ଘର ପାଖରେ ଯଦି ଏହି ଗଛ ଅଛି ତାହେଲେ ଆଜି ହିଁ ଉପାଡି ଫୋପାଡନ୍ତୁ, ଆଣିଥାଏ ଭୟଙ୍କର ବିପଦ

ଘରର ବାସ୍ତୁ ଠିକ କରିବା ପାଇଁ ଘରର ପରିବେଶ ଠିକ ରହିବା ଉଚିତ । ଏଥିପାଇଁ ଗଛପତ୍ର ଘରର ଚାରିପାଖରେ ରହିବା ଆବଶ୍ୟକ ଅଟେ । ଯାହା ଦ୍ଵାରା ପରିବେଶ ସନ୍ତୁଳିତ ରହିଥାଏ । ଗଛପତ୍ର ଉପସ୍ଥିତି ବିଶୁଦ୍ଧ ବାୟୁକୁ ଭୋଜନ ରୂପରେ ଗ୍ରହଣ କରି ବାତାବରଣକୁ ସୁନ୍ଦର କରିଥାଏ । କେଉଁ ଗଛ ଲଗାଇବା ଦ୍ଵାରା ବାତାବରଣ ସ୍ବଚ୍ଛ ରହିବା ସହ ଘରର ବାସ୍ତୁ ଦୂର ହୋଇ ପାରିବ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଘରେ ଏହି ଗଛ ଲଗାଇବା ଦ୍ଵାରା ଘରେ ସୁଖ ଶାନ୍ତି ରହିଥାଏ ।

୧- ଅଶୋକ ଗଛ : ଏହି ଗଛକୁ ଘରର ଉତ୍ତର ଦିଗରେ ଲଗାଇଲେ ଘରେ ଶୁଭ ପ୍ରଭାବ ପଡିଥାଏ । ଏହା ସହ ଘରର ବାତାବରଣ ଶୁଦ୍ଧତା ଆସିଥାଏ ।

୨- କଦଳୀ ଗଛ : ଏହି ଗଛ ଘର, ବ୍ୟବସାୟ, ପ୍ରତିଷ୍ଠାନ ତଥା ଉଦ୍ଯୋଗ ଚାରି ପାଖରେ ଲଗାଇବା ଦ୍ଵାରା ଶୁଭ ହୋଇଥାଏ । ଏହି ଗଛ ଇଶାନ କୋଣରେ ଲଗାଇଲେ ଆହୁରି ଅଧିକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଯଦି କଦଳୀ ଗଛ ପାଖରେ ତୁଳସୀ ଗଛ ଲଗାଇଲେ ଶୁଭ ଫଳ ମିଳିଥାଏ ।

୩- ଅରଖ ଗଛ : ଶ୍ଵେତ ଅରକ୍ଷ ଗଛ କ୍ଷୀର ବାହାରୁଥିବା ଗଛ ହେବା ସହ ବାସ୍ତୁ ଶାସ୍ତ୍ର ଅନୁସାରେ କ୍ଷୀର ବାହାରୁଥିବା ଗଛ ବ୍ୟବସାୟ ସ୍ଥଳ ବା ଘରେ ଲଗାଇବା ଶୁଭ ମାନାଯାଏ । କିନ୍ତୁ ଘର ପାଖରେ ଅରକ୍ଷ ଗଛ ଆପେ ଆପେ ଉଠିଲେ ଏହା ନ ଉପାଡି ହଳଦୀ, ଜଳ, ଚାଉଳ ଅର୍ପଣ କରିବା ଦ୍ଵାରା ଘର୪ର ଉନ୍ନତି ହୋଇଥାଏ ।

୪- ଅମୃତଭଣ୍ଡା ଗଛ : ବାସ୍ତୁ ଅନୁସାରେ ଘରେ ଏହି ଗଛ ଲଗାଇବା ଅନୁଚିତ । ଏହା ଅଶୁଭ ଫଳଦାୟୀ ହୋଇଥାଏ । ଏହି ଗଛ ଆପେ ଆପେ ଉଠିଲେ ଏହାକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବା ଉଚିତ ।

୫- ନଡିଆ ଗଛ : ଘରେ ଯଦି ଏହି ଗଛ ଲଗାଯାଏ ତେବେ ଶୁଭ ଫଳ ମିଳିଥାଏ । ଏହି ଗଛ ଘରେ ରହିବା ଦ୍ଵାରା ମାନ ସମାନ ତଥା ଘରର ଉନ୍ନତି ହୋଇଥାଏ ।

୬- ବର ଗଛ : ବାସ୍ତୁ ଦୃଷ୍ଟିରୁ ଏହା ଏକ ମହତ୍ବପୂର୍ଣ୍ଣ ଗଛ ଅଟେ । କୌଣସି ବ୍ୟବସାୟ ସ୍ଥାନର ପୂର୍ବ ଦିଗରେ ଏହି ଏହି ଗଛ ରହିବା ଶୁଭ ହୋଇଥାଏ । ଏହା ସହ ମନର କାମନା ପୂରଣ ହୋଇଥାଏ ।

୭- ଅଁଳା ଗଛ : ଘରର ସୀମାରେ ଏହି ଗଛ ରହିବା ଦ୍ଵାରା ଅନ୍ୟ ଗଛର ଶୁଭ ଫଳ ନଷ୍ଟ ହୋଇଥାଏ । ଡାଳିମ୍ବ ଫଳନ୍ତି ଗଛ ହୋଇଥିଲେ ଶୁଭ ଫଳ ମିଳିଥାଏ । କିନ୍ତୁ ଏହି ଗଛ ଅଗ୍ନି କୋଣରେ ଲଗାଇବା ଅନୁଚିତ ।

୮- ହଳଦୀ ଗଛ : ଘରର ସୀମାରେ ହଳଦୀ ଗଛ ରହିବା ଅଶୁଭ ହୋଇଥାଏ । ଘରେ ଆପେ ଆପେ ଏହି ଗଛ ଉଠିଲେ ଏହାକୁ ତୁରନ୍ତ ଉପାଡି ଦେବା ଉଚିତ ।

୯- ସିତାଫଳ ଗଛ : ଘରର ସୀମାରେ ଏହି ଗଛ ଲଗାଇବା ଅନୁଚିତ । କିନ୍ତୁ ଏହା ଆପେ ଉଠିଲେ ଏହାକୁ କାଟିବା ଅନୁଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *