ଶ୍ରୀ କ୍ଷେତ୍ରରେ ମିଳିଲା ଜଗନ୍ନାଥଙ୍କ ବାହାନ ଗରୁଡ ପକ୍ଷୀ! ଦେଖିବାକୁ ଲାଗିଲା ଭିଡ, ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ ….

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶ୍ରୀ କ୍ଷେତ୍ରରେ ବେଳେ ବେଳେ ଏହିଭଳି କିଛି ଘଟଣା ଦେଖିବାକୁ ମିଳିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ଚିନ୍ତା ବି କରିବାକୁ ଲାଗନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପ୍ରାୟତଃ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ । କିଛି ଦିନ ତଳେ ପୁଣି ଥରେ ଏହିଭଳି ଏକ ଘଟଣା ଘଟିଛି । ଯାହା ବିଷୟରେ ବର୍ତ୍ତମାନ ଚାରି ଆଡେ ଚର୍ଚା ଚାଲିଛି । ପୁରୀରୁ ଉଦ୍ଧାର ହୋଇଛି ବିଷ୍ଣୁଙ୍କ ବାହାନ ବିରଳ ଗରୁଡ ପକ୍ଷୀ ।

କହିଦେଉଛୁ କି ପ୍ରଥମ ଥର ପାଇଁ ପୁରୀରେ ଏହି ଗରୁଡ ପକ୍ଷୀ ଦେଖା ଯାଇଛି । ପୁରୀ ସଦର ଥାନା ଛଇତନା ପଞ୍ଚାୟତ ଅନ୍ତର୍ଗତ ଗଇଣ୍ଡୋଳ ଗାଁ ରୁ ଏହି ବିରଳ ପରଜାତିର ଗରୁଡ ପକ୍ଷୀ ଉଦ୍ଧାର ହୋଇଛି ।

କହିଦେଛୁ କି ଏହି ପ୍ରଜାତିର ପକ୍ଷୀ ଆଉ କୌଣସି ବି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ସେଥିପାଇଁ ଏହା ଧୀରେ ଧୀରେ ବିଲପ୍ତ ହୋଇ ଯାଉଛି । କିନ୍ତୁ ବର୍ତ୍ତମାନ ଏହି ପକ୍ଷୀ ସମସ୍ତଙ୍କ ସାମ୍ନାକୁ ଆସିବା ପରେ ସମସ୍ତେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଶାସ୍ତ୍ର ଓ ପୁରାଣରେ ଏହି ପକ୍ଷୀ ବିଷୟରେ ବହୁତ କିଛି ଉଲ୍ଲେଖ ଅଛି । ଏହି ପକ୍ଷୀ ଭଗବାନ ବିଷ୍ଣୁଙ୍କ ବାହାନ ଅଟେ ବୋଲି ସମସ୍ତେ ଜାଣିଛନ୍ତି । ଏହି ପକ୍ଷୀକୁ ଗଇଣ୍ଡୋଳ ଗାଁର ଆଲୋକ ସ୍ଵାଇଁ ପାଇଛନ୍ତି ।

ଏହି ପକ୍ଷୀକୁ ପାଇବା ପରେ ସେ ବନ ବିଭାଗକୁ ପକ୍ଷୀକୁ ହସ୍ତାନ୍ତର କରି ଦେଇଛନ୍ତି । କୁହାଯାଉଛି କି ଏହି ପକ୍ଷୀ ଟି ବହୁତ ଛୋଟ ଅଟେ ଓ ଏହାର ବୟସ ମାତ୍ର ୩ ବର୍ଷ ବୋଲି ଲୋକମାନେ ଅନୁମାନ କରୁଛନ୍ତି । ଆଲୋକ ସ୍ଵାଇଁ ନିଜର ବନ୍ଧୁ ସହିତ ନିଜ ଗାଁର ନଦୀ ପଠାକୁ ବୁଲି ଯିବା ସମୟରେ ଏହି ବିରଳ ପ୍ରଜାତିର ଗରୁଡ ପକ୍ଷୀକୁ ଦେଖିଥିଲେ । ପକ୍ଷୀ ଦେଖିବା ପରେ ସେ ତାକୁ ଉଦ୍ଧାର କରି ଘରକୁ ନେଇ ଆସି ଥିଲେ ।

ଘରକୁ ଆଣିବା ପରେ ସେ ବନ ବିଭାଗ କର୍ମଚାରୀଙ୍କୁ ଏହି ବିରଳ ପକ୍ଷୀ ବିଷୟରେ ସୂଚନା ଦେଇଥିଲେ । ବନ ବିଭାଗର କର୍ମଚାରୀ ଗାଁକୁ ଯାଇ ଏହି ଗରୁଡ ପକ୍ଷୀକୁ ଉଦ୍ଧାର କରିଛନ୍ତି । ବର୍ତ୍ତମାନ ଏହି ଗରୁଡ ପକ୍ଷୀ ପୁରୀରେ ମିଳିବା ପରେ ବର୍ତ୍ତମାନ ଏହା ଏକ ଚର୍ଚାର ବିଷୟ ହୋଇ ଯାଇଛି । ସମସ୍ତେ ଏହାକୁ ପ୍ରଭୁ ଜଗନ୍ନାଥଙ୍କ କୌଣସି ସନ୍ଦେଶ ବୋଲି କହୁଛନ୍ତି ।

Leave a Reply

Your email address will not be published. Required fields are marked *