ବନ୍ଧୁଗଣ ଆମ ଜୀବନରେ ପ୍ରତେକ ଦିନ ପ୍ରେତକ ମୂହୁର୍ତ୍ତ ରେ କିଛି ନା କିଛି ଘଟିଥାଏ ଯାହା ବିଷୟରେ ଆମେ ଜାଣି ନ ଥାଉ । ଏମିତି କିଛି ଘଟଣା ଆମ ଆଖି ଆଗରେ ଘଟିଯାଏ ଆମେ ଚାହିଁଲେ ବି ତାକୁ ରୋକିପାରୁ ନ ଥାଉ । ତେବେ ଘରର ବାସ୍ତୁ ଠିକ ରହିବା ଏଥିପାଇଁ ଜରୁରୀ ଅଟେ । ଯଦି ଘରର ବାସ୍ତୁ ଠିକ ଥିବା କେବେ ଘରର ଉନ୍ନତି ହୋଇଥାଏ ନଚେତ ଅବନତି ଘଟିଥାଏ । ଆଜି ଆମେ ଆପଣ ମାନଙ୍କୁ ଗୃହରେ କିପରି ବାସ୍ତୁ ଦୋଷ ଦୂର ହେବ ଓ ଅସାନ୍ତି ଦୂର କରାଯିବା ସେଥିପାଇଁ କିଛି ଉପାୟ ମାନ ବିଷୟାରେ କହିବାକୁ ଯାଉଛୁ । ଏମିତିକି କେଉଁ ଉପାୟ କରିଲେ ଗୃହରେ ଧନର ବୃଦ୍ଧି ହେବ ତାହା ମଧ୍ୟ ଆଲୋଚନା କରିବୁ । ତେବେ ଆସନ୍ତୁ ଆରମ୍ଭ କରିବା ବିଷୟ ବସ୍ତୁ ।
୧- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଧନ ବୃଦ୍ଧି ପାଇଁ ନାରୀତ୍ଵ କୋଣରେ ଆଲମାରି ରଖିଲେ ଶୁଭ ହୋଇଥାଏ । ଏହା ସହ ସେହି ଆଲମାରି ଭିତରେ ୧୧ଟି କଳା କଉଡି ବା ଲକ୍ଷ୍ମୀ କଉଡି, ଶ୍ରୀ ଯନ୍ତ୍ର, ମୋତି ଶଙ୍ଖ କୁ ବିଧି ବିଧାନ ଅନୁଯାୟୀ ପୂଜା କରି ଯଦି ସ୍ଥାପନ କରନ୍ତୁ ତେବେ ଧନ ବୃଦ୍ଧି ହୋଇଥାଏ ।
୨- ଦ୍ଵିତୀୟ ଉପାୟ ଟି ହେଉଛି ପୂର୍ଣ୍ଣିମା ଦିନ ସକାଳ ୯ଟା ୩୦ ରୁ ୧୨ଟା ୩୦ ମଧ୍ୟରେ ଅଶ୍ଵଥ ଗଛ ମୂଳରେ ଗଙ୍ଗା ଜଳ, କ୍ଷୀର, ଗୁଡ, ରାଷୁ, ମହୁ, ଗୋଲାପ ଜଳ ପୂର୍ବ ମୁଖ କରି ଅର୍ପଣ କରିଲେ ଘରେ ଧନ ବୃଦ୍ଧି ହୋଇଥାଏ । ଏହା ସହ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
୩- ଘରେ ପ୍ରତି ଦିନ ସକାଳେ ଓ ସନ୍ଧ୍ଯା ରେ ବଜରଙ୍ଗ ବାଣ ଶୁଣିଲେ ଘରୁ ଅସାନ୍ତି ଦୂର ହୋଇଥାନ୍ତି । ଘରକୁ ସଫା ସୁତୁରା ରଖିବା ସହ ପାଣି ଟ୍ୟାପ କୁ ଠିକ ରଖିଲେ ଓ ପାଣି ନ ବୋହିଲେ ଘରେ ଧନର ବୃଦ୍ଧି ହୋଇଥାଏ ।
୪- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗୃହରେ ସକାଳେ ଓ ସନ୍ଧ୍ଯା ରେ ପ୍ରେତକ ଦିନ ପାଞ୍ଚ ଧୂପ ତଥା ଝୁଣା, ଗୁଗୁଳ,ଘିଅ, ଗୁଡ, ମିଶ୍ରି ମିଶାଇ ଧୂପ ଦେଲେ ଘରେ ଅସାନ୍ତି ଦୂର ହୋଇଥାଏ । ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ।
୫- ପ୍ରତେକ ଦିନ ସକାଳୁ ଗୃହର ମହିଳା ବା କାର୍ତ୍ତି ସ୍ନାନା ଶୌଚ ସାରି ପୂଜା କର୍ମ ସାରି ସମସ୍ତ ଙ୍କ ମଥା ରେ ଶ୍ଵେତ ଚନ୍ଦନର ଟୀକା ଲଗାଇବା ଦ୍ଵାରା ଅସାନ୍ତି ଦୂର ହୋଇଥାଏ । ପ୍ରତେକ ସକକୁ ତୁଳସୀ ଜଳ କୁ ପାନ କରିଲେ ଘରେ ଅସାନ୍ତି ଦୂର ହେବା ସହ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମର ବାସ୍ତୁ ଟିପ୍ସ ନିଜ ଜୀବନରେ ମଧ୍ୟ ପ୍ରୟୋଗ କରନ୍ତୁ ଦେଖିବେ ନିଶ୍ଚୟ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।