Fatty Liver କେମିତି ରୋକିବେ ? ଦେଖନ୍ତୁ ଏହାର ଲକ୍ଷଣ ଓ ଚିକତ୍ସାକୁ ନେଇ କଣ କହୁଛନ୍ତି Dr. Sushanta Kumar Sethi

ଫ୍ୟାଟି  ଲିଭର କହିଲେ ଆମେ ବୁଝୁ ଯକୃତରେ ଚର୍ବି । ଯକୃତ ହେଉଛି ଆମ ଶରୀରର ଏକ ଅବିଛେଦ୍ୟ ଅଙ୍ଗ । ଯାହାର ଓଜନ ପ୍ରାୟ ୧.୨ ରୁ ୧.୬ ହୋଇଥାଏ । ଯକୃତ ଆମର ସାଧାରଣତଃ ଡାହାଣ ପାର୍ଶ୍ଵରେ ଥାଏ । ଯକୃତ ର ମୁଖ୍ୟ କାର୍ଯ୍ୟ ହେଉଛି ଯାହା ସବୁ ଆମେ ଖାଉଛୁ ତାକୁ ହଜମ କରିବା । ଯାହା ସବୁ ଆମେ ଖାଉଛେ ସବୁ ଭିଟାମିନ ବା ଶକ୍ତି ଦେଉଛି । ଆମ ଖାଦ୍ଯ କୁ ହଜମ କରିବାରେ ଯକୃତର ପ୍ରମୁଖ ଭୂମିକା ରହିଛି । ଯାହା ସାବି ଆମେ ଖାଦ୍ଯ ଖାଉଛେ ଘର ଖାଦ୍ଯ ହେଉ ବା ବାହାର ଖାଦ୍ଯ ହେଉ ଯକୃତ ତାକୁ ବିଶୁଦ୍ଧିକରଣ କରେ ।

ଯକୃତ ରକ୍ତ କୁ ପତଳା କରିବା ବା ବହୁତ ମୋଟ ହେଇଯିବା ଭିଟାମିନ କମିଯିବା ଏହା ଦ୍ଵାରା ଯକୃତ ହୋଇଥାଏ । ଯକୃତ କାର୍ଯ୍ୟ କରିବା ପାଇ କୋଷ ଗୁଡିକର ଭୂମିକା ରହେ । ଯଦି କୋଷ ଭିତରେ ଚର୍ବି ଜମିଯାଏ ତାକୁ ଆମେ ଯକୃତରେ ଚର୍ବି ବୋଲି କହିଥାଉ । ଯକୃତରେ ଚର୍ବି ହୋଇଗଲେ ସେ କାର୍ଯ୍ୟ କରିପାରେ ନାହି । ଯକୃତ ଚର୍ବି କାହିକି ହୋଇପାରେ ? ଆମଶରୀରରେ ବହୁତ ଜାଗାରେ ଚର୍ବି ଜମା ହୋଇଯାଏ । ଅନାବଶ୍ୟକ ଚର୍ବି ଯଦି ଆମ ଶରୀରକୁ ଯାଏ ସେ ଆମ ଯକୃତରେ ରାହିଯାଏ ।

ଏହା ପ୍ରାୟ ମଧୁମେୟ ହୋଇଥିବା ବ୍ୟକ୍ତି ଙ୍କ ଠାରେ ଯକୃତ ରେ ଚର୍ବି ବହୁତ ଦେଖାଦେଇଥାଏ । ଯଦି ଶରୀରରେ ମେଦବହୁଳ ବା ଡାଇବେଟିସ ରହିଥାଏ ତ ଏହି ରୋଗ ଦେଇଥାଏ । ମଦ୍ୟ ପାନ କରୁଥିବା ବ୍ୟକ୍ତି ଯକୃତ ହୋଇଥିଲେ ଏହାର କିଛି ଲକ୍ଷଣ ଦେଖାଯାଇନଥାଏ  । ଆଉ ଯେଉ ବ୍ୟକ୍ତି ମଦ୍ୟ ପାନ ନକରୁଥିବା ବ୍ୟକ୍ତି ଙ୍କ ଠାରେ ମଧ୍ୟ କିଛି କକ୍ଷଣ ଦେଖାଯାଇନଥାଏ । ଆମେ ଯଦି ଅଲ୍ଟ୍ରାସାଉଣ୍ଡ କରିଥାଉ ବା ଯକୃତ ର କାର୍ଯ୍ୟ ର ପରୀକ୍ଷା କରିଥାଉ ତାହେଲେ ଆମେ ଜାଣିଥାଉ କି ଯକୃତରେ ଚର୍ବି ହୋଇଛି ।

ପ୍ରାରମ୍ବିକ ଅବସ୍ଥାରେ ତାର କିଛି ଲକ୍ଷଣ ଦେଖାଯାଏ ନାହି । ଡାହାଣ ପାର୍ଶ୍ଵରେ କଷ୍ଟ ହେବା,ଭୋକ ନ ଲାଗିବା,ଦୁର୍ବଳ ଲାଗିବା ଏହିସବୁ ଲକ୍ଷଣ ଦେଖାଦିଏ । ଯକୃତ ଚର୍ବି ର ପ୍ରତିକାର;ଯକୃତ ହେବାର ପ୍ରମୁଖ କାରଣ ଯଦି ଜଣେ ବ୍ୟକ୍ତି ୬୦ ରୁ ୮୦ ଗ୍ରାମର ୭ ରୁ ୮ ବର୍ଷ ଧରି ମଦ୍ୟ ପାନ କରୁଥିଲେ ସେଠାରେ ଯକୃତ ଚର୍ବି ରୋଗ ବେଖାଦେଇଥାଏ । ସାମାନ୍ଯ ମଦ୍ୟ ପାନ କରୁଥିବା ବ୍ୟକ୍ତିଙ୍କ ଠାରେ ଏହି ରୋଗ ଦେଖାଦେଇନଥାଏ ।

ଯଦି ଯକୃତ ରୋଗ ହେବା ଜାଣି ମଦ୍ୟ ପାନ ଛାଡିଦିଆଯାଏ ତାହେଲେ ଏହା ଧୀରେ ଧୀରେ କମିବାକୁ ଲାଗେଏବଂ ଆଗକୁ କିଛି ଅସୁବିଧା କରେ ନାହି । ଯକୃତ ଚର୍ବି ଯୋଗୁ ଆମକୁ ହେପାଟାଇଟିସ ,ଆଲଜୋହଲ ଶିରୋସିସ,ନନଆଲକୋହଲ ଷ୍ଟିଆଟୋ ହେପାଟାଇଟିସ ,ନନଆଲକୋହଲ ଶିରୋସିସ ଏହା ସବୁ ହୋଇପାରେ । ଯଦି ଜଣଙ୍କୁ ହେପାଟାଇଟିସ ହେଲା ତ ତାଙ୍କୁ ଡାକ୍ତରଙ୍କ ପରାମର୍ଶ ଜରୁରୀ ଦରକାର । ଯଦି ମଦ୍ୟ ପାନ କରୁଥିବା ବ୍ୟକ୍ତି ଙ୍କ ଠାରେ ଏହା ହେଲା ତୁରନ୍ତ ମଦ୍ୟ ପାନ ଛାଡିଦେବା ଉଚିତ । ଯେଉ ମାନେ ମଦ୍ୟ ପାନ କରୁନାହାନ୍ତି ତ ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ଦ୍ଵାରା ଏହା ଠିକହୋଇଯାଏ । ଯକୃତ ଚର୍ବି ରୋଗ କୁ ରୋକିବା କିପରି ?

ଶରୀରରେ ବହୁତ ଚର୍ବି ହେବାଯୋଗୁହୀ ଏହା ହୋଇଥାଏ ତାହେଲେ ଆମେ ବହୁତ ଯୋଗ କରିବା,ଦୌଡିବା,ବାହାର ଖାଦ୍ଯ କମ ଖାଇବା,ତେଲ ଖାଦ୍ଯ ଖାଇବା ନାହି, ସବୁଜ ପରିବା ଖାଇବା ବା ଘର ଖାଦ୍ଯ ଖାଇବା ଦୂଷିତ ଜଳ ପିଇବା ନାହି । ଏହା କଲେ ଯକୃତ ଚର୍ବି ଜନିତ ରୋଗ ବହୁ ଅଧିକ ମାତ୍ରାରେ କମିଯିବ । ଏହି ପୋଷ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ କମେଣ୍ଟ ଆଉ ସେୟାର କରିବେ ।

Leave a Reply

Your email address will not be published. Required fields are marked *