏହା ଆମ ପାଇଁ ଅଶୁଭ ଓ କ୍ଷତିକାରକ ହୋଇ ଥାଏ । ତେବେ ସେହି ଭଳି କିଛି କାର୍ଯ୍ୟ ସମ୍ପର୍କରେ ଗରୁଡ଼ ପୁରାଣ ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଯେପରି କେଉଁ ସମୟରେ ଆମେ ପୂଜା କରିବା ଉଚିତ ।
କେଉଁ ସମୟରେ ସ୍ୱାମୀ ଓ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ଉଚି, ଓ କେଉଁ କେଉଁ କାର୍ଯ୍ୟ ଆମେ ନିଶ୍ଚୟ ଭାବେ କରିବା ଉଚିତ । ତେଣୁ ଆଜି ଆମେ ସେହି ସମ୍ପର୍କରେ ଜାଣିବା । ଯଦି ଆପଣ ରାତି ସମୟରେ ପୂଜା କରିଥାନ୍ତି ତେବେ ତାହାର ବିପରୀତ ଫଳ ମିଳିଥାଏ ।
କାରଣ ଏହି ସମୟରେ କରୁଥିବା ପୂଜା ବା ପ୍ରାର୍ଥନା କରିଥାଉ ତାହା ଭଗବାନଙ୍କୁ ନୁହେଁ ପ୍ରେତକୁ ଯାଇଥାଏ । ତେଣୁ କେବେବି ରାତ୍ରି ସମୟରେ ପୂଜା କରିବା ଉଚିତ ନୁହଁ । କେବେବି ଭୋର ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ କାରଣ ଏହି ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ ତେଣୁ ଏହି ସମୟରେ ଭଗବାନଙ୍କ ପୂଜା ଅର୍ଚ୍ଚନା ଆଦି କରିବା ଉଚିତ ।
ଏହି ସମୟରେ ସମସ୍ତ ଐଶ୍ୱର୍ଯ୍ୟ ଶକ୍ତି ଆମ ଚାରିପପାଖରେ ରହିଥାନ୍ତି । ତେଣୁ ଏହି ସମୟ ଭଗବାନଙ୍କ ପୂଜା ଅର୍ଚ୍ଚନା ପାଇଁ ଶୁଭ ହୋଇଥାଏ । ଆପଣ ସର୍ବଦା ଶୋଇବା ଆଗରୁ ଏକ ଗ୍ଲାସ କ୍ଷୀର ପିଇକରି ଶୋଇବା ଉଚିତ ।
କାରଣ ଶାସ୍ତ୍ର ରେ ମଣାଯାଇଛି କି ଏକ ଗ୍ଲାସ କ୍ଷୀର ହେଉଛି ଅମୃତ ତେଣୁ ଏହାର ସେବନ କରିବା ଉଚିତ । ଆପଣ କେବେବି ଅଇଁଠା ବାସନ ରୋଷେଇ ଘରେ ରଖିବା ଉଚିତ ନୁହେଁ । କାରଣ ବୈଜ୍ଞାନିକ ଅନୁସାରେ ମଧ୍ୟ ଯଦି ଆପଣ ରାତି ରେ ଅଇଁଠା ବାସନ ରଖନ୍ତି ।
ତେବେ ଏଥିରେ ଜୀବାଣୁ ସବୁ ସୃଷ୍ଟି ହୋଇ ରୋଗ ସୃଷ୍ଟି କରିଥାନ୍ତି । ଶୋଇବା ଆଗରୁ ସର୍ବଦା ନିଜର ପୁରା ଦିନର ଆକଳନ କରିନେବା ଉଚିତ । ଏପରି କରିବା ଦ୍ୱାରା ସେହି ଦିନ ରେ ଆପଣ କଣ ଠିକ ଓ ଭୁଲ କରିଥିବେ ତାହା ଜାଣି ପାରିବେ । ଏହା ସହିତ ଭବିଷ୍ୟତ ରେ ସେହି ଭୁଲ କିପରି ଠିକ କରିବେ ତାହା ମଧ୍ୟ ଜାଣି ପାରିବେ ।
ଶୋଇବା ଆଗରୁ ନିଜର ଗୋଡ଼ ଓ ହାତ ଧୋଇବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କ ନିଦ ଭଲ ହେବ ଓ ଆପଣ କେବେଭି ଖରାପ ସ୍ଵପ୍ନ ଦେଖିବେ ନି । ଧୁଆ ଧୋଇ ହେବା ଦ୍ଵାରା ଖରାପ ଓ ନକାରାତମ୍କ ଶକ୍ତି ମାନେ ମଧ୍ୟ ଆମ ଠାରୁ ଦୂରେଇ ଯାଇ ଥାନ୍ତି । ଯାହା ଦ୍ଵାରା ଆମେ ରୋଗ ମୁକ୍ତ ଜୀବନ ମଧ୍ୟ ପାଇ ଥାଉ ।