ଘରର କେଉଁ ଦିଗରେ ଦୀପ ଜଳାଇଲେ ମିଳିଥାଏ ଲକ୍ଷ୍ମୀଙ୍କ କୃପା ? Ajira Anuchinta

ନମସ୍କାର ବନ୍ଧୁଗଣ, ପୂଜା ପାଇଁ ଦୀପ ଆବଶ୍ୟକ । ଦୀପ ବିନା ପୂଜା ଅସୁପୂର୍ଣ । ଘିଅ ଦୀପର ବେଶି  ମାନ୍ୟତା ରହିଛି । ଏହି ଘିଅ ଦୀପକୁ ଆପଣ ଘରେ ଜଳାଇବା ଦ୍ଵାରା ଆପଣଙ୍କ ଘରର ପରିବେଶ ସକାରାତ୍ମକ ରହିଥାଏ । ତେବେ ଆପଣ ଘରର କେଉଁ ଦିଗରେ ଦୀପ ଲଗାଇବା ଦ୍ଵାରା ଦୀପର ଅଧିକ ପ୍ରଭାବ ପଡିଥାଏ ଆପଣଙ୍କ ଜୀବନ ଉପରେ ତାହା ଆଜି ଆପଣମାନେ ଜାଣିବାକୁ ପାଇବେ । ଆଉ ଡେରି ନକରି ଆସନ୍ତୁ ଜାଣିବେ ଏହା ସମ୍ପର୍କରେ ।

ଘିଅରେ ଲଗାଯାଉଥିବା ଦୀପ ଆପଣଙ୍କ ଘରକୁ ସୁଖ ଶାନ୍ତି ଆଣିଥାଏ । ଦୀପ ଲଗାଇବା ପୂର୍ବରୁ ସବୁବେଳେ ଧ୍ୟାନ ରଖନ୍ତୁ ଦୀପ ସଫା ଥିବା ଦରକାର । ଭଙ୍ଗା ଦୀପ କେବେ ମଧ୍ୟ ଲଗାଇବା ଉଚିତ ହୋଇନଥାଏ । ଯଦି ଆପଣ ଘିଅର ଦୀପ ଜଳଉଛନ୍ତି ତେବେ ଆପଣ ତାହାକୁ ଆପଣଙ୍କ ଡାହାଣ ହାତ ପାଖରେ ରଖି ଜଳାନ୍ତୁ ।

ଯଦି ଆପଣ ତେଲର ଦୀପ ଜଳାଉଛନ୍ତି ତେବେ ଆପଣ ତାହାକୁ ଆପଣଙ୍କ ବାମ ହାତ ପଟରେ ରଖି ନିଆଁ ଲଗାନ୍ତୁ । ଏହାକୁ ବହୁତ ଶୁଭ ମନାଯାଇଥାଏ । ଏହା ସହ ଆପଣଙ୍କୁ ଏହା ନଜର ରଖିବା ଆବଶ୍ୟକ କି ଦୀପର ଆଲୋକ କେଉଁ ଦିଗରେ ଅଛି । ଦୀପର ଆଲୋକକୁ ଆପଣ ପୂର୍ବ ଦିଗକୁ ରଖିବା ଉଚିତ । ଏହାଦ୍ୱାରା ଆପଣଙ୍କ ଆୟୁଷ ବୃଦ୍ଧି ହୋଇଥାଏ ।

ଆପଣ ଦୀପର ଆଲୋକକୁ ଉତ୍ତର ଦିଗକୁ ମଧ୍ୟ ରଖିବା ଦରକାର । ଏହାଦ୍ୱାରା ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ । ଏବଂ ଆପଣଙ୍କ ଜୀବନରେ ଧନର ବୃଦ୍ଧି ହୋଇଥାଏ । ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ  ହୁଅନ୍ତି । କେବେ ମଧ୍ୟ ଦୀପକୁ ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଉଚିତ ହୋଇନଥାଏ । ଏହା ଫଳରେ ଆପଣଙ୍କ ଜୀବନରେ ଧନର ଘୋର ଅଭାବ ଦେଖା ଦେଇଥାଏ । ଧନ ହାନିର ସାମ୍ନା କରିବାକୁ ପଡିଥାଏ ।

ପରିବାରରେ ଝଗଡା ମଧ୍ୟ ଆରମ୍ଭ ହୋଇଯାଇଥାଏ । ଯଦି ଆପଣ ଘିଅର ଦୀପ ଲଗାଇଛନ୍ତି ତେବେ ସେଥିରେ ଭୁଲରେ ମଧ୍ୟ ତେଲ ଢାଳନ୍ତୁ ନାହିଁ । ଯଦି ତେଲ ଦୀପ ଲଗାଇଛନ୍ତି ତେବେ ସେଥିରେ ଘିଅ ଢାଳନ୍ତୁ ନାହିଁ । ଗୋଟିଏ ଛୋଟ ଭୁଲ ମଧ୍ୟ ଜୀବନ ଉପରେ ବଡ ପ୍ରଭାବ ପକାଇଥାଏ । ତେଣୁ ଆପଣ ଦୀପ ଲଗାଇବା ସମୟରେ ଏହି ସମସ୍ତ କଥାର ଧ୍ୟାନ ନିହାତି ଭାବରେ ରଖନ୍ତୁ ।

ଯଦି ଆପଣ ଏହାର ପାଳନ କରନ୍ତି ତେବେ ଆପଣଙ୍କ ଘରେ ସୁଖ ସମୃଦ୍ଧିର ଅଭାବ କେବେ ମଧ୍ୟ ରହିବ ନାହିଁ । ଆପଣ ନିଜ ଜୀବନକୁ ଖୁସିରେ ବିତାଇ ପାରିବେ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *