ଘରର ଏହି ଜାଗାରେ ଆଇନା ଲଗାଇଲେ ହୋଇଥାଏ ଧନର ବର୍ଷା, ଆଜି ହିଁ ଲଗାନ୍ତୁ- Vaastu Tips

ନମସ୍କାର ବନ୍ଧୁଗଣ, ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ସମସ୍ତ ଜିନିଷକୁ ଠିକ ସ୍ଥାନରେ ରଖିବା ଉଚିତ । ଏହାର ଶୁଭଫଳ ଆପଣଙ୍କ ଉପରେ ପଡିଥାଏ । ବେଳେ ବେଳେ ଆମ ସୁବିଧା ଅନୁଯାୟୀ ଆମେ ଜିନିଷକୁ ରଖିଥାଉ । ଯାହା ବସ୍ତୁ ଅନୁଯାୟୀ ବହୁତ ହିଁ ଖରାପ ହୋଇଥାଏ । ଏବଂ ଏହାର କୁପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ସେହିଭଳି ଆଜି ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ ଆଇନା ରଖିବା ଦ୍ଵାରା ଘରେ କେବେ ଧନର ଅଭାବ ହୋଇନଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପ୍ରଥମ: ଆପଣ ଘରର ଯେଉଁ ସ୍ଥାନରେ ଆପଣ ଟଙ୍କା ରଖନ୍ତି ତାହାରି ସାମ୍ନାରେ ଅଇନା ରଖିବା ଦ୍ଵାରା ଘରେ ଧନର ବୃଦ୍ଧି ହୋଇଥାଏ । ଦିତୀୟ: ଘର ହେଉ ବା ଦୋକାନର ପ୍ରମୁଖ ଦ୍ଵାର ପାଖରେ ଦର୍ପଣ ବା କାଚରେ ତିଆରି କୌଣସି ବସ୍ତୁ ରଖିବା ଦ୍ଵାରା ନକରାତ୍ମକ ଶକ୍ତିର ଦ୍ରୁଷ୍ଟି ପଡିନଥାଏ । ତୃତୀୟ: ଆପଣ ଟିଭି ଓ କମ୍ପୁଟର ସାମ୍ନାରେ କେବେ ମଧ୍ୟ ଅଇନା ରଖିବେ ନାହି ।

ଏହାଫଳରେ ପରିବାରରେ କଳହ ହେବାର ସମ୍ଭାବନା ରହିଥାଏ । ଚତୁର୍ଥ: ଆପଣଙ୍କ ଘରର ସିଢି ପାଖରେ କିମ୍ବା ସିଢି ତଳେ କେବେ ମଧ୍ୟ ଦର୍ପଣ ରଖିବେ ନାହିଁ । କାରଣ ଏହାଦ୍ବାରା ଘରର କେବେ ମଧ୍ୟ କୌଣସି ପ୍ରକାରର ଉନ୍ନତି ହୋଇନଥାଏ । ପଞ୍ଚମ: ଘରର ଷ୍ଟୋର ରୁମରେ କାଚ ଲଗାଇବା ଦ୍ଵାରା ଘରେ ଧନ ସମ୍ପତ୍ତିର ଆଗମନ ହୋଇଥାଏ । ଜୀବନରେ କେବେ ମଧ୍ୟ ଧନର ଅଭାବ ଦେଖାଦେଇନଥାଏ ।

ଯଦି ଷ୍ଟୋର ରୁମ ନଥାଏ ତେବେ ରୋଷେଇ ଘରେ କାଚର ବକ୍ସ ଭିତରେ ରୋଷେଇ ଘରର ଜିନିଷ ରଖନ୍ତୁ । ଏହା କରିବା ଫଳରେ ଜୀବନରେ ଧନର ଅଭାବ ଦେଖା ଦେଇ ନଥାଏ । ସବୁବେଳେ ଧନ ବୃଦ୍ଧିର ମାର୍ଗ ମିଳିଥାଏ । ଷଷ୍ଠ: ଗାଧୁଆ ଘରର ଦ୍ଵାର ସାମ୍ନାରେ କେବେ ମଧ୍ୟ ଅଇନା ରଖିବେ ନାହିଁ । ଯଦି ଆପଣ ଗାଧୁଆ ଘର ସାମ୍ନାରେ ଅଇନା ଲଗାଇଥାନ୍ତି ତେବେ କାଢି ଦିଅନ୍ତୁ ।

କାରଣ ଏହଦ୍ଵାରା ଘରେ ସବୁବେଳେ ଅଶାନ୍ତି ଦେଖାଦେଇଥାଏ । ସପ୍ତମ: ଖଟରେ ଶୋଇବା ସମୟରେ ଯଦି ଆପଣ ନିଜର ମୁହଁ କୌଣସି ବି ଜିନିଷରେ ଦେଖୁଛନ୍ତି ତାହା ଦର୍ପଣ ହେଉ ବା ଅନ୍ୟ କିଛି ତେବେ ଏହା ଆପଣଙ୍କ ପାଇଁ ବହୁତ ବଡ ବିପଦ ଆଣିଦେବ । ଏଭଳି ଭୁଲ କେବେ ମଧ୍ୟ କରନ୍ତୁ ନାହିଁ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହାକୁ ବହୁତ ବଡ ଅଶୁଭ ବୋଲି ବିଚାର କରାଯାଏ । ତେଣୁ ଆପଣଙ୍କ ଖଟ ସାମ୍ନାରେ କେବେ ମଧ୍ୟ ଦର୍ପଣ ରଖନ୍ତୁ ନାହିଁ । ଏହା ଘର ପାଇଁ ବହୁତ ହିଁ ଅଶୁଭ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *