ଘରର ମନ୍ଦିର ରେ ଭଗବାନଙ୍କ ଏହି ମୂର୍ତ୍ତି ରଖନ୍ତୁ ନାହିଁ, ନଚେତ ଜୀବନରେ ଆସିଯିବ ମହାବାତ୍ୟା

ଆମେ ଆମ ପୂଜା ଘରେ ବିଭିନ୍ନ ଦେବା ଦେବୀଙ୍କ ଫଟୋ ବା ମୂର୍ତ୍ତୃ ସ୍ଥାପନା କରି ଥାଉ । ତେବେ ଅନେକ ଲୋକ ଭକ୍ତି ଭାବ ରେ ଅନେକ ଦେବା ଦେବୀଙ୍କ ମୂର୍ତି ଘରେ ଆଣି ରଖିଥାନ୍ତି ଓ ପୂଜା କରି ଥାନ୍ତି। ତେବେ ଶାସ୍ତ୍ର ଅନୁସାରେ ମୂର୍ତି ରଖିବା ଉପରେ କିଛି ନିୟମ ମାନ କୁହା ଯାଇଛି । ଆପଣ ସବୁ ଦେବା ଦେବୀଙ୍କ ମୂର୍ତି ଘରେ ସ୍ଥାପନା କରିପାରିବେ ନାହିଁ । ପ୍ରତେକ ଦେବା ଦେବୀଙ୍କ ର ପୂଜାର ବିଧି ବିଧାନ ଅଲଗା ଅଲଗା ରହିଥାଏ ।

ତେବେ ଯଦି ଆପଣ ମୂର୍ତି ଯଦି ଆପଣ ସ୍ଥାପନ କରିଥାନ୍ତି ତେବେ ତାଙ୍କୁ ଜୀବନ୍ତ ଠାକୁର ଭାବେ ଗଣିତ କରାଯାଦ । ତେଣୁ ସେମାନଙ୍କୁ ନିଷ୍ଠାର ସହ ପୂଜା କରିବା ଉଚିତ । ତେବେ ଆଜି ଆମେ ଆପଣଙ୍କୁ ସେହି ସମ୍ଭନ୍ଧ ରେ କିଛି କଥା କହିବୁ ।

ପ୍ରଥମ ମୂର୍ତି ହେଉଛି ମା ଲଷ୍ମୀଙ୍କ ମୂର୍ତି । ମା ଲଷ୍ମୀଙ୍କ ର କେବେବି ଠିଆ ମୂର୍ତି କେବେବି ପୂଜା କରିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଆପଣଙ୍କ ପରିବାର ପାଇଁ ଖରାପ ହୋଇଥାଏ । ତେବେ ଆପଣ ଯଦି ମା ଲଷ୍ମୀଙ୍କର କୌଣସି ମୂର୍ତି ରଖିକି ପୂଜା କରିବାକୁ ଚାହୁଁଛନ୍ତି ।

ତେବେ ଆପଣ ମା ଲଷ୍ମୀଙ୍କର ବସିବା ମୂର୍ତି ସ୍ଥାପନ କରିପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ପରିବା ପାଇଁ ମଧ୍ୟ ଭଲ ହୋଇଥାଏ । ମା ଲଷ୍ମୀଙ୍କ କୃପା ମଧ୍ୟ ଆପଣଙ୍କୁ ମିଳିଥାଏ । ଦ୍ଵିତୀୟ ମୂର୍ତି ହେଉ ଛନ୍ତି ମା ଦୁର୍ଗା । ମା ଦୁର୍ଗା ହେଉଛନ୍ତି ସବୁ ଠାରୁ ଶକ୍ତିଶାଳୀ ।

ସେ ଅନେକ ରାକ୍ଷସ ମାନଙ୍କର ଵଧ କରି ଏହି ଜଗତ କୁ ଉଦ୍ଧାର କରିଛନ୍ତି । ତେବେ ମା ଦୁର୍ଗା ଙ୍କର ମୂର୍ତି ପୂଜା କରିବା ଦ୍ୱାରା ଘରର ଲୋକଙ୍କ ମଧ୍ୟ ରେ ଉଗ୍ର ଭାବ ଦେଖା ଦେଇଥାଏ । ତେଣୁ ମା ଦୁର୍ଗାଙ୍କ ର ମୂର୍ତି ଆପଣ ଘରେ ରଖି ପୂଜା କରିବା ଉଚିତ ନୁହେଁ । ତୃତୀୟ ମୂର୍ତି ଭୈରବ ନାଥ ।

ଭୈରବ ନାଥ ଙ୍କ ପୂଜା ପାଇ ଆପଣଙ୍କୁ ବିଭିନ୍ନ ତନ୍ତ୍ର ମନ୍ତ୍ର ଜାଣିବା ଦରକାର। ତେଣୁ ଯଦି ଆପଣ ଏହି ସବୁ ନିୟମ ଜାଣି ନାହାନ୍ତି ତେବେ ଭୈରବନାଥ ଙ୍କ ମୂର୍ତି ଘରେ ରଖନ୍ତୁ ନାହିଁ । ଏପରି ମଧ୍ୟ ଭୈରବନାଥ ଙ୍କ ମୂର୍ତି ଘରେ ରଖିବା ଶାସ୍ତ୍ର ରେ ଅନୁଚିତ ମଣାଯାଇଛି ।

ଚତୁର୍ଥ ମୂର୍ତି ହେଉଛନ୍ତି ଶନି ଦେବଙ୍କ ମୂର୍ତି । ଶନି ଦେବ ବହୁତ ଜଲ୍ଦି କୋପ କରି ଥାନ୍ତି। ତେଣୁ ଶନି ଦେବ ଙ୍କ ପୂଜା ଅର୍ଚ୍ଚନା ବହୁତ ମନ ଧ୍ୟାନ ଓ ବହୁତ ନୀତି ନିୟମ ରେ କରାଯାଏ । ଘରେ ସବୁ ନିୟମ ମାନିବା ସମ୍ଭବ ହୋଇ ନ ଥାଏ । ତେଣୁ ଶନି ଦେବଙ୍କ ମୂର୍ତି ଘରେ ନ ରଖିବା ଉଚିତ ।

Leave a Reply

Your email address will not be published. Required fields are marked *