ନମସ୍କାର ବନ୍ଧୁଗଣ, ମଶା ଅନେକ ରୋଗ ନେଇ ଆସିଥାଏ ନିଜ ସାଥିରେ । ଯଦି ତାହା ଆପଣଙ୍କୁ କାମୁଡି ଥାଏ ତେବେ ଆପଣ ରୋଗରେ ପୀଡିତ ହୋଇଥାନ୍ତି । ମଶା କାମୁଡିବା ଦ୍ଵାରା ମ୍ୟାଲେରିଆ, ଡେଙ୍ଗୁ ଇତ୍ୟାଦି ରୋଗ ହୋଇଥାଏ । ଯଦି ଆପଣ ମଶା ପାଇଁ ବହୁତ ଚିନ୍ତାରେ ଅଛନ୍ତି ତେବେ ନିଜ ଘର ବଗିଚାରେ ଲଗାନ୍ତୁ ଏହିସବୁ ଗଛ । ଏହାଫଳରେ ଆପଣଙ୍କ ଘରକୁ ମଶା ଆସିବା ସମ୍ପୂର୍ଣ ଭାବେ ହୋଇଯିବ ବନ୍ଦ । ତେବେ ଆସନ୍ତୁ ଜାଣିବା ସେହି ସବୁ ଗଛ ବିଷୟରେ ।
ପ୍ରଥମ: ରୋଜମେରି ଗଛ ଲଗାନ୍ତୁ । ଏହା ୪ରୁ ୫ଫୁଟ ଉଚତାର ହୋଇଥାଏ । ଏବଂ ଏଥିରେ ନୀଳ ରଙ୍ଗର ଫୁଲ ଫୁଟିଥାଏ । ଏହା ଗରମ ପାଗରେ ବଢିଥାଏ । ତେଣୁ ଏହାକୁ ଏକ କୁଣ୍ଡରେ ଲଗାନ୍ତୁ ଏବଂ ଶିତ ଦିନେ ଏହାକୁ ଘର ଭିତରେ ରଖନ୍ତୁ । ଖରା ଦିନେ ଏହି ଗଛକୁ ବଗିଚାରେ ରଖନ୍ତୁ । ଦିତୀୟ: ସିଟ୍ରିନେଲା ଘାସ ଘରେ ଲଗାନ୍ତୁ । ଏହା ୨ମିଟର ପର୍ଯ୍ୟନ୍ତ ବଢିଥାଏ ।
ଏହି ଘାସରୁ ବାହାରୁଥିବା ସାଇଟ୍ରିନୀଲା ତେଲ ଅତର ମହମବତୀ ଦୀପ ଇତ୍ୟାଦିରେ ବ୍ୟବହୃତ ହୁଏ । ଏହି ଘାସ ଡେଙ୍ଗୁ ସୃଷ୍ଟି କରୁଥିବା ମଶାଙ୍କୁ ବିନାଶ କରିଥାଏ । ମଶା ଘଉଡାଇବା ପାଇଁ ଏହି ଘାସର ତେଲକୁ ବାଡି ଘରେ ଥିବା ଲାଇଟ ପାଖରେ ଛିଞ୍ଚି ଦିଅନ୍ତୁ । ତୃତୀୟ: ଗେଣ୍ଡୁଫୁଲ ଲଗାଇବା ଦ୍ଵାରା ମଧ୍ୟ ମଶାଙ୍କ ପ୍ରଭାବ କମିଥାଏ । ଏହି ଫୁଲରେ ଏକ ପ୍ରକାର ଗନ୍ଧ ଥାଏ ।
ଏହି ଗନ୍ଧରେ ମଶା ରହିପାରନ୍ତି ନାହିଁ । ଏହି ଗଛ ଗୁଡିକ ୩ଫୁଟ ପର୍ଯ୍ୟନ୍ତ ବଢିଥାନ୍ତି । ଗେଣ୍ଡୁଫୁଲ ଗଛ ଆଫ୍ରିକୀୟ ଏବଂ ଫରାଶିଅ ଦୁଇ ପ୍ରକାରର ହୋଇଥାଏ । ଏହା ମଶା ଘଉଡାଇବା ପାଇଁ ଖୁବ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଚତୁର୍ଥ: ଏଗ୍ରେଟମ ଗଛ ମଧ୍ୟ ମଶା ଘଉଡାଇବା ପାଇଁ ସହାୟ ହୋଇଥାଏ । ଏହି ଗଛର ଫୁଲ ଗୁଡିକ ହଲ୍କା ନୀଳ ଏବଂ ଧଳା ହୋଇଥାଏ ।
ଏହି ଗଛରୁ କୋମରିନ ଗନ୍ଧ ଉତ୍ପନ ହୋଇଥାଏ । ଏହା ମଶାଙ୍କୁ ଘଉଡାଇବାରେ ସାହାର୍ଯ୍ୟ କରିଥାଏ । ପଞ୍ଚମ: ହାସମୀନ ଗଛ ମଧ୍ୟ ମଶା ମାନଙ୍କଠାରୁ ମୁକ୍ତି ଦେଇଥାଏ । ଏହା ଏକ ବାର ମାସି ଉଦ୍ଭିଦ ହୋଇଥାଏ । ଏହି ଗଛର ବିଶେଷ ଯତ୍ନ ନେବାର ଆବଶ୍ୟକତା ପଡିନଥାଏ । ଷଷ୍ଠ: ନିମ୍ବ ଗଛ ମଧ୍ୟ ମଶା ଘଉଡାଇବା ପାଇଁ ବହୁତ ସହାୟ ହୋଇଥାଏ ।
ମଶାଙ୍କୁ ଘଉଡାଇବା ପାଇଁ ଆପଣ ନିମ୍ବ ପାତ୍ର ଜଳାଇ ପାରିବେ । ଲ୍ଯାମ୍ପ ଓ ଦୀପରେ ନିମ୍ବ ତେଲ ବ୍ୟବହାର କରିପାରିବେ । ଏହାଫଳରେ ମଶା ଆପଣଙ୍କ ଠାରୁ ଦୂରେଇ ରହିବେ । ନିଜ ଦେହରେ ମଧ୍ୟ ଆପଣ ନମ୍ବ ତେଲ ଲଗାଇପାରିବେ । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।