ବାରମ୍ବାର ଚେଷ୍ଟା ପରେ ବି Pregnant ହୋଇପାରୁ ନଥିଲେ କରନ୍ତୁ ଏହି ଉପାୟ- Pregnancy Tips

ଆଜିକାଲି ଗର୍ଭ ନ ରହିବା ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବାରମ୍ବାର ଚେଷ୍ଟା କରିବା ପରେ ବି ଗର୍ଭ ରହୁ ନାହି କିମ୍ବା ଯଦି ଗର୍ଭ ରହି ଯାଉଛି ତେବେ ଅଳ୍ପ ଦିନରେ ମିସକ୍ୟାରେଜ ହୋଇ ଯାଉଛି । ଯଦି ଆପଣ ମାନଙ୍କ କ୍ଷେତ୍ରରେ ଏଭଳି କିଛି ସମସ୍ଯା ସମୁଖୀନ ହେଉଛନ୍ତି ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଗର୍ଭବତୀ ହେବାର ସୁଖଦ ଅନୁଭୂତି ଅନୁଭବ ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଟିପ୍ସ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

୧- ବାରମ୍ବାର ଚେଷ୍ଟା ପରେ ଗର୍ଭ ନ ରହିବାର ମୁଖ୍ୟ କାରଣ ହେଉଛି ଥାଇରେଡ ସମସ୍ଯା । ଯଦି ଗର୍ଭବତୀ ମହିଳାଙ୍କ ଥାଇରଏଡ ଗ୍ରନ୍ଥି ଭଲ ଭାବେ କାମ କରୁ ନାହି ତେବେ ଏହା ଗର୍ଭଧାରଣ ଉପରେ ପ୍ରଭାବ ପକାଇଥାଏ । ଏଣୁ ପ୍ରଥମେ ଥାଇରଏଡ ଟେଷ୍ଟ କରିବା ଦରକାର ।

୨- ଯଦି କୌଣୟ ମହିଳାଙ୍କୁ ଡାଇବେଟିସ ସମସ୍ଯା ଥାଏ ବା ପୁରୁଷଙ୍କୁ ଡାଇବେଟିସ ସମସ୍ଯା ଥାଏ ତେବେ ଗର୍ଭ ରହି ନ ଥାଏ । ତେଣୁ ଗର୍ଭ ନ ରହୁଥିଲେ ଉଭୟ ସ୍ଵାମୀ ସ୍ତ୍ରୀ ଡାଇବେଟିସ ଟେଷ୍ଟ କରିବା ଦରକାର ।

୩- ଗର୍ଭ ନ ରହିବାର ମୁଖ୍ୟ କାରଣ ଗୁଡିକ ମଧ୍ୟରେ ଓଭାରି ଜନିତ ରୋଗ ଅନ୍ୟତମ ଅଟେ । ଏହି ରୋଗକୁ PCOS ବୋଲି କୁହାଯାଏ । ଏହି ରୋଗ ହେଲେ ମହିଳାଙ୍କ ଡିମ୍ବାଶୟ ବା ଓଭାରି ବଡ ହୋଇଯାଏ । ଏଥିରେ ଅନେକ ଗୁଡାଏ ଛୋଟ ଛୋଟ ଶିଷ୍ଟ ହୋଇଯାଏ । ତେଣୁ ମହିଳାଙ୍କ ଡିମ୍ବାଶୟରେ ପ୍ରତି ମାସରେ ଡିମ୍ବ ସୃଷ୍ଟି ହୋଇପାରେ ନାହି । ତେଣୁ ବାରମ୍ବାର ଚେଷ୍ଟା ପରେ ବି ଗର୍ଭଧାରଣ ହୋଇପାରେ ନାହି ।

୪- ଗର୍ଭ ଧାରଣ ନ ରହିବା ପଛରେ ପୁରୁଷଙ୍କ ସିମେନରେ ସ୍ପମର ଅଭାବ ମଧ୍ୟ ଦାୟୀ ହୋଇଥାଏ । ଯଦି ପୁରୁଷଙ୍କ ସିମେନରେ ସୁସ୍ଥ ସ୍ପମ ଉପଯୁକ୍ତ ପରିମାଣରେ ରହି ନ ଥାଏ ତେବେ ଗର୍ଭ ରୁହେ ନାହି । ତେଣୁ ଗର୍ଭ ନ ରହୁଥିଲେ ପୁରୁଷ ମାନେ ସ୍ପମ ଟେଷ୍ଟ କରି ଏହାର ଚିକିତ୍ସା କରାଇବା ଉଚିତ।

୫- ଉଭୟ ପୁରୁଷ ଓ ମହିଳାଙ୍କ ଓଜନ ପ୍ରଜାନନ କ୍ଷମା ଉପରେ ପ୍ରଭାବ ପକାଇଥାଏ । ଯଦି ଆପଣଙ୍କର ଓଜନ ଅଧିକ ବା କମ ହୋଇଥାଏ ତେବେ ଗର୍ଭ ରୁହେ ନାହି । ତେଣୁ ଏହି ସମସ୍ଯା ଥିଲେ ନିଜ ଓଜନକୁ ନିୟନ୍ତ୍ରଣ କରନ୍ତୁ ।

୬- ପ୍ରତେକ ମାସର ମାସିକ ଢମ ହେବା ଦିନ ଠାରୁ ୧୧ ଦିନ ଛାଡି ଲଗାତାର ୫ ଦିନ ଯାଏଁ ସହବାସ କରିଲେ ଗର୍ଭ ରହିବାର ସମ୍ଭାବନା ଅଧିକ ରହିଥାଏ ।

୭- ଯଦି ପୁରୁଷ ବା ନାରୀ ମଦ୍ୟପାନ ବା ସିଗାରେଟ ସେବନ କରୁଛନ୍ତି ତେବେ ଏଥିରୁ ନିବୃତ୍ତ ରହିବା ଦରକାର । ତେବେ ଯାଇ ଗର୍ଭ ରହିପାରିବ ।

୮- ମହିଳା ମାନେ ଗର୍ଭଧାରଣ କରିବାର ୩ ମାସ ପୂର୍ବରୁ ଗର୍ଭ ନିରୋଧକ ବଟିକା ଖାଇବା ବନ୍ଦ ଜ୍କରନ୍ତୁ । ଲମ୍ବା ସମଯରୁ ବଟିକା ସେବନ କରିଲେ ଗର୍ଭଧାରଣରେ ସମସ୍ଯା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *