ଘରର ସାମ୍ନାରେ ରଖନ୍ତୁ ନାହିଁ ଏହି 8 ଟି ଜିନିଷ, ଘରେ ଦେଖାଦେବ ବାସ୍ତୁ ଦୋଷ…. ଯଦି ଅଛି ତେବେ ତୁରାନ୍ତ ହଟାନ୍ତୁ

ନମସ୍କାର ବନ୍ଧୁଗଣ, ବାସ୍ତୁ ଅନୁଯାୟୀ କିଛି କଥା ରହିଛି ଯାହାକୁ ପାଳନ କରିବା ଘର ପାଇଁ ଶୁଭ ହୋଇଥାଏ । ନଚେତ ଘର ପ୍ରତି ବାସ୍ତୁ ଦୋଷ ହେତୁ ଅନେକ ବିପଦ ଆସିଥାଏ । ଘର ଆଖ ପାଖରେ ରହିଥିବା କିଛି ଜିନିଷ ବାସ୍ତୁ ଦୋଷ ସୃଷ୍ଟି କରିଥାନ୍ତି । ଯାହା ଆପଣ ମାନଙ୍କୁ ଜଣା ନଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଘର ସାମ୍ନାରେ କେଉଁ ୮ ଟି ଜିନିଷ ରଖିବା ଫଳରେ ବାସ୍ତୁ ଦୋଷ ଆରମ୍ଭ ହୋଇଥାଏ । ଯାହା ଆପଣଙ୍କ ଘର ପାଇଁ ଅଶୁଭ ହୋଇଥାଏ ।

ପ୍ରଥମ: ଘର ଆଗରେ କୌଣସି ଜାଗାରେ କିମ୍ବା ଖାଲରେ ଯଦି ମଇଳା ପାଣି ଜମି ରହେ ତେବେ ଏହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଯଦି ଏହା ଘରର ପଶ୍ଚିମ ଦିଗରେ ହୋଇଥାଏ ତେବେ ଆପଣଙ୍କ ଜୀବନରେ ଧନ ଅଭାବ ଆରମ୍ଭ ହୋଇଥାଏ । ଆପଣଙ୍କ ଘରର ମୁଖ୍ୟ ସଦସ୍ୟଙ୍କ ମାନ ସମ୍ମାନ ହାନି ହେବାର ମଧ୍ୟ ସମ୍ଭାବନା ରହିଥାଏ ।

ତେଣୁ ଘର ଆଗରେ ମଇଳା ପାଣି ଜମୁ ଥିଲେ ତାହାକୁ ଶୀଘ୍ର ହିଁ ସଫା କରିଦିଅନ୍ତୁ । ଦିତୀୟ: ଘର ସାମ୍ନାରେ ପଥର ଜମା ହେବା ଅଶୁଭ ହୋଇଥାଏ । ଏହା ଆପଣଙ୍କ ଘରର ସଦସ୍ୟଙ୍କ ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ତେଣୁ କେବେ ମଧ୍ୟ ଘର ଆଗରେ ପଥର ଜମା କରି ରଖନ୍ତୁ ନାହିଁ ।

ତୃତୀୟ: ଘର ଆଗରେ କୌଣସି କଣ୍ଟା ଜାତୀୟ ଗଛ ରହିବା ପାଇଁ ଦିଅନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ଶତ୍ରୁଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ଏବଂ ଆପଣଙ୍କ ପରିବାରରେ ମଧ୍ୟ ଅଶାନ୍ତି ଦେଖା ଦେଇଥାଏ । ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ଦେଖା ଦେଇଥାଏ । ଚତୁର୍ଥ: ଘର ଆଗରେ କ୍ଷୀର ବାହାରୁଥିବା ଗଛ ମଧ୍ୟ ରଖନ୍ତୁ ନାହିଁ । ଯଥା: ଅମୃତଭଣ୍ଡା ।

ପଞ୍ଚମ: ଘର ଆଗରେ ଦଷ୍ଟବିନ ମଧ୍ୟ ରଖିବା ଅନୁଚିତ । କାରଣ ଏହା ଆପଣଙ୍କ ଘରେ କଷ୍ଟ ବଢାଇଥାଏ । ଷଷ୍ଠ: ବିଜୁଳି ଖୁଣ୍ଟ ଘରର ମୁଖ୍ୟ ଦ୍ଵାର ସାମ୍ନାରେ ରହିବା ଫଳରେ ଆପଣଙ୍କ ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ । ସପ୍ତମ: ଘର ଆଗରେ କୌଣସି ବଡ ଝଙ୍କାଳିଆ ଗଛ ରଖନ୍ତୁ ନାହିଁ । ଏହା ବାସ୍ତୁ ଦୋଷର କାରକ ହୋଇଥାଏ ।

ଅଷ୍ଟମ: ଘର ଉପରେ କୌଣସି ଲତା ଜାତୀୟ ବୃକ୍ଷ ମାଡିବା ପାଇଁ ଦିଅନ୍ତୁ ନାହିଁ । ଏହା ଫଳରେ ଆପଣଙ୍କ କ୍ଷତି ଅନେକ ଲୋକ ଚାହିଁଥାନ୍ତି । ଘର ଆଗରେ ବହୁତ ବଡ ଓସାରିଆ ରାସ୍ତା ମଧ୍ୟ ବାସ୍ତୁ ଦୋଷ ସୃଷ୍ଟି କରିଥାଏ ଆପଣଙ୍କ ଘର ପାଇଁ । ଏହା ଫଳରେ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *