ଏକ ଏଭଳି ଋଷି ଯିଏ ରଖିଥିଲେ ନିଜ ଝିଅ ସହ ସମ୍ବନ୍ଧ, ଜାଣନ୍ତୁ କଣ ସମ୍ପୂର୍ଣ୍ଣ କାହାଣୀ- Garuda Purana

ନମସ୍କାର ବନ୍ଧୁଗଣ, ପ୍ରାଚୀନ କାଳରେ ମୁନିରୁଷି ମାନେ ନିଜ ତପସ୍ୟା ବଳରେ ଭଗବାନଙ୍କୁ ମଧ୍ୟ ଭୟଭୀତ କରିଦେଉଥିଲେ ଏବଂ ତାଙ୍କ ତପସ୍ୟା ଭଙ୍ଗ କରିବା ନିମନ୍ତେ ଦେବରାଜଙ୍କୁ ଅପସରାଙ୍କ ସାହାର୍ଯ୍ୟ ନେବାକୁ ପଡୁଥିଲା । ଆଜି ଆମେ ଆପଣଙ୍କୁ ଜଣାଇବୁ ମହାଭାରତରେ ବନ ପର୍ବରେ ବର୍ଣିତ ଏପରି ଏକ କଥା ଯେଉଁଥିରେ ଜଣେ ମୁନି ସମ୍ଭନ୍ଧ ରଖିଥିଲେ ତାଙ୍କ ଝିଅ ସହ ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବ କାରଣ ।

ସତ୍ୟଯୁଗର କଥା ଯେତେବେଳେ ମହାମୁନି ଅଗସ୍ତ୍ୟ ସ୍ଵର୍ଗ ଲୋକର ଯାତ୍ରାକରି ଫେରୁଥିଲେ ବାଟରେ ଦେଖିଲେ କିଛି ଲୋକ ଓଲଟ ଗଛରେ ଓହଳିଛନ୍ତି । ତାଙ୍କୁ ପଚାରିଲେ କାହିଁକି ଏପରି ଓଲଟା ଓହଳିଛ । ସେମାନେ ଉତ୍ତର ଦେଲେ ଆମେ ତୁମର ପିତୃଗଣ ଅଟୁ । ଯେଉଁ ପର୍ଯ୍ୟନ୍ତ ତୁମକୁ ଏକ ପୁତ୍ର ପ୍ରାପ୍ତି ନ ହୋଇଛି ସେପର୍ଯ୍ୟନ୍ତ ଆମେ ଏହିଭଳି ଅବସ୍ଥାରେ ରହିବୁ ଏବଂ ସ୍ଵର୍ଗ ଲୋକ ଗମନ କରିପାରିବୁ ନାହିଁ ।

ଏହା ଶୁଣି ମୁନି କହିଲେ ଯଦି ଏହାଦ୍ବାର ଆପଣଙ୍କୁ ସ୍ଵର୍ଗ ପ୍ରାପ୍ତି ହେବ ତେବେ ମୁ ନିଶ୍ଚୟ ପୁତ୍ର ପ୍ରାପ୍ତି କରିବି । ଏଥିପାଇଁ ସେ ଉଚିତ କନ୍ୟା ଖୋଜିଲେ ସମ୍ପର୍କ ରଖିବା ପାଇଁ କିନ୍ତୁ ତାଙ୍କୁ କେଉଁଠାରେ ମିଳିଲା ନାହିଁ ସେଭଳି କନ୍ୟା ଯାହାଙ୍କୁ ସିଏ ଅର୍ଦ୍ଧାଙ୍ଗୀନି କରିପାରିବେ । ଶେଷରେ ସେ ଭାବିଲେ ତପସ୍ୟା କରି ଏପରି ଏକ କନ୍ୟା ସୃଷ୍ଟି କରିବେ ଯିଏ ରୂପରେ ଗୁଣରେ ବୁଦ୍ଧିରେ ସର୍ବଶ୍ରେଷ୍ଠ ହୋଇଥିବ ।

ଏବଂ ତାହା ହିଁ ହେଲା ସେହି କନ୍ୟା ଶିଶୁ ରୂପରେ ଉଦଭବ ରାଜାଙ୍କ କନ୍ୟା ରୂପେ ଜନ୍ମ ନେଲା ଏବଂ ଧୀରେ ଧୀରେ ବଡ ହୋଇ ଯୌବନ ଅବସ୍ଥାକୁ ଆସିଲା । ଏବଂ ଏହାପରେ ମୁନି ଅଗସ୍ତ୍ୟ ସେଠାରେ ପହଞ୍ଚି ରାଜାଙ୍କୁ ତାଙ୍କ ଝିଅ ଲୋପାମୁଦ୍ରାର ହାତ ମାଗିଲେ । ସେମାନେ ସଙ୍କୋଚ ପ୍ରକାଶ କରୁଥିଲେ କିନ୍ତୁ ଅଗସ୍ତ୍ୟଙ୍କୁ ମନା କାଲେ କାଳେ ସେ ଅଭିଶାପ ଦେବେ ସେହି ଡରରେ ରାଜା ହଁ କହିଦେଲେ । ଲୋପମୁଦ୍ରା ମଧ୍ୟ ଏଥିରେ ରାଜି ହୋଇଗଲେ । ଏବଂ ସେମାନଙ୍କର ବିବାହ ହେଲା ।

ଏହାପରେ ଲୋପମୁଦ୍ରା ନିଜର ରାଜକୀୟ ସୁଖ ତ୍ୟାଗ କରି ଗୋଟେ ବନବାସୀ ରୂପ ଧାରଣ କରିନେଲେ । ଲୋପମୁଦ୍ରା ମଧ୍ୟ ନିଜ ପତିଙ୍କ ଭଳି ପୂଜା ପାଠ ତପସ୍ୟା କରିବାକୁ ଲାଗିଲେ । ଏବଂ ଅଗସ୍ତ୍ୟ ନିଜ ତପସ୍ୟାରେ ଲୀନ ରହିଲେ । ପରସ୍ପରଙ୍କୁ ଭଲ ମଧ୍ୟ ପାଉଥିଲେ, ଏହି ଭଳି ସମୟ କଟିବାକୁ ଲାଗିଲା । ଦିନେ ଅଗସ୍ତ୍ୟଙ୍କ ନଜର ନିଜ ସୁନ୍ଦର ସ୍ତ୍ରୀ ଉପରେ ପଡିଲା ଏବଂ ସେ ସମ୍ବନ୍ଧ ରଖିବାକୁ ଚାହିଁଲେ । ଏବଂ ଲୋପମୁଦ୍ରା କହିଲେ ମୋ ଉପରେ ଆପଣଙ୍କର ସମ୍ପୂର୍ଣ ଅଧିକାର ଅଛି ।

କିନ୍ତୁ ଆପଣଙ୍କୁ ମୋ ସହ ସମ୍ଭନ୍ଧ ରଖିବାକୁ ହେଲେ ରାଜକୀୟ ଭୋଗ ବିଳାସରେ ରହୁଥିବା ଭଳି ବ୍ୟକ୍ତି ହେବାକୁ ପଡିବ ତେବେ ଯାଇ ମୁ ସମ୍ଭନ୍ଧ ରଖିବି । ତେଣୁ ଆପଣ ଏକ ଏମିତି ମାର୍ଗ ବାଛନ୍ତୁ ଯେଉଁଥିରେ ଆପଣଙ୍କ ଧର୍ମ ବି ବଞ୍ଚିଯିବା ଏବଂ ମୋର ଇଚ୍ଛା ବି ପୂରଣ ହେବ । ଏହା ଶୁଣି ଅଗସ୍ତ୍ୟ କହିଲେ ମୁ ଧନ ପ୍ରାପ୍ତ ପାଇଁ ଯାଉଛି ତୁମେ ଏହିଠାରେ ହିଁ ମୋର ଅପେକ୍ଷା କରିଥିବ ।

ଏବଂ ଯାଇ ପୃଥିବୀର ସବୁଠାରୁ ଧନୀ ଦାନବ ରାଜାଙ୍କୁ ନିଜ ମନକଥା କହିଲେ ଏବଂ ସେ ସାହାର୍ଯ୍ୟ ମଧ୍ୟ କଲେ । ଏବଂ ଏହାପରେ ସେ ଆସି ସମ୍ପର୍କ ରଖିଲେ ଓ ତାଙ୍କର ଏକ ଜ୍ଞାନୀ ପୁତ୍ର ମଧ୍ୟ ଜନ୍ମ ଲାଭ ହେଲା । ତାଙ୍କ ପୂର୍ବ ପୁରୁଷଙ୍କୁ ମଧ୍ୟ ସ୍ଵର୍ଗ ପ୍ରାପ୍ତି ହେଲା । ପୋଷ୍ଟଟି ଭଲ ଲାଗୁଥିଲେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *