ଆମେ ଜାଣିଛୁ ସମୁଦାୟ ୧୨ ଟି ରାଶି ରହିଥାଏ । ଏହି ରାଶିର ଚକ୍ରରୁ ଦୁଇଟି ରାଶି ରାଜା ଓ ରାଣୀ ପରି ଜୀବନ ବ୍ୟତିତ କରିବେ ଏହି ମାର୍ଚ ମାସରେ । ଏହି ମାସରେ ଏହି ଦୁଇଟି ରାଶି ର ଲୋକମାନେ ରାଜକୀୟ ଜୀବନ ଯାପନ କରିବେ । ଏମାନଙ୍କୁ ମାତା ଲକ୍ଷ୍ମୀଙ୍କ କୃପା ମିଳିବ । ଏହି ରାଶି ଦୁଇଟି ହେଉଛି ସିଂହ ରାଶି ଓ କନ୍ୟା ରାଶି । ପ୍ରଥମେ ରାଶି ହେଉଛି ସିଂହ ରାଶି । ଏହି ରାଶିର ଲୋକମାନଙ୍କର ଲକ୍ଷ୍ମୀ ନାରାୟଣ ଯୋଗ ଅଛି । ଆପଣଙ୍କୁ ଖୁସିର ଖବର ମିଳିପାରେ । ଧନ ଲାଭ ହେବ । ଆୟ ଅଧିକ ଓ ବ୍ୟୟ କମ ହେବ ।
ରୋଜଗାରର ନୂଆ ନୂଆ ପନ୍ଥା ଖୋଲିବ । ଏହି ସମରେ ପ୍ରତିଦିନର ଆୟ ଅଧିକ ରହିବ । ବ୍ୟବସାୟ ପାର୍ଟନରସିପରେ ମଧ୍ୟ ସଠିକ ଲାଭ ହେବ । ଆପଣଙ୍କର ମନର ସବୁ ଇଛା ଏହି ମାର୍ଚ ମାସରେ ପୂର୍ଣ ହେବ । ଏହି ମାସଟି ଆପଣଙ୍କ ବୈବାହିକ ଜୀବନରେ ଅତ୍ୟନ୍ତ ସୁଖ ଆଣିବ । ଆପଣଙ୍କ ଜୀବନ ସାଥିଙ୍କ ସହ ଆପଣଙ୍କ ସମ୍ପର୍କ ମଧୁର ହେବ ।
ଦୁଇଜଣଙ୍କ ମଧ୍ୟରେ ବୁଝାମଣା ମଧ୍ୟ ଭଲ ରହିବ । ଯେଉମାନେ ପ୍ରେମ ସମ୍ପର୍କରେ ରହୁଛନ୍ତି ସେମାନଙ୍କର ଏହି ମାସରେ ଭଲରେ ବ୍ୟତିତ ହେବ । ପ୍ରେମ ଜୀବନର ସମ୍ପୂର୍ଣ ସୁଖ ଆପଣ ଉପଭୋଗ କରିବେ । ଯେଉମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ରୋଜଗାରର ନୂଆ ପନ୍ଥା ମିଳିବ । ଯେଉଁମାନେ ବିବାହ କରିନାହାନ୍ତି ସେମନାଙ୍କୁ ଭଲ ଜୀବନସାଥୀ ମିଳିବ ।
ଯେଉମାନଙ୍କର ବିବାହ ବିଳମ୍ବ ହେଉଥିବ ସେମାନଙ୍କର ବିବାହ ଏହି ମାର୍ଚ ମାସରେ ହୋଇପାରେ । ବିଦ୍ୟାର୍ଥୀ ମାନେ ମଧ୍ୟ ପରୀକ୍ଷାରେ ଭଲ ରେଜଲ୍ଟ ଆଣିବେ । ଆପଣଙ୍କୁ ମାତା ଲକ୍ଷ୍ମୀ ଓ ନାରାଯଣଙ୍କ ଆଶ୍ରିବାଦ ମିଳିବ । ସରକାରୀ ମାନ ସମ୍ମାନ ଆପଣଙ୍କୁ ପ୍ରାପ୍ତ ହେବ । ରାଜନୀତି ରେ ମଧ୍ୟ ଫଳ ଶୁଭ ମିଳିବ । ଏବେ ଆମେ ଜାଣିବା କନ୍ୟା ରାଶିଙ୍କ ସମ୍ବନ୍ଧରେ ।
ଏହି ମାସଟି ଆପଣଙ୍କ ପାଇଁ ଶୁଭ ରହିବ । ଆୟର ନୂଆ ସୁଯୋଗ ମିଳିବ । କୌଣସି ଯାତ୍ରା ମଧ୍ୟ କରିପାରନ୍ତି , ପ୍ରେମ ଜୀବନ ଭଲ ରହିବ । ମିତ୍ରଙ୍କ ଦ୍ଵାରା ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏହି ସମୟଟି ଭଲ ରହିବ । ଆପଣଙ୍କ ଜୀବନର ପ୍ରତେକ ମୁହୂର୍ତ ବହୁତ ଆନନ୍ଦରେ କଟିବ ।
ଆପଣଙ୍କ ବୈବାହିକ ଜୀବନ ମଧୁର ରହିବ । ଏହି ରାଶିର ଲୋକମାନଙ୍କ ର ଚାକିରି ରେ ପଦୋନ୍ନତି ହୋଇପାରେ । ପ୍ରେମ ଜୀବନରେ ଆପଣଙ୍କ ର ନିଜ ପାର୍ଟନର ସହ ମଧ୍ୟ ଭଲ ସମୟ ବ୍ୟତିତ ହେବ । କନ୍ୟା ରାଶି ର ଲୋକମାନେ ଏହି ମାର୍ଚ ମାସରେ ରାଣୀ ଭଳି ଜୀବନ ବ୍ୟତିତ କରିବେ ।