ଗୃହରେ କେଉଁ ଗଛ ଲଗାଇବା ଶୁଭ ଓ କେଉଁ ଗଛ ଭୁଲରେ ବି ଲଗାଇବେ ନାହିଁ ? Vaastu Tips

ବନ୍ଧୁଗଣ ନମସ୍କାର । ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ଗୃହରେ କେଉଁ ଗଛ ଲଗାଇବେ ଓ କେଉଁ ଗଛ ଲଗାଇବେ ନାହିଁ  ଆସନ୍ତୁ ଜାଣିବା । ବନ୍ଧୁଗଣ ଆପଣଙ୍କର ଗୃହର ପୂର୍ବ ଦିଗରେ ଅଶ୍ବସ୍ତ ଗଛ ଓ ବର ଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଲଗାଇଲେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଯଦି ଆପଣଙ୍କର ଗୃହର ଆଗ୍ନେୟ କୋଣରେ ଡାଳିମ୍ବ ଗଛ ଲଗାଇବା ଶୁଭ ହୋଇଥାଏ । କିନ୍ତୁ ଆପଣ ଯଦି ଆଗ୍ନେୟ କୋଣରେ ବର, ଅଶ୍ବସ୍ତ, ଯମୁଡୋଲ , କିମ୍ବା ଡିମିରି ଗଛ ଲଗାଉଛନ୍ତି ତାହାଲେ ଆପଣଙ୍କର ଏହା ଅଶୁଭ ହୋଇଥାଏ ।

ଆପଣଙ୍କର ଶାରୀରିକ ସମସ୍ଯା ଦେଖା ଦେଇଥାଏ । ଯଦି ଆପଣଙ୍କର ଦକ୍ଷିଣ ଦିଗରେ କଣ୍ଟା ଜନିତ କିଛି ବୃକ୍ଷ ଲଗାଇବେ ତାହାଲେ ଆପଣଙ୍କର ଶାରୀରିକ ସମସ୍ଯା ଓ ମକଦମା ରେ ପଡିବେ । ଯଦି ଆପଣଙ୍କର ଗୃହର ଦକ୍ଷିଣ ଦିଗରେ  ଯଦି ଆପଣଙ୍କର କିଛି ଫଳ ଗଛ  ଲଗାଇବେ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ଗୃହର ପଶ୍ଚିମ ଦିଗରେ ଯଦି ଆପଣ ଆମ୍ବ ଗଛ ଲଗାଇବେ ଆପଣ ସମସ୍ତ ଜାଗାରେ ଜୟଯୁକ୍ତ ହେବେ ।ଯଦି ଆପଣ ଉତ୍ତର ଦିଗରେ ଲେମ୍ବୁ ଗଛ ଲଗାଇବେ ତଳେ ଆପଣଙ୍କର ଆଖି ଗତ ସମସ୍ଯା ଦେଖା ଦବ ।

ଯଦି ଆପଣ ସେହି ଦିଗରେ କିଛି ଫଳ ଗଛ ଲଗାଇବେ ତାହାଲେ ଆପଣ ସନାତନ ସୁଖ ପାଇବେ ।  ଯଦି ଆପଣ ପୂର୍ବ କିମ୍ବା ଉତ୍ତର ଦିଗରେ ତୁଲସୀ ଗଛ ଲଗାଇବେ ତାହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଦକ୍ଷିଣ ଦିଗରେ କେବେବି ତୁଲସୀ ଗଛ ଲଗାଇବେ ନାହିଁ  ଏହା ଅଶୁଭ ହୋଇଥାଏ । ଯଦି ଆପଣ ଘରର ପ୍ରତ୍ୟକ ଜାଗାରେ କଦଳୀ ଗଛ ଲଗାଇବେ ଓ ତାକୁ ଛାଡି ଇଶାନ କୋଣରେ ଯଦି କଦଳୀ ଗଛ ଲଗାଇବେ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହି ଗଛ ବୃହସ୍ପତି ଗ୍ରହଙ୍କ ପ୍ରତିମୁର୍ର୍ତି ଅଟେ । ଗୃହରେ ନଡିଆ ଗଛ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣଙ୍କର ମାନ ସନ୍ନମାନ ବୃଦ୍ଧି ହୋଇଥାଏ । ଘର ଭିତରେ ଯଦି ଆପଣ ତୁଲସୀ ଗଛ ଲଗାଇବେ ତାହା ଆପଣଙ୍କ ପାଇଁ ଶୁଭ ହୋଇଥାଏ। ଗୃହରେ ସୁଖ ଶାନ୍ତି ଦେଖା ଦେଇଥାଏ । ଯଦି ଆପଣ ଘରେ ଅଂଳା ବୃକ୍ଷ ଲଗାଇବେ ତାହା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

ଏହି ଗଛକୁ ଉତ୍ତର ଦିଗରେ ଲଗାଇ ତାହାକୁ ପୂଜା କରିବା ଶୁଭ ହୋଇଥାଏ । ଯଦି ଆପଣଙ୍କ ଗୃହ ସମନ୍ନାରେ ଧଳା ଅରଖ ଗଛ ଲଗାଇଲେ ଶୁଭ ହୋଇଥାଏ । ଯଦି ଆପଣ ଅସୁଗନ୍ଧା ଗଛକୁ ଘରେ ଲଗାଇଲେ  ତାହାଲେ  ଶୁଭ ହୋଇଥାଏ । ଗୃହର ବାସ୍ତୁ ଦୋଷ କଟିଜାୟ । ଅଶୋସ୍ତ ଗଛକୁ କେବେବି ଘର ଭିତରେ ଲଗାଇବେ ନାହିଁ ଏହା ଅଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *